ବନ୍ଧୁଗଣ ଖଗା କିଏ ଖଗା ନା ଖଗେଶ୍ବର । ଖଗେଶ୍ବର ରାଓ ଅର୍ଚ୍ଚନା ଆଉ ଜଗବନ୍ଧୁ ସହ କଣ ରହିଛି ସମ୍ପର୍କ । ଆଉ କାହିଁକି ଫେରାର ଏବେ ଖଗେଶ୍ବର । ଏସବୁ କଥା ଉଠୁଥିବା ବେଳେ ଖଗେଶ୍ବର ଏବେ କେଉଁଠି ଲୁଚିଛି ତାକୁ ନେଇ କୌଣସି ଖବର ନାହିଁ । ପୋଲିସ୍ ଏବେ ଖୋଜୁଛି ଖଗା ଓରଫ୍ ଖଗେଶ୍ବରକୁ । ଅଭିଯୋଗ ଜଣେ ଯୁବତୀ କରିଥିଲେ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଅର୍ଚ୍ଚନା ନାଗ୍ ଙ୍କୁ ଗିରଫ କରିଛି ।
କିନ୍ତୁ ଅର୍ଚ୍ଚନା ସହ ଯେଉଁ ଦୁଇଟି ନାଁ ଯୋଡି ହୋଇଛି ସେ ହେଉଛି ଜଗବନ୍ଧୁ ଆଉ ଖଗେଶ୍ବର । ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ସ୍ଵାମୀ ଜଗବନ୍ଧୁ ଅସୁସ୍ଥତା ଯୋଗୁଁ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ନୋଟିସ ଜାରି କରିଛି ପୋଲିସ । ହେଲେ କୁଆଡେ ଗଲା ଏହି ଏଫାୟରରେ ନାଁ ଥିବା ଖଗେଶ୍ବର । କେଉଁଠି ଲୁଚିଛି ଖଗେଶ୍ବର । ଶୁଣିବାକୁ ମିଳୁଛି କି କିଛିଦିନ ତଳେ ପୋଲିସ ଖଗେଶ୍ବରକୁ ପଚରା ଉଚରା କରୁଥିଲା ଆଉ ଆଜି ହଠାତ୍ କୁଆଡେ ଖଗେଶ୍ବର ଖସି ଯାଇଛି । ତେବେ ଦର୍ଶକବନ୍ଧୁ ଅର୍ଚ୍ଚନା ନାଗ୍ ବ୍ଲାକମେଲିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।
ଆଉ ଆପଣ ଦେଖୁଥିବା ଏହି ଅଭିଯୋଗ ପତ୍ରଟି ଜଣେ ଯୁବତୀଙ୍କର ୨୦୦୮ ମସିହାରେ ଥାନାରେ ଏଫାୟାର୍ ଦେଇଥିଲେ । ଆଉ ଏଥିରେ ଅର୍ଚ୍ଚନା ନାଗ୍ ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ବରଙ୍କ ନାଁ ଉଲ୍ଲେଖ ରହିଛି । ତେବେ ଏହି ଯୁବତୀଙ୍କ ଅଭିଯୋଗ ଆଧାରରେ ଯଦି ଅର୍ଚ୍ଚନା ନାଗ୍ ଗିରଫ ହୋଇଛନ୍ତି ଜଗବନ୍ଧୁ ଚାନ୍ଦଙ୍କୁ ନୋଟିସ୍ ଜାରି କରାଯାଇଛି ତେବେ ଖଗେଶ୍ବର କେଉଁଠି ଲୁଚିଛି।
ଖଗେଶ୍ବର ଯାହାର ଘର ହେଉଛି କଟକ ସଦର ନିଆଳି ଅଞ୍ଚଳରେ । ଖଗେଶ୍ବର ରସୁଲଗଡ଼ରେ ଏକ ଛୋଟିଆ ଦୋକାନ ପ୍ରଥମେ କରିଥିଲା ଆଉ ତାପରେ ଯେତେବେଳେ ଜଗବନ୍ଧୁ ଆଉ ଅର୍ଚ୍ଚନା ସହ ମିଶାମିଶି ଆରମ୍ଭ କଲା ଠିକ୍ ସେତିକି ବେଳେ ପଳାସୁଣି ଅଞ୍ଚଳରେ ଏକ ପୁରୁଣା ଗାଡ଼ି ସୋରୁମ୍ କରିଥିଲା । ଆଉ ଏଥିସହିତ ଅର୍ଚ୍ଚନାର ନେଟୱାର୍କ ମଧ୍ୟ ସମ୍ଭାଳୁଥିଲା । ବର୍ତ୍ତମାନ କିନ୍ତୁ ଖଗା ନ ମିଳିବା ପଛରେ କଣ କିଛି ରାଜନୈତିକ ଦଳର ହାତ ରହିଛି କି ସେ ନେଇ ସନ୍ଦେହ ସୃଷ୍ଟି ହେଉଛି । ଖଗେଶ୍ୱରକୁ ଏମିତି କିଏ ଖୋଲାମେଲାରେ ଛାଡ଼ିଛି ସେନେଇ ପ୍ରଶ୍ନ ମଧ୍ୟ ଉଠିଛି । ତେବେ ଦେଖିବାକୁ ବାକି ରହିଲା ଏହି ଖଗେଶ୍ବର କେବେ ପୋଲିସ୍ କବ୍ଜାକୁ ଆସୁଛି ।