ଟି-୨୦ ବିଶ୍ୱକପ୍ ୨୦୨୨ : କାଲି ଠାରୁ ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ୱକପର ଲଢେଇ, କିଏ ଦାବିଦାର,କେତେ ମିଳିବ ପୁରସ୍କାର, ଜାଣନ୍ତୁ ପ୍ରତି ଜଵାବ

0

Get real time updates directly on you device, subscribe now.

ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ଆଜି ମାନେ ୧୬ ଅକ୍ଟୋବର ଠାରୁ ଆରମ୍ଭ ହେବାକୁ ଯାଉଅଛି|ଅଷ୍ଟ୍ରେଲିଆ ମାଟିରେ ହେବାକୁଥିବା ଏହି ବିଶ୍ୱକପରେ ମୋଟ୍ ୧୬ ଟି ଦଳ ଭାଗ ନେବାକୁ ଯାଉଛନ୍ତି|ଏଥିରୁ ୮ ଟି ଦଳ ସିଧାସଳଖ ଗ୍ରୁପ ୧୨ ଷ୍ଟେଜ ପାଇଁ କ୍ୱଲିଫାଏ କରିଛନ୍ତି|
,ଅବଶିଷ୍ଟ ୪ ଟି ଦଳ କ୍ୱଲିଫିକେସନ ରାଉଣ୍ଡ ଜିତି ଜାଗା ପକା କରିବ|ଏଥିରେ ରାଉଣ୍ଡ -୧,ସୁପର ୧୨ ଓ ପ୍ଲେ ଅଫ ଖେଳାଯିବ|

କ୍ୱଲିଫାଏ ରାଉଣ୍ଡରେ ୪-୪ ଦଳର ଦୁଇଟି ଗ୍ରୁପ ବନିଛି|ଏଥିରେ ନିଜ ନିଜ ଗ୍ରୁପର ଟପ -୨ ରେ ରହିଥିବା ଦଳ ସୁପର ୧୨ ପର୍ଯ୍ୟନ୍ତ ପହଞ୍ଚିବ|ସୁପର ୧୨ ରେ ୬-୬ ଦଳର ଦୁଇଟି ଗ୍ରୁପ ରହିବ, ଏଥିରେ ନିଜ ଗ୍ରୁପର ଟପ୍-୨ ଦଳ ସେମିଫାଇନାଲରେ ପହଞ୍ଚିବ|

ରାଉଣ୍ଡ:୧-

ଗ୍ରୁପ୍-ଏ; ଶ୍ରୀଲଙ୍କା,ୟୁଏଇ, ନେଦରଲାଣ୍ଡ,ନାମିବିଆ

ଗ୍ରୁପ୍-ବି: ଆୟରଲ୍ୟାଣ୍ଡ, ସ୍କଟଲାଣ୍ଡ, ଜିମ୍ବାୱେ, ୱଷ୍ଟଇଣ୍ଡିଜ

ସୁପର ୧୨:

ଗ୍ରୁପ ୧: ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ,ଗ୍ରୁପ ୧ ବିଜେତା,ଗ୍ରୁପ ବି ରନର ଅପ୍

ଗ୍ରୁପ ୨:ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ,ଗ୍ରୁପ ଏ ବିଜେତା,ଗ୍ରୁପ ବି ବିଜେତା

ଟି:୨୦ ବିଶ୍ୱକପ ୨୦୨୨ ରେ ମୋଟ ୪୫ ମ୍ୟାଚ ଆୟୋଜନ କରାଯାଉଛି|କ୍ୱଲିଫାଇଙ୍ଗର ୧୨ ମ୍ୟାଚ ହବାର୍ଟ ଓ ଜିଲାଙ୍ଗରେ ଖେଳାଯିବ|ସିଡନୀ, ମେଲବୋର୍ଣ୍ଣ,ପର୍ଥ ,ଏଡିଲେଡ ,ବ୍ରିସବେନ୍ ସୁପର ୧୨ ମ୍ୟାଚ ଖେଳାଯିବ|ସେମିଫାଇନାଲ ଏଡିଲେଡ୍,ଓଭାଲ,ସିଡନୀରେ ଖେଳାଯିବ|ଫାଇନାଲ ୧୩ ନଭେମ୍ବର ୨୦୨୨ ମେଲବୋର୍ଣ୍ଣ ରେ ଖେଳାଯିବ|

ଭାରତୀୟ ଦଳର ପ୍ରଥମ ମୁକାବିଲା ୨୩ ଅକ୍ଟୋବର ପାକିସ୍ତାନ ବିପକ୍ଷରେ ମେଲବୋର୍ଣ୍ଣରେ ଆରମ୍ଭ ହେବ|ଏହାପରେ ୨୭ ଅକ୍ଟୋବର ଗ୍ରୁପ ଏ ର ରନର ଅପ ଦଳ ସହ ମ୍ୟାଚ ହେବ|୩୦ ଅକ୍ଟୋବର ଦକ୍ଷିଣ ଆଫ୍ରିକା ଓ ୨ ନଭେମ୍ବର ବାଂଲାଦେଶ ବିରୁଦ୍ଧରେ ଦଳ ଖେଳିବ|ଭାରତୀୟ ଦଳ ସୁପର ୧୨ ର ଶେଷ ମ୍ୟାଚ ୬ ନଭେମ୍ବର ଗ୍ରୁପ ବି ବିଜେତା ସହ ଖେଳିବ|

Leave A Reply

Your email address will not be published.