ଅର୍ଚ୍ଚନା ବଡବଡିଆ ଲୋକମାନଙ୍କୁ ପଟାଇବା ପାଇଁ ନିଜ ଚେହେରା ପ୍ରତି ଧ୍ୟାନ ଦେଇଥିଲେ। ସାବନା ରଙ୍ଗ ରୁ ଗୋରା ହୋଇଥିଲେ।ଲେଜର ଚିକିତ୍ସା କରି ବହୁତ ଟଙ୍କା ଖର୍ଚ୍ଚ କରିଥିଲେ।ଅର୍ଚ୍ଚନା ଗୋରୀ ହୋଇ ଓଡ଼ିଶା କୁ ଫେରିଲେ।ତାପରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଲେ।ଜଳ ଜଳ ହୋଇ ଜଳି ବହି ପୁରା ଜଳାଇ ଦେଲ।ଆଉ ଲୋକମାନେ କହୁଛନ୍ତି ଯେ ଗୋରୀ ଅର୍ଚ୍ଚନା ଯୁଆଡେ ଗଲେ ସିଆଡେ ଚର୍ଚ୍ଚା ହେବାରେ ଲାଗିଲେ। ଅର୍ଚ୍ଚନା ଅନେକ ଜାଗା ବୁଲିଛନ୍ତି।ବାଲେଶ୍ଵର ଆଉ ଜଳେଶ୍ଵର ରେ ମଧ୍ୟ ଅର୍ଚ୍ଚନା ବହି ଜଳାଇଛନ୍ତି।ଆଉ ବର୍ତ୍ତମାନ ରାଜଧାନୀ ଭୁବନେଶ୍ଵର ରେ ମଧ୍ୟ କଳା ଧନ୍ଦା ଚଳାଇଥିଲେ।
ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।ଅର୍ଚ୍ଚନା ଗୋ ତୁମେ ଯୁଆଡେ ଯାଉଛ ସେଠାରେ ହୁରି ବଜାଉଛ ବୋଲି କଥା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଅର୍ଚ୍ଚନା ଙ୍କ ସହିତ କେଭି ସିଂହଦେଓ ଓ ସଙ୍ଗୀତା ଙ୍କ ର ଯେଉଁ ମାମଲା ରହିଥିଲା ତାହା ପ୍ରକୃତରେ କଣ ମିଷ୍ଟେକ୍ ଅଫ୍ ଫ୍ୟାକ୍ଟ ଥିଲା।ତେବେ ଏଭଳି କିଛି ଦର୍ଶାଇଛନ୍ତି ପୋଲିସ। କ୍ୟାପିଟାଲ ଥାନାରେ ଘଟଣାଟି ୨୦୨୦ ନଭେମ୍ବର ୨୫ ତାରିଖ ରେ ରୁଜ୍ଜୁ କରାଯାଇଥିଲା।ଆଉ ଯେଉଁଥିରେ ଅର୍ଚ୍ଚନା କେଭି ସିଂହଦେଓ ଓ ତାଙ୍କ ସ୍ତ୍ରୀ ଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଥିଲେ।ସେହି ଘଟଣାଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।
ବିଜେପି ର ବରିଷ୍ଠ ନେତା କେଭି ସିଂହଦେଓ ତାଙ୍କୁ ଦଳୀୟ କର୍ମକର୍ତ୍ତା ନିର୍ବାଚନ ରେ ଟିକେଟ ଦେବେ କହି ଯୌ-ନ ସଂପର୍କ ରଖିବା ପାଇଁ କହିଥିଲେ ଏବଂ କରିଥିଲେ।ଏମିତି କି ତାଙ୍କ ପତ୍ନୀ ସଙ୍ଗୀତା ମଧ୍ୟ ସମାଧାନ କରି ସେ ଟିକେଟ ପାଇଥିବା କଥା ସେ ତାଙ୍କର ଏଫ୍ ଆଇ ଆର୍ କପି ରେ ଲେଖିଥିଲେ।ଆଉ ଏମିତି ଅନେକ ସାରା ସଙ୍ଗୀନ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପରିବାର ଲୋକଙ୍କୁ କେଭି ସିଂହଦେଓ ମାରିଦେବାକୁ ଧମକ ଦେଇଥିଲେ।ଆଉ ଏହାପରେ ବାସ୍ତବରେ କଣ ହେଲା ତାହା କେହି ଜାଣି ନାହାଁନ୍ତି। ସେହି ଘଟଣା ବିଷୟରେ ବର୍ତ୍ତମାନ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।
ତେବେ ଏହା ଭିତରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପୋଲିସ ମିଷ୍ଟେକ୍ ଅଫ୍ ଫ୍ୟାକ୍ଟ ବୋଲି ତଦନ୍ତ କରି ରିପୋର୍ଟ କୁ ବନ୍ଦ କରି ଦେଇଥିଲେ।୨୦୨୦ ନଭେମ୍ବର ୨୫ ତାରିଖ ରେ ମାମଲା ରୁଜୁ ହେଲା।ମାମଲା ରୁଜ୍ଜୁ ହେବାପରେ ଅର୍ଚ୍ଚନା ନିଜର ଖେଳ ଆରମ୍ଭ କରିଥିଲେ।ଆଉ ପୋଲିସ୍ ଙ୍କୁ ତଦନ୍ତ ରେ ସହଯୋଗ ମଧ୍ୟ କରି ନଥିଲେ। ଧରା ଛୁଆଁ ମଧ୍ୟ ଦେଇନଥିଲେ ଅର୍ଚ୍ଚନା ଏବଂ ଅର୍ଚ୍ଚନା ନିଜର ବୟାନ ରେକର୍ଡ କରିବା ପାଇଁ ଥାନାକୁ ମଧ୍ୟ ଆସି ନଥିଲେ।ପୋଲିସ ତାଙ୍କ ଘରକୁ ଯାଇ ବାରମ୍ବାର ଫେରୁଥିଲେ।କିନ୍ତୁ ହଠାତ୍ ଅର୍ଚ୍ଚନା ଥାନାକୁ ଯାଇ ନିଜର ବୟାନ ବଦଳାଇ ଦେଇଥିଲେ।