ଭାରତ ସହିତ ପାକିସ୍ତାନ: ୧୫ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଭାରତୀୟ ଦଳ, ବିସିସିଆଇ ଦେଲା ଗ୍ରୀନ ସିଗ୍ନାଲ, କିନ୍ତୁ..
ଭାରତୀୟ ଦଳ ୨୦୦୮ ପରେ ପାକିସ୍ତାନ ଖେଳିବାକୁ ଯାଇନାହିଁ|କିନ୍ତୁ ଏଥର ଭାରତୀୟ ଦଳ ପାକିସ୍ତାନ ମାଟିକୁ ଖେଳିବାକୁ ଯାଇପାରେ|ଏହାକୁ ନେଇ ବିସିସିଆଇ ଗ୍ରିନ ସିଗ୍ନାଲ ଦେଇଛି|ଭାରତ ଓ ପାକିସ୍ତାନ ମଧ୍ୟରେ ଯେତେବେଳେ ମ୍ୟାଚ ହୁଏ ଦୁହିଁଙ୍କ ଦର୍ଶକ ବହୁ ରୋମାଞ୍ଚିତ ହୋଇଥାନ୍ତି|
ବିସିସିଆଇ ୧୮ ଅକ୍ଟୋବର ମୁମ୍ବାଇରେ ହେବାକୁଥିବା ବାର୍ଷିକ ବୈଠକ ପୂର୍ବରୁ ସଙ୍କେତ ଦେଇଛି ଯେ ୧୫ ବର୍ଷ ପରେ ଦଳ ପାକିସ୍ତାନ ଗସ୍ତରେ ଯିବ|ବିସିସିଆଇ ରାଜ୍ୟ ପ୍ରତିନିଧିଙ୍କ ସହ ବାର୍ଷିକ ଯୋଜନାରେ କହିଥିଲେ|ଏଥିରେ ଆସନ୍ତା ବର୍ଷର ଏସିଆ କପ ମଧ୍ୟ ସାମିଲ କରାଯାଇଛି|
ଇଂଲଣ୍ଡ, ଅଷ୍ଟ୍ରେଲିଆ, ୱଷ୍ଟଇଣ୍ଡିଜ, ଶ୍ରୀଲଙ୍କା ପୂର୍ବରୁ ପାକିସ୍ତାନ ଗସ୍ତ କରିଥିଲେ|ତେଣୁ ବିସିସିଆଇ ପାକିସ୍ତାନ ଗସ୍ତ ପାଇଁ ମଞ୍ଜୁରୀ ଦେଉଛି ନା ନାହିଁ|କାରଣ ଭାରତୀୟ ଦଳର ପାକିସ୍ତାନରେ ଖେଳିବାର ଶେଷ ନିଷ୍ପତ୍ତି କେନ୍ଦ୍ର ଦେବ|
ଏହି ରିପୋର୍ଟ ଅନୁସାରେ ଭାରତୀୟ ଦଳ ଆସନ୍ତା ଏକ ବର୍ଷ ମଧ୍ୟରେ ଆଇସିସି ମହିଳା ଟି-୨୦ ବିଶ୍ୱକପ( ଦକ୍ଷିଣ ଆଫ୍ରିକା), ଆଇସିସି ମହିଳା ଟି-୨୦ ବିଶ୍ୱକପ(ଦକ୍ଷିଣ ଆଫ୍ରିକା),ଏସିଆ କପ୍ (ପାକିସ୍ତାନ), ଆଇସିସି ବିଶ୍ୱକପରେ ଭାଗ ନେବ|
ବିସିସିଆଇ ଏକ ସିନିଅର ଗୋପନୀୟତା ସୂତ୍ରରୁ କହିଛନ୍ତି ଯେ ବହୁ ସମୟ ପରେ ସରକାରକୁ ଏଥିରେ ନିଷ୍ପତ୍ତି ନେବାକୁ ହେବ|ଏଥିରେ ଗୋଟିଏ ପାଖ ଯେ ବୈଶିକ ଓ ମହାଦୀପିୟ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିରୁଦ୍ଧରେ ଖେଳିବାକୁ ଅଟକାଇ ପାରିବନି|ଏଥିରେ ସମ୍ଭାବନା ଯେ ପାକିସ୍ତାନ ଗସ୍ତରେ ଯିବ ଓ ଶିଘ୍ର ନିଷ୍ପତ୍ତି ହେବ|
ବିସିସିଆଇର ସଚିବ ଜୟ ଶାହା ଏଵେ ଏସିଆ କ୍ରିକେଟ ପରିଷଦର ଅଧ୍ୟକ୍ଷ ତେଣୁ ଏହି ମାମଲାର ତାଙ୍କ ନିଷ୍ପତ୍ତି ଅସର ପଡିବ|ଦୁହେଁ ଶେଷ ଥର ୨୦୧୨ରେ ବାଇଲାଇଟେରାଲ ସିରିଜ ଖେଳିଥିଲେ|ଭାରତ ଶେଷ ଥର ପାଇଁ ୨୦୦୮ ରେ ୫୦ ଓଭରରେ ଏସିଆ କପ ପାଇଁ ପାକିସ୍ତାନ ଯାତ୍ରା କରିଥିଲେ|ରାଜନୈତିକ ତିକ୍ତତା କାରଣରୁ ଦ୍ୱିପାକ୍ଷିକ କ୍ରିକେଟ ବନ୍ଦ ରହିଛି|