Instagram ରେ ଐଶ୍ୱର୍ଯ୍ୟା ରାୟ ପରି ଦେଖା ଯାଉଥିଲା ପ୍ରେମିକା, ଯେତେବେଳେ ସାମନାସାମନି ହେଲା ସେତେବେଳେ ବାହାରିଲା ଲଳିତା ପୱାର, ଆଉ ତାପରେ…
ଯୁବପିଢିଙ୍କ ମଧ୍ୟରେ ସୋସିଆଲ ମିଡ଼ିଆର କିଛି ଅଧିକ ଚଳନି ରହିଛି । ସେମାନେ ଏଥିରେ ଫେମସ୍ ହେବାପାଇଁ ଆଜିକାଲି ନିଜ ଫଟୋ ଏବଂ ଭିଡ଼ିଓ ସେୟାର କରନ୍ତି । ଏଠାରେ ଆପଣଙ୍କ ଫଟୋକୁ ଆହୁରି ଆକର୍ଷଣୀୟ କରିବାପାଇଁ ଅନେକ ଗୁଡ଼ିଏ ଫିଲ୍ଟର ରହିଛି । ଏଥିରେ ଜଣେ ଆଭରେଜ୍ ଦେଖାଯାଉଥିବା ମଣିଷ ମଧ୍ୟ ଅନଲାଇନରେ ବହୁତ୍ ସୁନ୍ଦର୍ ଦେଖାଯାଏ । ଏହାର ପରିଣାମ ସ୍ବରୂପ ପ୍ରାୟ ସମସ୍ତଙ୍କ ଫଟୋ ବହୁତ୍ ଭଲ ଲାଗିଥାଏ । କିନ୍ତୁ ଯେତେବେଳେ ଆମେ ସେହି ମଣିଷକୁ ବାସ୍ତବ ଜୀବନରେ ଦେଖା କରନ୍ତି, ସେତେବେଳେ ତାର ରୂପ ରଙ୍ଗ ଦେଖି ଆମର ହୋସ ଉଡିଯାଏ ।
ଇନ୍ଷ୍ଟାଗ୍ରାମରେ ଫଟୋ ଦେଖି ଭଲପାଇ ବସିଲେ ଯୁବକ :-
ବର୍ତ୍ତମାନ ଏପରି କିଛି ପଞ୍ଜାବର ଜଣେ ଯୁବକଙ୍କ ସହ ହୋଇଛି । ତାଙ୍କର ଜଣେ ଆଗ୍ରା ବାସିନ୍ଦା ଯୁବତୀ ପସନ୍ଦ ହୋଇଗଲେ । ସେ ତାକୁ ଇନ୍ଷ୍ଟାଗ୍ରାମରେ ଫୋଲୋ କରୁଥିଲେ । ଯୁବତୀଙ୍କ ସୁନ୍ଦର ଫଟୋ ଦେଖି ସେ ତାକୁ ଭଲପାଇ ବସିଲେ । ସେ ଯୁବତୀଙ୍କୁ ସୁନ୍ଦର୍ ସୁନ୍ଦର୍ ମେସେଜ କରିବାକୁ ଲାଗିଲେ । ଆରମ୍ଭରେ ତ ଯୁବତୀ ତାଙ୍କୁ ଇଗ୍ନୋର କଲେ । କିନ୍ତୁ ଯେତେବେଳେ ସେ ଲଗାତାର ମେସେଜ ପଠାଇ ଚାଲିଲା, ସେତେବେଳେ ଯୁବତୀ କଥାବାର୍ତ୍ତା କଲେ ।
ବର୍ତ୍ତମାନ ଦୁହିଁଙ୍କ କଥାବାର୍ତ୍ତା ବନ୍ଧୁତା ଏବଂ ତାପରେ ପ୍ରେମରେ ବଦଳିଗଲା । ଯୁବକ ଯୁବତୀଙ୍କୁ ବିବାହ କରିବା ପର୍ଯ୍ୟନ୍ତ ସ୍ବପ୍ନ ଦେଖାଇଲେ । ଏପରି ପରିସ୍ଥିତିରେ ଦିନେ ଯୁବତୀ ନିଜର ସବୁକିଛି ଛାଡି ଆଗ୍ରାରୁ ନିଜ ପ୍ରେମିକ ସହ ଦେଖା କରିବାକୁ ପଞ୍ଜାବ ଆସିଗଲେ । କିନ୍ତୁ ଯେତେବେଳେ ପ୍ରେମିକ ଯୁବତୀଙ୍କ ବିନା ଫିଲ୍ଟର ବାଲା ପ୍ରକୃତ ଚେହେରା ଦେଖିଲା, ସେତେବେଳେ ତାର ପ୍ରେମ ଫିକା ପଡ଼ିବାକୁ ଲାଗିଲା ।
ପ୍ରକୃତ ଚେହେରା ଦେଖିବାରୁ ଧୋକା ଦେଇ ପଳାଇଲା :-
ଯୁବକ ପ୍ରାୟ ଦଶଦିନ ନିଜ ପ୍ରେମିକା ସହିତ ରହିଲା ଏବଂ ତାପରେ ତାକୁ ଧୋକା ଦେଇ ପଳାଇଗଲା । ବର୍ତ୍ତମାନ ଯୁବତୀ ଏକୁଟିଆ ହିଁ ପଞ୍ଜାବରେ ଫସି ରହିଛନ୍ତି । ସେ ଘରୁ ପଳାଇ ଆସିଥିଲେ । କାହାକୁ କିଛି କହିନଥିଲେ । ପଞ୍ଜାବରେ କେହି ତାଙ୍କୁ ଜାଣିନାହାନ୍ତି । ତାପରେ ଯୁବତୀ ସାହାସ ଜୁଟାଇ ନିଜ ପରିବାର ସହ ଯୋଗାଯୋଗ କଲା । ସେ ଲୋକମାନେ ମଧ୍ୟ ଝିଅ ଘରୁ ଅଚାନକ ଗାଏବ ହେବାରୁ ଖୋଜୁଥିଲେ । ପୋଲିସ ଯୁବତୀ ଏବଂ ପରିବାରକୁ ମିଶାଇବାରେ ସାହାଯ୍ୟ କଲା ।
ଏହି ଘଟଣା ପରେ ଯୁବତୀ ଅନଲାଇନ୍ ଫ୍ରେଣ୍ଡ୍ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ । ସେ ମଧ୍ୟ ନିଜ ଭୁଲ ବୁଝିପାରିଲେ । ବର୍ତ୍ତମାନ ସେ ଆଉ କୌଣସି ଅଜଣା ବ୍ୟକ୍ତି ଜାଲରେ ପଡ଼ିବେ ନାହିଁ । ବରଂ ସେ ତ ପ୍ରେମ ଭଲପାଇବାକୁ ଦୁରୁ ଜୁହାର କରୁଛନ୍ତି ।
ଏହି ପୁରା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିରୁ ଆପଣ ମଧ୍ୟ ଏକ ଶିକ୍ଷା ନେଇପାରିବେ । ଆପଣ ପ୍ରକୃତରେ ଯେମିତି, ଦୁନିଆକୁ ସେମିତି ହିଁ ଦେଖାନ୍ତୁ । କାହା ଠାରେ କିଛି ଲୁଚାଇ ରଖନ୍ତୁ ନାହିଁ । ଯଦି ଆପଣଙ୍କ ଭିତରେ କିଛି ଖାସ୍ ଗୁଣ ଥିବ, ତେବେ ଲୋକମାନେ ଆପଣଙ୍କୁ ଏମିତିରେ ଭଲପାଇବେ । ତାପରେ ଆପଣ ସୁନ୍ଦର୍ ହୁଅନ୍ତୁ କିମ୍ବା ନାହିଁ, ଏଥିରେ କିଛି ବି ଫରକ୍ ପଡେନାହିଁ ।