ଧମକ ଦେଇ ଯୁବତୀଙ୍କ ମୁହଁ ବନ୍ଦ କରିବାକୁ ଚାହୁଁଛି ଅର୍ଚ୍ଚନାର ସ୍ବାମୀ, ଲୁଚିକି କରୁଛି ଏମିତି କାମ

0

Get real time updates directly on you device, subscribe now.

ଏ ସମାଜ ବିଭିନ୍ନ ପ୍ରକାର ମଣିଷ ରେ ଭରପୁର।କିଛି ମଣିଷଙ୍କ ଭଲ କାମ ପାଇଁ ଏ ସମାଜ ଗର୍ବିତ ଓ କିଛି ମଣିଷଙ୍କ ଖରାପ କାମ ପାଇଁ ଏ ସମାଜ କଳଙ୍କିତ।ଏହିପରି କିଛି ଖରାପ କାମ କରି ସମାଜ କୁ କଳଙ୍କିତ କରିଛନ୍ତି ଅର୍ଚ୍ଚନା ନାଗ ଓ ତା’ର ସ୍ବାମୀ ଜଗବନ୍ଧୁ ଚାନ୍ଦ।ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ମିଶି ଭୁବନେଶ୍ୱର ରେ ସେକ୍ସ ରାକେଟ ଚଲାଇ ବଡ଼ ବଡ଼ିଆ ମାନଙ୍କୁ ନିଜ ଖରାପ କାମ ର ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କମାଇଛନ୍ତି କୋଟି କୋଟି ଟଙ୍କା।

ଖରାପ କାମ କରି ପଇସା ଗାଦି ରେ ଶୋଉଥିଲେ ସ୍ବାମୀ ସ୍ତ୍ରୀ ଓ ଭାବିଥିଲେ ଯେ ସେମାନେ ଯେଉଁ କାମ କରୁଛନ୍ତି ତାହା ଲୋକ ଲୋଚନ କୁ ଆସିବ ନାହିଁ ବୋଲି।କିନ୍ତୁ ଖରାପ କାମ କେବେ ଲୁଚିକି ରହେ ନାହିଁ,କେବେ ନା କେବେ ବାହାରକୁ ଆସେ।ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ଅର୍ଚ୍ଚନା ନାଗ କୁ ପୋଲିସ୍ ଗିରଫ କରିଥିଲା। ଅର୍ଚ୍ଚନା ଗିରଫ ହବା ପରେ ତା’ର ଓ ତା ସ୍ବାମୀ ର ଗୋଟିଏ ପରେ ଗୋଟିଏ କଳା କାରନାମା ବାହାରକୁ ଆସିଥିଲା। ବହୁ ବଡ଼ ବଡ଼ିଆ ତାଙ୍କ ସାନିଧ୍ୟ ଲାଭ କରୁଥିବା ଖବର ସାମ୍ନା କୁ ଆସିଛି।

କିନ୍ତୁ ଏବେ ଏଇ ଚର୍ଚ୍ଚା ଜୋର୍ ଧରିଛି କି କୁଆଡେ ଅର୍ଚ୍ଚନା ର ସ୍ବାମୀ ଜଗବନ୍ଧୁ ସବୁ ପ୍ରମାଣ ନଷ୍ଟ କରିବାରେ ଲାଗିଛି।କଥା ଉଠୁଛି କି ଯେବେ ପୋଲିସ୍ ଅର୍ଚ୍ଚନା କୁ ଗିରଫ କରିବା ପାଇଁ ତାର ସତ୍ୟନଗର ଘର କୁ ଯାଇଥିଲା ସେତେବେଳେ ଜଗବନ୍ଧୁ ସେଇଠି ଉପସ୍ଥିତ ଥିଲା,କିନ୍ତୁ ପୋଲିସ୍ ତାକୁ ଗିରଫ କରିନଥିଲା।ଚର୍ଚ୍ଚା ହେଉଛି କି ଯଦି ପୋଲିସ୍ ଅର୍ଚ୍ଚନା ଗିରଫ କରିଛି ଆଉ ଖଗେଶ୍ୱର କୁ ଜେରା କରିଛି ତାହେଲେ ଜଗବନ୍ଧୁ କୁ ଛାଡିଦେଲା କାହିକିଁ।

ପୋଲିସ୍ କହିଛି ଯେ ଜଗବନ୍ଧୁ ର ଦେହ ଖରାପ ଥିବାରୁ ତାକୁ ଖାଲି ନୋଟିସ ଜାରି କରାଯାଇଛି।ତେବେ ଏବେ କଥା ଶୁଣିବାକୁ ମିଳୁଛି ଯେ କୁଆଡେ ଯେଉଁ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ,ଜଗବନ୍ଧୁ ଗୋପନ ରେ ରହି ତାଙ୍କ ମୁହଁ ବନ୍ଦ ରଖିବା ପାଇଁ ଧମକ ଦେଉଛି।କାରଣ ଯୁବତୀଙ୍କ ଆଉ ଦର୍ଶନ ମିଳୁନି। କୁହାଯାଉଛି କି କୁଆଡେ ଜଗା ଆଉ ଖଗା ମିଶି ଯୁବତୀଙ୍କୁ ପଇସା ଲୋଭ ଦେଖାଉଛନ୍ତି କିମ୍ବା ତାଙ୍କୁ କୁଆଡେ ଲୁଚାଇ ରଖି ଧମକ ଦେଉଛନ୍ତି ଓ ଅର୍ଚ୍ଚନା କୁ ପେଡ଼ି ରୁ ବାହାର କରିବାର ରାସ୍ତା କାଢୁଛନ୍ତି।ତେବେ ଏବେ ନଜର ରହିଲା ଯେ ପୋଲିସ୍ ଅର୍ଚ୍ଚନା ଙ୍କ ବିରୋଧ ରେ କ’ଣ ପ୍ରମାଣ ସଂଗ୍ରହ କରୁଛି ଓ କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Leave A Reply

Your email address will not be published.