ଧୀରେଧୀରେ ଖୋଲୁଛି ବ୍ଲାକ୍ମେଲିଂ ରାଣୀ ଅର୍ଚ୍ଚନା ନାଗର କୁହୁକ ପେଡ଼ି । ଜାଲ ବିଛାଇ କେମିତି ପତି ଜଗବନ୍ଧୁ ଚାନ୍ଦ ଓ ପତ୍ନୀ ଅର୍ଚ୍ଚନା ନାଗ ଲୋକଙ୍କୁ ଲୁଟି କୋଟିପତି ପାଲଟିଥିଲେ ତାହାର ରହସ୍ୟ ଫିଟିବାରେ ଲାଗିଛି । ତେଜରାତି ବ୍ୟବସାୟରୁ ଦୁଇଟି କମ୍ପାନୀର ମାଲିକ ପାଲଟିଥିବା ଅର୍ଚ୍ଚନା ନାଗ କିପରି ଏତେ କମ୍ ସମୟ ମଧ୍ୟରେ ବହୁକୋଟି ଟଙ୍କାର ମାଲିକାଣୀ ହେଲେ ତାହାକୁ ନେଇ ପୁଲିସ ଆରମ୍ଭ କରିଛି ତଦନ୍ତ ।ଆଉ ଯିଏ ଅର୍ଚନାଙ୍କ ସହ ତାଙ୍କ ବେଡ଼ରୁମକୁ ଥରେ ଯାଏ, ସେ ଯେତେ ଟଙ୍କା ହେଲେବି କୁଆଡେ ଦେବାକୁ ପ୍ରସ୍ତୁତ ହୋଇ ଯାଉଥିଲେ।
ଯିଏ ଅର୍ଚନାଙ୍କ ଠାରୁ ଶାରୀରିକ ସୁଖ ଟିକେ ପାଇଯାଉଥିଲା, ସେମାନେ କୁଆଡେ ଦୁନିଆରେ କେଉଁ ଝିଅ ସହିତ ଅର୍ଚନାକୁ ତୁଳନା କରିପାରୁ ନଥିଲେ । ଆଉ ସମସ୍ତେ ଏବେ ଚର୍ଚ୍ଚା କରୁଛନ୍ତି, ଯେ କୁଆଡେ ଅର୍ଚନା କାମସୂତ୍ର ବିଦ୍ୟା ଜାଣିଥିଲେ । ଆଉ ସେ ଜାଣିଥିଲେ ଗୋଟିଏ ପୁରୁଷର ଯୌନ ଉତେଜନାକୁ କେମିତି କୌଶଳ କରି ନିୟନ୍ତ୍ରଣକୁ ଆଣି ସେମାନଙ୍କୁ ବୋକା ବନେଇ ହେବ । ଆଉ ଏମିତି କରି ମଜା ସାଙ୍ଗକୁ ଦେଉଥିଲେ ସଜ୍ଜା ।
କାରଣ ସେ ଯେତେ ବଡ଼ ଲୋକ ହେଉ ନା କାହିଁକି, ଅର୍ଚନା ଏମିତି କାଇଦାରେ କାମ କରୁଥିଲେ ସେମାନେ ଟଙ୍କା ଦେବାକୁ ବାଧ୍ୟ ହେଉଥିଲେ । ଆପଣ ଭାବି ପାରୁଥିବେ ଅର୍ଚନାଙ୍କ କଳା କଣ । ଅତିଥି ମଦ ପିଇ ଆସିବାପରେ ବାଥରୁମକୁ ରୋମାନ୍ସ କରିବାକୁ ହାତ ଧରି ଟାଣି ନେଉଥିଲେ ଅର୍ଚ୍ଚନା । ଆଉ ସେଥିପାଇଁ ତୋ ଅର୍ଚ୍ଚନାଙ୍କ ସହ ଥରେ ଶାରୀରିକ ସମ୍ପର୍କ ରଖିବାକୁ କୋଟି କୋଟି ଟଙ୍କା ସାରିଦେବାକୁ ନେତାମାନେ ପ୍ରସ୍ତୁତ ହେଇ ଯାଉଥିଲେ । ଆଉ ସ୍ୱାମୀ ଜଗବନ୍ଧୁ ସ୍ତ୍ରୀର ଏହି କାମରେ ସବୁବେଳେ ରାଜି ହେଉଥିଲେ ।
ଆଉ ସ୍ତ୍ରୀର ଏସବୁ ଟ୍ୟାଲେଣ୍ଟ ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହେଉଥିଲେ । ଆଉ ଟଙ୍କା ଦେଖି ଖୁସି ହେଉଥିଲେ । ତେବେ ଦର୍ଶକବନ୍ଧୁ ଆମେ ଏଠି ଆଉ ଗୋଟେ କଥା କହି ରଖିବା ପାଇଁ ଚାହିଁବୁ, ସବୁକିଛି ଘଟଣା ଏମିତି କ୍ଷଣକେ ଘଟିଯାଇ ନଥିଲା । ତେବେ ଏଇଭଳି ଭାବେ ମାୟାବିନୀ ଅର୍ଚନା କୋଟି କୋଟି ଟଙ୍କା ରୋଜଗାର କରି ଏଭଳି ସାମ୍ରାଜ୍ୟ ଗଢ଼ିଥିଲେ । ଯାହାକି ଏବେ କ୍ଷଣକେ ଧୂଳିସାତ ହେବାକୁ ଯାଉଛି ।