କୁହାଯାଏ ଯେ ସବୁ ବୃତ୍ତି ଗୋଟିଏ ବିଦ୍ୟା, ଗୋଟିଏ ସାଧନାରେ ହିଁ ଜିତି ହୁଏ ଏବଂ ଜାଣିହୁଏ ଆଉ ଏହାକୁ ବଢ଼ାଇହୁଏ | କୌଣସି ବିଦ୍ୟା ଛୋଟ ନୁହେଁ, କୌଣସି ବିଦ୍ୟା ଅପବିତ୍ର ନୁହେଁ | ପବିତ୍ରତା, ଅପଵିତ୍ରତା ଏଥିସହିତ ଯୋଡି ହୋଇଥିବା ବ୍ୟକ୍ତିର ମାନସିକତା ଉପରେ ନିର୍ଭର କରେ | ତେବେ ଅର୍ଚ୍ଚନାଙ୍କ ପାଖରେ ଏପରି କଣ ଥିଲା, ଯେଉଁଥିପାଇଁ ରାଜାମାନେ ମଧ୍ୟ ଅର୍ଚ୍ଚନାଙ୍କ ରୂପ ଜାଲରେ ଫସି ଯାଉଥିଲେ | ଆଉ ଅର୍ଚ୍ଚନା ଏଭଳି ଏ ସବୁ ଜିନିଷରେ ଏତେ ପାରଙ୍ଗମ ଥିଲେ ସେ ଅନେକ ଲୋକଙ୍କୁ ନିଜ ମୋହ ଜାଲରେ ବାନ୍ଧି ରଖିପାରୁଥିଲେ |
ଅର୍ଚ୍ଚନାଙ୍କ ପାଖରେ ଏଭଳି କଣ ଥିଲା, ଯାହା ଅନ୍ୟ କୌଣସି ଝିଅ ପାଖରେ ନଥିଲା |
ଆଉ ଅର୍ଚ୍ଚନା ଏକ ନମ୍ବର ରାଣୀ ମହୁମାଛି ପାଲଟିଗଲେ | କାରଣ ଅର୍ଚ୍ଚନାଙ୍କ ସାନିଧ୍ୟ ପାଇବାପାଇଁ ଲୋକଙ୍କୁ ଅନେକ ଟଙ୍କା ଦେବାକୁ ପଡୁଥିଲା | ଆଉ ସେ ଯେକୌଣସି ବ୍ୟକ୍ତିକୁ ମଧ୍ୟ ଖୁସି କରିଦେଉଥିଲେ | ଯାହା ଜଣାପଡୁଛି ଯେ ଯେତେବେଳେ ଅର୍ଚ୍ଚନା ଭୁବନେଶ୍ୱର ଆସିଲେ, ସେତେବେଳେ ସେ ଯେଉଁ ବିଉଟିପାର୍ଲରରେ କାମ କରୁଥିଲେ ତାହା ଥିଲା ତାଙ୍କ ପାଇଁ ଏକ ଟ୍ରେନିଂ ସ୍ପଟ | ଆଉ ଯେଉଁଠି ଏପରି ଜଣେ ଦିଦି ଥିଲେ, ଯିଏକି ଅର୍ଚ୍ଚନାଙ୍କୁ କାମସୁତ୍ର ଶିଖାଇଥିଲେ |
ଅର୍ଚ୍ଚନାଙ୍କ ନାଚୁରାଲ ଇଂଟରେଷ୍ଟ ସବୁବେଳେ ସେକ୍ସରେ ହିଁ ଥିଲା | ତେବେ ଅନେକ ଲୋକ ଏହାକୁ ଖରାପ କହୁଥିବାବେଳେ ଯିଏ ଏଥିରେ ରୁଚି ରଖନ୍ତି, ସେମାନେ ଜାଣନ୍ତି ଯେ ଜଣେ ବ୍ୟକ୍ତିକୁ ସାଟିସଫାଏ କରିବାକୁ ହେଲେ କଣ କରିବାର ଆବଶ୍ୟକତା ଥାଏ | ଆଉ ଅର୍ଚ୍ଚନା ଏସବୁଥିରେ ଏତେ ମାଷ୍ଟର ଥିଲେ ଯେ ସେ କିଛି କ୍ଷଣରେ ହିଁ ନିଜର କଥା ହେଉ, ନିଜର ସ୍ପର୍ଶ ହେଉ ବା ନିଜର ସମ୍ଭୋଗର ପ୍ରକ୍ରିୟା ହେଉ ଏସବୁଥିରେ ଗୋଟିଏ ଲୋକର ମନ କିଣି ନେଉଥିଲେ |
ପ୍ରଥମେ ସେ ଲୋକଙ୍କୁ ପ୍ରଚୁର ପରିମାଣରେ ନିଶାପାନ କରାଉଥିଲେ | ଏହାପରେ ସାମ୍ନା ଲୋକକୁ ଅର୍ଚ୍ଚନା ସୁନ୍ଦର ଲାଗୁଥିଲେ | ତେବେ ଜଣେ ଲେଖକ କହିଛନ୍ତି ଗୋଟିଏ କଥା – ଯେତେବେଳେ ଜାଣିବେ ଯେ ଆପଣଙ୍କର ନିଶା ଅଧିକ ହୋଇଗଲାଣି, ଯେତେବେଳେ ଆପଣଙ୍କୁ ସାଧାରଣ ସମୟରେ ଏକ କୁସ୍ଚିତ ଲାଗୁଥିବା ମହିଳା ନିଶା ପିଇ ସରିବାପରେ ଆପଣଙ୍କୁ ସୁନ୍ଦର ଲାଗିବ, ସେତେବେଳେ ଜାଣିବେ ଯେ ଆପଣଙ୍କୁ ନିଶା ହୋଇଗଲାଣି | ଆଉ ସେ ନିଜର ସମ୍ଭୋଗର ପ୍ରକ୍ରିୟାରେ ନିଶାକୁ ଏଭଳି ମାତ୍ରାରେ ସାଥି କରିଥିଲେ, ଯାହାକି ସବୁବେଳେ ତାଙ୍କ ସାଥ ଦେଉଥିଲା | ଏଭଳି କୌଣସି ବ୍ୟକ୍ତି ନଥିଲେ, ଯିଏ କି ଅର୍ଚ୍ଚନାଙ୍କ ପାଖକୁ ଯାଇନଥିଲେ |
ସତରେ, କୁହାଯାଏ ଯେ ଗୋଟିଏ ଗୋଟିଏ ସାଧନା ବା ସିଦ୍ଧି ହିଁ ବେଳେବେଳେ ଗୋଟିଏ ମଣିଷକୁ ବହୁତ ଉପରକୁ ନେଇଯାଏ | ଆଉ ବେଳେବେଳେ ସେଇ ଗୋଟିଏ ଜିନିଷର ଅପବ୍ୟବହାର ତାକୁ ଅତି ନିମ୍ନଗାମୀ ମଧ୍ୟ କରାଏ | ତେବେ ଭାରତୀୟ ସଂସ୍କୃତିରେ ରାଜା ମହାରାଜା ସମୟରୁ ହିଁ କାମସୁତ୍ରର ଏହି ପ୍ରକ୍ରିୟାକୁ ଅନେକ ମହତ୍ୱ ଦିଆଯାଇଛି | ତେବେ ଅନ୍ୟପଟେ କିଛି ଲୋକ ଏହାକୁ ଖରାପ ମଧ୍ୟ କହୁଛନ୍ତି | ତେବେ ଏହା ଖରାପ ନୁହେଁ, ଯେପରିକି ସବୁ ବିଦ୍ୟାର ବ୍ୟବହାର ଏହାର ବ୍ୟବହାରକାରୀ ଉପରେ ନିର୍ଭର କରେ |