ହାତ ମାରୁ ମାରୁ ଗଳିପଡ଼ିଲା ବୃଦ୍ଧଙ୍କ ଆଖି ଡୋଳା,ପରେ ଜଣା ପଡ଼ିଲା ଯେ ଡାକ୍ତର ଆଖି ତାଡ଼ିକି ନେଇ ଯାଇଛନ୍ତି

0

Get real time updates directly on you device, subscribe now.

ଝାଡ଼ଖଣ୍ଡ ଜମସେଦପୁରରୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ ଆଉ ତାହା ହେଲା ରୋଗୀଙ୍କ ଆଖି ତାଡି ନେଲେ ଡାକ୍ତର । ଆଉ ଲଗାଇ ଦେଲେ ପିଲାମାନେ ଖେଳୁଥିବା କାଚବାଟି  । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି  ଝାଡଖଣ୍ଡର ଜାମସେଦପୁରରୁ । ଆଉ ଘଟଣା ପରେ ଉକ୍ତ ହସ୍ପିଟାଲ ସହିତ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି  । ପିଡିତ ଆଦିବାସୀ ଗଙ୍ଗାଧର ସିଂ କେସିସି ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ।

ତେବେ ବନ୍ଧୁଗଣ ଜମସେଦପୁରରୁ ପାଖାପାଖି ୬୦ କିଲୋମିଟର ଦୂରରେ ରହିଛି ଏକ ଆଦିବାସୀ ଗାଁ । ପାଖାପାଖି ୧୫ ପରିବାର ରହୁଥିବା ଏହି ଗାଁରେ ରୁହନ୍ତି ଗଙ୍ଗାଧର । କିଛିଦିନ ପୁର୍ବରୁ ଆଖି ସମସ୍ୟା ଦେଖା ଦେଇଥିବା ନେଇ ଗାଁର ଜଣେ ମହିଳାଙ୍କ ସହ କଥା ହୋଇଥିଲେ ଗଙ୍ଗାଧର । ଯାହା ପରେ ମହିଳା ଜଣକ ମଧ୍ୟ ତାଙ୍କୁ ଏକ ଏନ-ଜି-ଓ ସହ କଥା କରାଇ ଦେଇଥିଲେ । ଗତବର୍ଷ ୨୦୨୧ ନଭେମ୍ବର ୧୮ ତାରିଖରେତାଙ୍କୁ ହସ୍ପିଟାଲକୁ ଆଣି ଉକ୍ତ ଏନଜିଓ ଅସ୍ତ୍ରୋପଚାରର ବ୍ୟବସ୍ଥା କରିଥିଲା।

ଗଙ୍ଗାଧରଙ୍କ ସହ ଗାଁର ଆଉ କିଛି ଗ୍ରାମବାସୀ ମଧ୍ୟ ଆଖି ଅସ୍ତ୍ରୋପଚାର କରିଥିଲେ । କିନ୍ତୁ ଏହାର କିଛିଦିନ ପରେ ଗଙ୍ଗାଧରଙ୍କ ଆଖି କୁଣ୍ଡାଇ ହେବାକୁ ଲାଗିଥିଲା । ଏହାପରେ ପୁଣି ଥରେ ତାଙ୍କୁ ଜମସେଦପୁର, ରାଞ୍ଚି ଓ କୋଲକାତା ନେଇ ପରିବାର ଲୋକେ ଚିକିତ୍ସା କରାଇଥିଲେ । ତଥାପି ତାଙ୍କ ସମସ୍ୟାର କୌଣସି ସମାଧାନ ହୋଇନଥିଲା । ଦିନେ ଆଖିରେ ଜଳାପୋଡା ସମ୍ଭାଳି ନ ପାରି ଦୁଇ ଆଖିରେ ପାଣି ଢାଳି ଦେଇଥିଲେ ଗଙ୍ଗାଧର । ଆଉ ଏହାର କିଛି ସମୟରେ ହିଁ ତାଙ୍କ ଆଖିର ଡୋଳା ବାହାରକୁ ବାହାରି ଆସିଥିଲା ।

ଯାହା ଦେଖି ଡରି ଯାଇଥିଲେ ଗଙ୍ଗାଧର ।ସେ ତୁରନ୍ତ ଆଇବଲ୍‌ ଧରି ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଯାଞ୍ଚ ପରେ ଡାକ୍ତରଙ୍କ କେଳେଙ୍କାରୀ ପଦାରେ ପଡିଥିଲା । ଗଙ୍ଗାଧରଙ୍କ ଅସଲି ଆଖି ତାଡି ନକଲି କାଚବାଟି ଡାକ୍ତର ଲଗାଇଥିବା ସେ ଜାଣିବାକୁ ପାଇଥିଲେ । ବୃଦ୍ଧଙ୍କ ଅଭିଯୋଗ ପରେ ଏବେ ଏହି ଘଟଣାରେ ଅପରେସନ କରିଥିବା ଡାକ୍ତର ଓ ଉକ୍ତ ମହିଳାଙ୍କୁ ଖୋଜୁଛି ପୋଲିସ । ଦୋଷୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.