ଯେତେ ସମ୍ପର୍କ ରଖୁଛ ରଖ,କିନ୍ତୁ ହାତରେ ମୋତେ ଟଙ୍କା ଦିଅ,ମୁଁ ଫୋନ୍ ପେ ରେ ଟଙ୍କା ନେବିନି

0

Get real time updates directly on you device, subscribe now.

” ମୁଁ ତୁମକୁ ଖୁସି କଲି, ଆଉ ମତେ ଖୁସି କରିବାକୁ ହେଲେ ମତେ ମୋଟା ଅଙ୍କର ଟଙ୍କା ଦେବାକୁ ପଡିବ । କିନ୍ତୁ ମୁଁ ଫୋନ ପେରେ ଦେବିନାହିଁ । ମତେ ସିଧା ହାତରେ ଆଣି କ୍ୟାସ ଦିଅ । ମୁଁ ଅନଲାଇନ୍ ଟ୍ରାଞ୍ଜାକ୍ସନ ଜମାରୁ ବି କରିବାକୁ ଚାହୁଁନି । ଲକ୍ଷ ଲକ୍ଷ ଟଙ୍କାର କଥା, ଯଦି ଧରା ପଡ଼ିଯିବି ତାହେଲେ ମୋର କଣ୍ ହେବ, ମୁଁ ତ ପୁରା ଫସିଯିବି । ତୁମେ ଟଙ୍କା ଦିଅ, ହେଲେ ସିଧା ମୋ ଘରକୁ ଆସି ହାତରେ ଟଙ୍କା ଦିଅ ।”

ଆଜ୍ଞା ହଁ, ଅର୍ଚ୍ଚନା ସିନା ଗାଁରୁ ଚିରା ଫଟା ବ୍ୟାଗଟେ ଧରି ଦଶମ ପଢ଼ିବା ପରେ ରାଜଧାନୀ ବାହାରି ପଡ଼ିଥିଲେ, କିନ୍ତୁ ବିଉଟି ପାର୍ଲରରେ ରହି କାମ କରୁଥିବା ବେଳେ ବଡ ବଡ଼ ଘରର ଝିଅ ବୋହୂଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଆଉ ସବୁବେଳେ ସେମାନଙ୍କ ଜୀବନ ଶୈଳୀ ଦେଖି ଲୋଭେଇ ଯାଉଥିଲେ । ଆଉ ଦଶମ ପଢିଥିବା ଏହି ଯୁବତୀ ନିଜ ଉପରେ ଏମିତି ଧ୍ୟାନ ଦେଲେ ଯେ ନିଜ ଶରୀରକୁ ନେଇ ଏପରି ଜ୍ଞାନ ଆସିଲା ଯେ ପୁରା ଯେମିତି ପିଏଚଡି ସାରିଥିଲେ ।

ମୁଣ୍ଡକୁ ବୁଦ୍ଧି ଜୁଟିଥିଲା ଯେ ତାଙ୍କ ଶୈଳୀକୁ ନେଇ କିପରି ବ୍ୟବହାର କରି କୋଟି କୋଟି ଟଙ୍କା ରୋଜଗାର କରିପାରିବେ । ଆଉ ତାଙ୍କ ମାୟାରେ ସବୁ ଫସିଗଲେ । ରାଜନେତା ଠାରୁ ଆରମ୍ଭ କରି ବଡ ବଡିଆ, କୋଟିପତି ଠାରୁ ବିଲଡର ସମସ୍ତେ ଫସିଲେ । ତେବେ ଅର୍ଚ୍ଚନା ଗାଁରୁ ଆସିବାପରେ ନିଜ ଚେହେରାରେ ଚମକ୍ ଆଣିଥିଲେ । ଯେମିତି ଜଣେ ସମ୍ଭ୍ରାନ୍ତ ଶ୍ରେଣୀର ମହିଳା ପରି ଦେଖାଯିବେ । ଆଉ ଯିଏ ଦେଖିବ ପାଖକୁ ଟାଣି ହୋଇ ଆସିବ । ତେବେ ସବୁ ବଡ ବଡ଼ିଆ ତାଙ୍କର ଏହି ଫାଶରେ ପଡୁଥିଲେ । ଆଉ ଅର୍ଚ୍ଚନା ସ୍ବାମୀ ଜାଣତରେ ଶାରୀରିକ ଭୋକ ମେଣ୍ଟଇଥିଲେ । ତା ସହ ପୁଳା ପୂଳା ଟଙ୍କା ଆଣୁଥିଲେ ।

ସ୍ବାମୀ ସ୍ତ୍ରୀ ମିଶି କୁଆଡେ ନିଷ୍ପତ୍ତି ନେଇଥିଲେ, ସୁନ୍ଦରୀ ସ୍ତ୍ରୀ ଯାହା ସହ ବି ସମ୍ପର୍କ ରଖୁ, କିନ୍ତୁ ଟଙ୍କା ନେବାବେଳେ କେବେ ବି ଅନଲାଇନ୍ ମାଧ୍ୟମରେ ନେବେ ନାହିଁ । ଆଉ ଆପଣ ମଧ୍ୟ ଜାଣିଥିବେ ଯେ ଯେତେବେଳେ ବଡ ଅମାଉଣ୍ଟର କିଛି ଟଙ୍କା ଟ୍ରାଞ୍ଜାକ୍ସନ ହୁଏ, ବ୍ୟାଙ୍କ୍ ବାଲାଙ୍କ ନଜର ପଡ଼ିଯାଏ । ଆଉ ଫସିବାକୁ ଥିଲେ ମଣିଷ ସହଜରେ ଫସିଯାଏ । ସେପଟେ ଟ୍ୟାକ୍ସ ଡିପାର୍ଟମେଣ୍ଟ ଆଉ ପୋଲିସ ପାଇଁ ମଧ୍ୟ ବିପଦ । ଆପଣ ବଞ୍ଚି ପାରିବେନି ଏବଂ ସେଥିପାଇଁ ଏହି ଟେନସନରେ ପଡ଼ିବା ଅପେକ୍ଷା ଅର୍ଚ୍ଚନା ଶାରୀରିକ ସମ୍ପର୍କ ରଖିଲା ପରେ ସିଧା କ୍ୟାସ ମାଗୁଥିଲେ, ତାହା ପୁଣି ପାଖକୁ ଆସି ହାତରେ ଦିଅ । ଦରକାର ପଡ଼ିଲେ ଆଉ ଥରେ ଶାରୀରିକ ସମ୍ପର୍କ ରଖ, କିନ୍ତୁ ହାତରେ କ୍ୟାସ ଦିଅ ।

ତେବେ ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବାକୁ କୁଆଡେ ଅର୍ଚ୍ଚନା ସିଧା ମନା କରିଦେଉଥିଲେ । ତେବେ କିଏ ଖୁସିରେ ଟଙ୍କା ଦେଉଥିଲା ତ ଆଉ କିଏ ଭିଡିଓ ଭାଇରାଲ ଭୟରେ ଟଙ୍କା ଦେଇ ଦେଉଥିଲା । ଆଉ ଏଭଳି ଭାବେ ଅର୍ଚ୍ଚନା କୋଟି କୋଟି ଟଙ୍କା ଆଦାୟ କରୁଥିଲେ । କିନ୍ତୁ କୁହାଯାଉଛି ଯେ ଅର୍ଚ୍ଚନା କେବଳ ହାତରେ ହିଁ କ୍ୟାସ ନେଉଥିଲେ ଏବଂ ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବାକୁ ମନା କରିଦେଉଥିଲେ । ତେବେ ଅର୍ଚ୍ଚନା ଗିରଫ ହୋଇ ଯିବାପରେ ଗୋଟିଏ ପରେ ଗୋଟିଏ ନୂଆଁ ନୂଆଁ ତଥ୍ୟ ସାମ୍ନାକୁ ଆସୁଛି । ସେହିଭଳି ଏହି ତଥ୍ୟଟି ମଧ୍ୟ ଆସିଛି ଯେ ଅର୍ଚ୍ଚନା ଟ୍ରାଞ୍ଜାକ୍ସନକୁ ମନା କରୁଥିଲେ ଆଉ ସିଧା ହାତରେ ଟଙ୍କା ନେଉଥିଲେ ।

Leave A Reply

Your email address will not be published.