ଆପଣଙ୍କର ଆଧାର କାର୍ଡ ୧୦ ବର୍ଷର ପୁରୁଣା ହୋଇଗଲାଣି କି ? ତା ହେଲେ ଜଲଦି କରାଇ ନିଅନ୍ତୁ ଅପଡେଟ,ନହେଲେ ହେବେ ଅସୁବିଧାର ସମ୍ମୁଖୀନ !

0

Get real time updates directly on you device, subscribe now.

ଆଜିର ସମୟରେ ବିନା ଆଧାର କାର୍ଡରେ କୌଣସି ବି ଆର୍ଥିକ କାରବାର କରିବା ଅସମ୍ଭବ । ଏହା ଏବେ ଆମ ପରିଚୟପତ୍ରର ଏକ ପ୍ରମୁଖ ପ୍ରମାଣ ବୋଲି ଗଣନା କରାଯାଉଛି । ତେବେ ବନ୍ଧୁଗଣ କଣ ଆପଣଙ୍କ ଆଧାର କାର୍ଡ ୧୦ବର୍ଷ ପୁରୁଣା ଅଟେ କି? ଆଉ ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁ-ଆଇ-ଡି-ଏ-ଆଇ) ଏକ ନୋଟିସ୍ ଜାରି କରିଛି ।ନୋଟିସ ଅନୁସାରେ ଯେଉଁମାନେ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପାଇଥିଲେ ବର୍ତ୍ତମାନ ସମୟରେ ସେମାନଙ୍କୁ ନିଜର ଆଧାର କାର୍ଡକୁ ଅପଡେଟ୍ କରିବାକୁ ପଡିବ ।

ହଁ କେବଳ ସେଇମାନେ ଅପଡେଟ କରିବେ ଯେଉଁମାନେ ୧୦ ବର୍ଷ ମଧ୍ୟରେ କେବେବି ଅପଡେଟ୍ କରି ନାହାଁନ୍ତି । ସୂଚନା ଅନୁସାରେ, ୟୁ-ଆଇ-ଡି-ଏ-ଆଇ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡାଟା ଅପଡେଟ କରିବାପାଇଁ ଅନଲାଇନ କିମ୍ବା ଆଧାର କେନ୍ଦ୍ରରେ କରାଯାଇ ପାରିବ । ଯେଉଁମାନେ ଦଶ ବର୍ଷ ପୂର୍ବେ ନିଜର ଆଧାର ପାଇଥିଲେ ଏବଂ ପରବର୍ତ୍ତୀ ବର୍ଷ ଗୁଡିକରେ ସେଗୁଡିକୁ କେବେବି ଅପଡେଟ୍ କରିନାହାଁନ୍ତି ତେବେ ସେପରି ଆଧାର ନମ୍ବର ଧାରକମାନଙ୍କୁ ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ଅନୁରୋଧ କରାଯାଇଛି ।

ୟୁ-ଆଇ-ଡି-ଏ-ଆଇ ଏହି ଆଧାରରେ ଧାର୍ଯ୍ୟ ଫି ସହିତ ଆଧାର ଧାରକମାନଙ୍କୁ ଡକ୍ୟୁମେଣ୍ଟ ଅପଡେଟ୍ ସୁବିଧା ପ୍ରଦାନ କରିଛି । ଆଧାର ଧାରକ ଆଧାର ତଥ୍ୟରେ ବ୍ୟକ୍ତିଗତ ପରିଚୟ ପ୍ରମାଣ ଏବଂ ଠିକଣା ପ୍ରୁଫ୍ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଅପଡେଟ୍ କରିପାରିବେ । ୟୁ-ଆଇ-ଡି-ଏ-ଆଇ କହିଛି ଯେ ସରକାରୀ ଯୋଜନା ଏବଂ ସେବାଗୁଡିକ ପାଇବାକୁ ହେଲେ ଜନସାଧାରଣ ମାନଙ୍କୁ ଆଧାର ତଥ୍ୟକୁ ସର୍ବଶେଷ ବ୍ୟକ୍ତିଗତ ବିବରଣୀ ସହିତ ଅପଡେଟ କରିବାକୁ ପଡିବ ।

ଯାହାକି ଆପଣମାନେ ଅନଲାଇନ୍ କିମ୍ବା ଅଫ୍ ଲାଇନ୍ ରେ ମଧ୍ୟ ବେଶ୍ ସହଜରେ କରି ପାରିବେ ।ଯଦି ଅନଲାଇନ ମାଧ୍ୟମରେ ଆଧାର କାର୍ଡ ଅପ୍‌ଡେଟ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ “ମାଇ ଆଧାର” ପୋର୍ଟାଲକୁ ଯାଇ କରି ପାରିବେ । କିମ୍ବା ଆପଣ ଆଧାର ସେଣ୍ଟରକୁ ଯାଇ ମଧ୍ୟ ଅଫ୍ଲାଇନ୍ ମାଧ୍ୟମରେ ଏହି କାମ କରି ପାରିବେ । କିନ୍ତୁ ଏଠାରେ ଆମେ କହି ରଖୁଛୁ ଯେ ଏହି ପ୍ରକ୍ରିୟା କରିବା ବାଧ୍ୟତାମୂଳକ ନୁହେଁ, କିନ୍ତୁ ଏହା ଆଧାର କାର୍ଡଧାରୀ ମାନଙ୍କ ପାଇଁ ହିତକାରି ହେବ ।

Leave A Reply

Your email address will not be published.