ପେଟ ଯନ୍ତ୍ରଣା ବହୁତ୍ ସାଧାରଣ ସମସ୍ୟା ଅଟେ । ବେଳେବେଳେ ଭୁଲ୍ ଖାଇବା କାରଣରୁ ମଧ୍ୟ ପେଟ ଯନ୍ତ୍ରଣା ହୋଇଥାଏ । କିଛି ଲୋକ ପେଟ ଯନ୍ତ୍ରଣା ହେଲେ ଔଷଧ ଖାଆନ୍ତି ତ ଆଉ କିଛି ଲୋକ ଅଧିକ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପାଖକୁ ଚାଲିଯାଆନ୍ତି । ନିକଟରେ ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକ ପେଟ ଯନ୍ତ୍ରଣା ପରେ ଡାକ୍ତରଙ୍କ ପାଖକୁ ଯିବାରୁ ଡାକ୍ତର ତାଙ୍କ ରିପୋର୍ଟ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଡ଼ାକ୍ତର ଯେତେବେଳେ ଯାଞ୍ଚ କରାଇଲେ, ସେତେବେଳେ ଜଣାପଡ଼ିଲା ଯେ ତାଙ୍କ ପେଟରେ ଗୋଟିଏ ଷ୍ଟିଲ ଗ୍ଲାସ୍ ଫସି ରହିଛି । ଏହି ମାମଲା କେଉଁ ସ୍ଥାନର ଅଟେ ଏବଂ ପେଟରେ ଫସିଥିବା ଷ୍ଟିଲ ଗ୍ଲାସର କଣ ହେଲା ଚାଲନ୍ତୁ ଜାଣିବା ।
ରିପୋର୍ଟ୍ ଅନୁଯାୟୀ, ଏହି ମାମଲା ବିହାରର ବେତୀୟାର ଅଟେ । ଏଥିରେ ମଦ ନିଶାରେ ଜଣେ 22 ବର୍ଷୀୟ ଯୁବକଙ୍କୁ କିଛିଦିନ ପୂର୍ବରୁ ଭୟଙ୍କର ପେଟ ଯନ୍ତ୍ରଣା ହେଲା ଏବଂ ମଳଦ୍ୱାରରୁ ରକ୍ତ ବାହାରିବାକୁ ଲାଗିଲା । ମାମଲାର ଗମ୍ଭୀରତାକୁ ଦେଖି ତାଙ୍କୁ ତୁରନ୍ତ ପାଟଣା ମେଡିକାଲ୍ କଲେଜ ହସ୍ପିଟାଲ ନିଆଗଲା । ଡାକ୍ତରମାନେ ଯେତେବେଳେ ତାଙ୍କର ଯାଞ୍ଚ୍ କଲେ, ତାପରେ ରିପୋର୍ଟରେ ସାମ୍ନାକୁ ଆସିଲା ଯେ ତାଙ୍କ ପେଟରେ 14 ସେମି ଅର୍ଥାତ୍ 5.5 ଇଞ୍ଚର ଲମ୍ବା ଗ୍ଲାସ୍ ଫସି ଯାଇଥିଲା । ତାହା ଶରୀର ଭିତରେ ଫସି ରହିଥିଲା ଏବଂ ତାହା ତାଙ୍କ ଶରୀର ଭିତରକୁ ଚାଲିଯାଇଥିଲା, ଯେଉଁ କାରଣରୁ ତାଙ୍କ ମଳଦ୍ୱାରରୁ ରକ୍ତ ଆସିବାକୁ ଲାଗିଥିଲା ।
ସର୍ଜରୀକୁ ଲିଡ କରୁଥିବା ଡ଼ାକ୍ତର ଇନ୍ଦ୍ର ଶେଖର କୁମାର କହିଛନ୍ତି ଯେ ଏହି ସର୍ଜରୀକୁ 11 ଜଣିଆ ଡାକ୍ତରୀ ଟିମ୍ କରିଛନ୍ତି ଏବଂ ସଫଳତା ଭାବେ ଷ୍ଟିଲ ଗ୍ଲାସଟିକୁ ଶରୀରରୁ ବାହାର କରିଦେଲେ । ଯୁବକଙ୍କ ଶରୀରରୁ ଗ୍ଲାସ୍ ବାହାର କରିବାପାଇଁ କୋଲୋଷ୍ଟମି କରାଗଲା । ଏହା ଏପରି ଗୋଟିଏ ସର୍ଜରୀ ଅଟେ, ଯେଉଁଥିରେ ଶେଷରେ ଗୋଟିଏ ହୋଲ କରାଯାଏ ଏବଂ ଗୋଟିଏ ବ୍ୟାଗ୍ ଫିଟ୍ କରାଯାଏ । ଯେପରିକି ଘା ଠିକ୍ ହୋଇପାରିବ ।
ତାଙ୍କୁ କିଛି ଦିନ ମଧ୍ୟରେ ଛୁଟି ଦେଇ ଦିଆଯିବ ଏବଂ ଜାନୁଆରୀରେ ତାଙ୍କ କୋଲୋଷ୍ଟମିକୁ ବାହାର କରାଯିବ । ଡ଼ାକ୍ତର କହିଛନ୍ତି ଯେ ଯୁବକ ଜଣକ ଯେତେବେଳେ ନିଶାରେ ଥିଲେ, ସେତେବେଳେ ତାଙ୍କ ଶରୀରରେ ଏହି ଷ୍ଟିଲ ଗ୍ଲାସ୍ ଭର୍ତ୍ତି ହୋଇଥିବ, ତେଣୁ ତାଙ୍କର କିଛି ମନେନାହିଁ ।