ଧରାପଡ଼ିଲେ ରାଜା,ସାମ୍ନାକୁ ଆସିଲା ରାଜାଙ୍କ ନାଁ,ସେହି ରାଜା ଜଣଙ୍କ ହେଉଛନ୍ତି କେଭି ସିଂହଦେଓ ବା କନକ ବର୍ଦ୍ଧନ ସିଂହଦେଓ|ଅର୍ଚ୍ଚନାଙ୍କ ସହ ସେ ଶାରୀରିକ ସମ୍ପର୍କ ରଖିଥିବା କଥା ନିଜେ କହିଛନ୍ତି ଅର୍ଚ୍ଚନା,ଏଇ ହେଉଛି ତାର ପ୍ରମାଣ|୨୫/୧୧/୨୦୨୦,ଅର୍ଚ୍ଚନା ଗୋଟିଏ ଅଭିଯୋଗ କରିଥିଲେ ପୋଲିସ୍ କମିଶନରଙ୍କ ପାଖରେ ଓ କ୍ୟାପିଟାଲ ଥାନାରେ ମଧ୍ୟ ଏତଲା ଦେଇଥିଲେ ଓ କହିଥିଲେ କିପରି ବିଜେପିରେ ଗୋଟିଏ ସିଟ ଦେବାକୁ କିଭଳି ପ୍ରତିଶ୍ରୁତି ଦେଇଥିଲେ କେଭି ସିଂହଦେଓ|ଏହାର ସୁଯୋଗ ନେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା କଥା ଅର୍ଚ୍ଚନା ନିଜେ କହିଛନ୍ତି|
ଦେଖି ନିଅନ୍ତୁ ଏହି ଏଫ୍ଆଇଆର କପିରେ, ଏଥିରେ ମଧ୍ୟ ଅନେକ କଥା ଲେଖାଯାଇଅଛି|ଏହାସହ ସେ ମଧ୍ୟ ଲେଖିଛନ୍ତି କିଭଳି ଗୋଟିଏ ଭଲ ପଲିଟିକାଲ ପୋଜିସନରେ ଥିଲେ କେଭି ଓ ଏହାକୁ ପାଥେୟ କରି ତାଙ୍କ ସହ ସେକ୍ସୁଆଲ ରିଲେସନସିପ ରଖିଥିଲେ|ତେଵେ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି|ସେ କହିଛନ୍ତି ଏସବୁ ଜାଣିଯିବା ପରେ ତାଙ୍କୁ, ତାଙ୍କ ପୁଅକୁ ଓ ପରିବାର ବର୍ଗଙ୍କୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ ଓ କହିଥିଲେ ତାଙ୍କ ଜୀବନ ବିପଦରେ ଅଛି|
ଏହି ଘଟଣା କହି ଦେଉଛି କିଭଳି ଗୋଟିଏ ପରେ ଗୋଟିଏ ରାଜନେତାଙ୍କୁ ଫସେଉଥିଲେ,ଏହା ଭିତରେ ବଡ ନାଁ ବି ସାମ୍ନାକୁ ଆସିଛି|ତେଵେ କ’ଣ ହେଉଛି ସମ୍ପର୍କ ଓ କିଭଳି ଭାବରେ ସେ ଫଟୋସବୁ ରଖିଥିଲେ ତାହା ହେଉଛି ବଡ ପ୍ରଶ୍ନ|ନିଶ୍ଚିତ ଭାବରେ କୈାଣସି ପ୍ରମାଣରେ ଅର୍ଚ୍ଚନା କିଛି ବି କରନ୍ତି ନାହିଁ|ସେ କେଭିଙ୍କ ସହ ଅନ୍ତରଙ୍ଗର କୈାଣସି ଫଟୋ ରଖିଥିଲେ କି ଓ ଏହାକୁ ନେଇ ବ୍ଲାକମେଲ କରୁଥିଲେ କି ?ଯାହାରୁ ଓହରି ଯିବାପରେ ତାଙ୍କ ନାଁରେ ସେ ଅଭିଯୋଗ ଆଣିଲେ|
ଅର୍ଚ୍ଚନା ଙ୍କ ପାର୍ଟନ ପୂରା ସମାନ ଅଛି|ଯିଏ ବି ସାମ୍ନାରେ ପଡନ୍ତି ସମ୍ପର୍କ ରଖନ୍ତି ଓ ଏହାର ପ୍ରମାଣ ରଖିବାପରେ ଥାନାକୁ ଯାଆନ୍ତି|ଏଇଠି ଡିଲ ହେଉଥିଲା ଗୋଟିଏ ପଲଟିକାଲ ପୋଜିସନ ପାଇଁ|ଏହାର ପୂର୍ବରୁ ସେ ଜୁଏଲ ଓରାମଙ୍କ ସହ ଫଟୋ ଉଠାଇଥିଲେ|ଏହାର ଉତ୍ତର ଦେବାକୁ ଯାଇ କହିଛନ୍ତି ଏଇ ବି ତାଙ୍କ ସହ ଆସି ନିଜ ସ୍ୱାର୍ଥ ହାସଲ ପାଇଁ ଫଟୋ ଉଠାଇ ନେଇଥିବେ|ଏଠି ଅର୍ଚ୍ଚନା ସ୍ପଷ୍ଟ କହିଛନ୍ତି ତାଙ୍କ ସହ କେଭିଙ୍କ ସମ୍ପର୍କ ଥିଲା|ଅନ୍ୟ ପଟେ ଜୁଏଲଙ୍କ ବିରୁଦ୍ଧରେ ସେ ଏଭଳି କହିଛନ୍ତି ନା କ’ଣ,ଏହା ହେଉଛି ଵଡ ଅଭିଯୋଗ,ଯାହାର ପ୍ରମାଣ ବୋଧହୁଏ କିଛି ଦିନ ଭିତରେ ବାହାରିଯିବ|ଏସବୁ ଭିତରେ ଵାକି ରହିଲା ଆଉ କେଉଁ କେଉଁ ନୂଆ ରାଜନେତାଙ୍କ ନାଁ ସାମ୍ନାକୁ ଆସୁଛି|