କ୍ରିକେଟ ପରେ ଏବେ ଫିଲ୍ମ ଜଗତରେ ନିଜର ଜଲବା ଦେଖାଇବେ ମହେନ୍ଦ୍ର ସିଂ ଧୋନି ,ଏହିସବୁ ଭାଷାରେ ବନାଇବେ ଫିଲ୍ମ,ଲଞ୍ଚ କଲେ ତାଙ୍କ ନିଜର ପ୍ରଡକ୍ସନ ହାଉସ

0

Get real time updates directly on you device, subscribe now.

ଧୋନୀ ତାଙ୍କ ଅଧିନାୟକ କରିସ୍ମା ପାଇଁ ପ୍ରସିଦ୍ଧ|ସେ ତାଙ୍କର ଶାନ୍ତ ଓ ଚତୁର ଦିମାଗ ଫଳରେ ଭାରତୀୟ ଦଳକୁ ବହୁ ମ୍ୟାଚ ଜିତାଇଥିଲେ|ସେ ୧୫ ଅଗଷ୍ଟ ୨୦୨୦ରୁ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ, କିନ୍ତୁ ଆଇପିଏଲ ଏବେବି ଖେଳୁଛନ୍ତି|ଏଵେ ସେ କ୍ରିକେଟ ଛାଡି ଫିଲ୍ମ ଜଗତରେ ଜଲବା ଦେଖାଇବା ପାଇଁ ପ୍ରସ୍ତୁତ|ଏଥିପାଇଁ ସେ ପ୍ରଡକ୍ସନ ହାଉସ ଖୋଲିଛନ୍ତି ଚାଲନ୍ତୁ ସେ ସମ୍ପର୍କରେ ଜାଣିବା|

ଏହି ପ୍ରଡକ୍ସନ ହାଉସ ଧୋନି ଏଣ୍ଟରଟେନମେଣ୍ଟ ନାମରେ ଚାଲିବ|ଏହାର ସୂଚନା LetsCinema ରବିବାର ଟୁଇଟ କରି କହିଛନ୍ତି|ସେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଧୋନି ମଧ୍ୟ ଦେଖାଯାଉଛନ୍ତି|

ଧୋନୀଙ୍କ ପ୍ରଡକ୍ସନ ହାଉସର ଯେଉଁ ପୋଷ୍ଟର ସାମ୍ନାକୁ ଆସିଛି ସେହି ପ୍ରଡକ୍ସନ ଅନୁସାରେ ତେଲୁଗୁ, ମାଲାୟାଲାମ,ତାମିଲ ରେ ଫିଲ୍ମ ବନାଯିବ|ଧୋନି ଆଇପିଏଲ ରେ ଚେନ୍ନାଇ ସୁପରକିଙ୍ଗ୍ସ ତରଫରୁ ଖେଳିଥାନ୍ତି ତେଣୁ ତାମିଲନାଡୁର ବହୁ ଫ୍ୟାନ ଓ ଫଲୋଇଙ୍ଗ ରହିଛନ୍ତି|ନିକଟରେ ସେ ମଧ୍ୟ ଚେନ୍ନାଇ ଗସ୍ତ କରିଥିଲେ|

ସେ କ୍ରିକେଟ ସହ ବିଜ୍ଞାପନ ପାଇଁ ମଧ୍ୟ ଚର୍ଚ୍ଚିତ|ଟି ୨୦ ବିଶ୍ୱକପ ପୂର୍ବରୁ ସେ ଓରିଓ ବିସ୍କୁଟ ଲଞ୍ଚ କରିଥିଲେ|ସେ ତେନ୍ଦୁଲକର, ଯୁବରାଜ ସହ ମଧ୍ୟ ଵିଜ୍ଞାପନରେ ଦେଖାଯାଇଛନ୍ତି|ତାଙ୍କ ଉପରେ ଏକ ଫିଲ୍ମ ଧୋନୀ ଦ ଅନ ଟାଇଟଲ୍ଡ ଷ୍ଟୋରୀ ବନିଛି ଯେଉଁଥିରେ ଶୁଶାନ୍ତ ସିଂ ରାଜପୁତ କାମ କରିଥିଲେ|

ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ ରେ ଟି-୨୦ ବିଶ୍ୱକପ ,୨୦୧୧ରେ ଏକଦିବସୀୟ ବିଶ୍ୱକପ୍,୨୦୧୩ ରେ ଆଇସିସି ଚାମ୍ପିଅନ ଟ୍ରଫି ହାସଲ କରିଥିଲେ|ସେ ଡିଆର୍ଏସ୍ ନେଵାରେ ମାହିର ଓ ବୋଲିଙ୍ଗରେ ଭଲ ପରିବର୍ତ୍ତନ କରାଇ ଥାଆନ୍ତି|

Leave A Reply

Your email address will not be published.