ଇଚ୍ଛାଧାରୀ ନାଗୁଣୀ ଚୋଟରେ ବେହୋସ ହୋଇଥିଲେ କେଉଁ ହାଇପ୍ରୋଫାଇଲ୍ ନେତା-ମନ୍ତ୍ରୀ ଜାଣନ୍ତୁ । ପୋଲିସ ହାତରେ ଲାଗିଲା ପ୍ରମାଣ

0

Get real time updates directly on you device, subscribe now.

ଚୋରି ମୋବାଇଲ ଖୋଜି ଆଣି ଲୋକଙ୍କୁ ହସ୍ତାନ୍ତର କରିବା ବେଳେ ପ୍ରେସମିଟ୍ ଡାକି ବାଃ ବାଃ ନେଉଥିବା କମିଶନରେଟ ପୋଲିସ ନିରବ । ରାଜଧାନୀର ଛାତି ଉପରେ ‘ହନିଟ୍ରାପ’ ମାମଲାକୁ ନେଇ ଚର୍ଚ୍ଚା ଜୋରଧିରି ଥିବା ବେଳେ କମିଶନରେଟ ପୋଲିସର ନିରବତା ଅନେକ କିଛି ଚର୍ଚ୍ଚାକୁ ଜନ୍ମ ଦେଇଛି । ଅର୍ଚ୍ଚନା ନାଗଙ୍କ ଜାଲରେ ଏବେ କେଉଁ କେଉଁ ବଡ଼ ବଡିଆ ଫସିଛନ୍ତି ଯେଉଁଥିପାଇଁ କମିଶନରେଟ ପୋଲିସ କିଛି ନକହି ବାଧ୍ଯ ହୋଇ ନିରବ ରହୁଛି ବୋଲି କୁହାଯାଉଛି । ଆଉ ମାମଲକା ଚପଇବା ପାଇଁ ବଡ ବଡିଆଙ୍କ ନାମ ଯେମିତି ପଦାକୁ ନଆସିବ ସେଥିପାଇଁ କମିଶନରେଟ ପୋଲିସ ଉପରେ ବାହ୍ଯ ଚାପ ରହୁଥିବା କୁହାଯାଉଛି।

ସେପଟେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ନାଗଙ୍କ ଦ୍ୱାରା ପରିଚାଳିତ ହନିଟ୍ରାପ୍ ରାକେଟର ଶିକାର ହୋଇଛନ୍ତି ଜଣେ ମନ୍ତ୍ରୀ, ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ଜଣେ ବରିଷ୍ଠ ବିଜେଡି ନେତା । ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ଅଭିଯୋଗରେ ଗୁରୁବାର ରାତିରେ ଗିରଫ ହୋଇଥିବା ଅର୍ଚ୍ଚନା ଏକ ରାକେଟ୍ ଚଳାଇ ଧନୀ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ପ୍ରଲୋଭିତ କରୁଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।

ତେବେ ସମସ୍ତ ଘଟଣାରେ ପ୍ରାୟତଃ ସମାନ ତରିକା ଅପଣା ଯାଉଥିଲା । ଜଣେ ବ୍ୟକ୍ତିକୁ ଟାର୍ଗେଟ କରିବା ପୂର୍ବରୁ ସେ ଯଥେଷ୍ଟ ଗବେଷଣା କରୁଥିଲେ । ଯାହାର ମେସେଞ୍ଜର ଚାଟିଂ ସ୍କ୍ରିନଶିଟ୍ ମଧ୍ୟ ଶେୟାର ହୋଇଛି । ପ୍ରଥମେ ସେ ଫେସବୁକ୍ ରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ପଠାଉଥିଲେ ।
ତାପରେ ନମ୍ବର ମାଗି କଥା ହୋଇ ପ୍ରେମ ଜାଲରେ ଫସାଉଥିଲେ । ତାପରେ ନିର୍ଦ୍ଦିଷ୍ଟ ଲୋକଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ।

ଯାହାକୁ ସିସିଟିଭି କ୍ୟାମେରା ବ୍ୟବହାର କରି ସେହି ଦୃଶ୍ୟଗୁଡ଼ିକୁ ସୁଟିଂ କରିଥିଲେ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରିବା ପାଇଁ ଫୁଟେଜ୍ ବ୍ୟବହାର କରିଥିଲେ । ଆଉ ଏପରି କରି ଅର୍ଚ୍ଚନା କୋଟି କୋଟି ଟଙ୍କା ଆଦାୟ କରିଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ ରାଜନେତା, ବାବୁ ଏବଂ ବ୍ୟବସାୟୀଙ୍କ ସମେତ ଅନ୍ୟୂନ ୧୫ଜଣ ଏହି ଜାଲରେ ପଡ଼ିଛନ୍ତି । ଆଉ ଏସବୁରେ ସାହାର୍ଯ୍ୟ କରୁଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ ଓ ସମ୍ପର୍କୀୟ ଭାଇ । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଣାଶୁଣା ବ୍ୟକ୍ତିବିଶେଷଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବେଳେ ସେମାନେ ସେହି ଲୋକଙ୍କୁ ଫସାଇବାକୁ ଚେଷ୍ଟା କରିଛନ୍ତି କି ନାହିଁ ତାହା କହିବା ସମୟ ପୂର୍ବରୁ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.