ବୟସ ହେବା ଆଗରୁ ରୋମାନ୍ସ କରିବା ପଡିଲା ମହଙ୍ଗା। ସପ୍ତମ ଶ୍ରେୟରେ ପଢୁଥିବା ଝିଅ ହେଲେ ଗର୍ଭବତୀ। ଓ ଏହି ଗର୍ଭବତୀ ଝିଅଙ୍କର ହେଲା ମୃତ୍ୟୁ। ସାମ୍ନାକୁ ଆସିଲା ମଣିଷର ସଇତାନ ପ୍ରକୃତି। ସପ୍ତମ ଶ୍ରେଣୀର ଛାତ୍ରୀକୁ ଗର୍ଭବତୀ କରିଥିଲା ଦଶମ ଶ୍ରେଣୀର ଛାତ୍ର। କିନ୍ତୁ ସେହି ସପ୍ତମ ଶ୍ରେଣୀର ଛାତ୍ରୀ ଜଣକ ପ୍ରସବ ଯନ୍ତ୍ରଣା ସହି ନପାରି ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ତେବେ ଗତ କିଛିଦିନ ତଳେ ଏହି ମାମଲା ସାମ୍ନାକୁ ଆସିଥିଲା। ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଲଜ୍ଜ୍ୟା। ଆବାସିକ ବିଦ୍ୟାଳୟରେ ପୁଣି ଲାଗିଲା କଳଙ୍କ। ତୁମିଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଞ୍ଚଳର ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ଘଟଣା ଜଣାପଡିବା ପରେ ବିଦ୍ୟାଳୟ ତରଫରୁ ବେଲଘର ଥାନାରେ ଏକ ଏତଲା ଦିଆଯାଇଛି। ଏତଲା ଅନୁସାରେ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଜିଲ୍ଲାର ଆବାସିକ ବିଦ୍ୟାଳୟରେ ଏଭଳି ଘଟଣା ବାରମ୍ବାର ଘଟୁଥିବାର ନଜର ଆସୁଛି।
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ କୂଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ଵାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ ୩୧୩ ଜଣ ଛାତ୍ର-ଛାତ୍ରୀ ପାଠ ପଢୁଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ ଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠୁଛି। ବେଲଘର ଥାନା ଅଧିକାରୀ ବର୍ତ୍ତମାନ ପୋଲିସ ଦଶମ ଶ୍ରେଣୀର ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ମାମଲାଟିକୁ ବର୍ତ୍ତମାନ ତଦନ୍ତ କରାଯାଉଛି।