ନଦୀକୁ ଝାମ୍ପିନେଲା କୁମ୍ଭୀର। ପାଣି ଭିତରକୁ ଘୋଷାଡ଼ି ନେଇ ଖାଇଗଲା। ଦେଖୁ ଦେଖୁ ମାଆର କୋଳ ହୋଇଗଲା ଖାଲି। ଲୋକେ ବଞ୍ଚାଇବାକୁ ଚାହିଁକି ମଧ୍ୟ ବଞ୍ଚାଇପାରିଲେ ନାହିଁ। ଏମିତି କିଛି ଖବର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ରଙ୍ଗଣୀ ପଞ୍ଚାୟତର ଭିତରକନିକାକୁ ସଂଯୋଗ କରୁ୍ଥିବା ଭେଡ଼ା କେନାଲରେ ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ାରେ କୁମ୍ଭୀରଙ୍କୁ ନେଇ ଉପଦ୍ରବ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ନଦୀକୂଳିଆ ଲୋକେ ଭୟରେ ଭୟରେ ଦିନ କାଟୁଛନ୍ତି। ନଦୀ ଉପରେ ନିର୍ଭର କରୁଥିବା ଲୋକେ ନିଜ ଜୀବନକୁ ବାଜି ଲଗାଇ ଦୈନନ୍ଦିନ ନିତ୍ୟକର୍ମ ପାଇଁ ନଦୀକୁ ଯାଉଛନ୍ତି। ଆଉ କେହି କେହି ଘରୁ ବାହାରିଯାନ୍ତି ହେଲେ ଆଉ ଘରକୁ ଫେରପାରନ୍ତି ନାହିଁ। କାରଣ ସେମାନଙ୍କୁ ନଦୀକୁ ଟାଣିନିଏ କୁମ୍ଭୀର। ଏଇ ଯେମିତି ଗତକାଲି ଦ୍ୱିପ୍ରହରରେ ଗୋଟିଏ ଝିଅକୁ କୁମ୍ଭୀର ଟାଣି ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଭେଟ୍ଟା କେନାଲ ପାଖକୁ ଛେଳି ଚରାଇବା ପାଇଁ ଯାଇଥିଲେ ୧୭ ବର୍ଷର ଝିଅ ସିଲା ଦଳାଇ। କୁରୁମାସାହି ଗାଁର ମଥୁରୀ ଦଳାଇଙ୍କ ଝିଅ ସିଲା ଦିନ ୨ ଟା ୩୦ ମିନିଟରେ ଛେଳିମାନଙ୍କୁ ଆଣିବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିନଥିଲେ। ଯେଉଁଥିପାଇଁ ଗାଁ ଲୋକ ଅଭିଯୋଗ କରିଛନ୍ତିକି ସିଲ୍ଲାଙ୍କୁ କୁମ୍ଭୀର ଗିଳିଦେଇଛି। ସବୁଠାରୁ ଦୁଃଖର ବିଷୟ ହେଉଛି କି ବର୍ତ୍ତମାନ ପର୍ଯ୍ୟନ୍ତ ସିଲାଙ୍କ ପରିବାର ଲୋକଙ୍କ ପାଖକୁ ବନବିଭାଗ ପହଞ୍ଚି ନାହିଁ କି ସିଲାଙ୍କୁ ଖୋଜିବା ପାଇଁ ଚେଷ୍ଟା କରିନାହାଁନ୍ତି ।