ଏଠାରେ ଗରିବଙ୍କୁ ସାହାଯ୍ୟ କରିବାକୁ ଟଙ୍କାଟିଏ ବାହାରେନି, କିନ୍ତୁ ସେଠି ଦେହ ପାଇଁ କୋଟି କୋଟି ଟଙ୍କା ବାହାରିଯାଏ । ଏଠି ଗରିବ ମୁହଁରେ ଦାନା ଦେବାକୁ ଟଙ୍କାଟିଏ ବାହାରେନି, ମାତ୍ର ସୁନ୍ଦରୀଙ୍କ ଦେହ ସୁଖ ନେବାପାଇଁ କୋଟି କୋଟି ଟଙ୍କା ଉଡିଯାଏ । ଏଠାରେ ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଟଙ୍କାଟିଏ ବାହାରେନି, ମାତ୍ର ଅନ୍ଧାର ରାତିକୁ ରଙ୍ଗୀନ୍ କରିବାପାଇଁ ଏଠି ଲକ୍ଷ ଲକ୍ଷ ଟଙ୍କା ଉଡ଼ିଯାଏ ।
ଆଜ୍ଞା ହଁ, ଏ ଟଙ୍କା ସମସ୍ତଙ୍କର ଦରକାର୍, ସେଥିପାଇଁ ତ ଆଜି କୁଆଡେ ଗୋଟେ ସ୍ବାମୀ ତା ସ୍ତ୍ରୀକୁ ଦେହ ବିକିବାକୁ କହିଛି । “ଆମର ଟଙ୍କା ଦରକାର, ତୁ ଦେହ ବିକିଲେ ଆମେ ଗଢ଼ିବା ବିଶାଳ ସାମ୍ରାଜ୍ୟ । ରାଜଧାନୀରେ ପ୍ରବଳ ଟଙ୍କା ଅଛି, ଖାଲି ଧରିପାରିଲେ ହେଲା । ଶୁଣ ଏହି ବଡବଡିଆ ବିଲଡର, ବିଜନେସ ମ୍ୟାନ ଏବଂ ନେତାଙ୍କ ପାଖରେ ଅଚଳାଚଳ ସମ୍ପତ୍ତି ଅଛି । ଏମାନଙ୍କ ଠାରୁ କୋଟି କୋଟି ଟଙ୍କା ହାତେଇବା ଦରକାର । ଆଉ ସେଥିପାଇଁ ତୁମର ଦେହକୁ ତ୍ୟାଗ କରିବା ଦରକାର୍ । ଖାଲି ଟିକେ କମ୍ପରମାଇଜ କରିଦେବା ଦରକାର୍ ।”
ଆଜ୍ଞା ହଁ, ସେଥିପାଇଁ ତ ସ୍ତ୍ରୀ ଅର୍ଚ୍ଚନା ନାଏକ ଦେହ ବିକୁଥିଲେ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ ମୁଣ୍ଡ ଖଟାଉଥିଲେ । ଆଉ ସେହି ଦେହ ବିକା ପଇସାରେ ବିଶାଳ ସାମ୍ରାଜ୍ୟ ଗଢି ଉଠିଥିଲା । ଦେହ ପାଇଁ ଯେତିକି ଟଙ୍କା, ଆଉ କୋଉଥିରି ନାହିଁ । ସେଥିପାଇଁ ବୋଧହୁଏ କଳାହାଣ୍ଡିରୁ ଆସି ରାଜଧାନୀର ଲୋକଙ୍କ କଥା ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ବୁଝି ପାରିଥିଲେ ।
ରାଜ୍ୟ ରାଜଧାନୀରେ ଭୋକ ଠାରୁ ଦେହର ସୁଖ ପାଇଁ କୋଟି କୋଟି ଟଙ୍କା ମିଳେ । ଆଉ ଅର୍ଚ୍ଚନା ମେଣ୍ଟାଉଥିଲେ ବଡବଡିଆଙ୍କ ଦେହର ଭୋକ । ହନିଟ୍ରାପରେ ଫସାଇ ରୋମାଣ୍ଟିକ କଥା ହେଉଥିଲେ । ଆଉ ଏହାପରେ ସେମାନଙ୍କ ସହ ମଧୁର ସମ୍ପର୍କ ଗଢ଼ି ଉଠିଥିଲା । ଆଉ ସକାଳ ହେଲେ ଧମକ ଦେଉଥିଲେ । କାରଣ ଅର୍ଚ୍ଚନା ଶାରୀରିକ ସମ୍ପର୍କ ବେଳର ସବୁ ରଙ୍ଗୀନ୍ ଚିତ୍ରକୁ ସିକ୍ରେଟ କ୍ୟାମେରାରେ କଏଦ କରି ଦେଇଥିଲେ । ଆଉ ଏହାପରେ ଅର୍ଚ୍ଚନା ଓ ତାଙ୍କ ସ୍ଵାମୀ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ।
ଅର୍ଚ୍ଚନାଙ୍କ ଏହି ହନିଟ୍ରାପର ବଡବଡିଆ ନେତା, ବିଲଡର ଏବଂ ବ୍ୟବସାୟୀମାନେ ଶିକାର ହୋଇଛନ୍ତି । ତେବେ ଏଥିରେ ଅର୍ଚ୍ଚନାଙ୍କ ସ୍ବାମୀ ତାଙ୍କୁ ସାଥ ଦେଉଥିଲେ । କାହାକୁ ହନିଟ୍ରାପରେ ଫସାଯିବ, ସବୁ ଲିଷ୍ଟ କରି ରଖୁଥିଲେ ଅର୍ଚ୍ଚନାଙ୍କ ସ୍ବାମୀ । ଅର୍ଚ୍ଚନାଙ୍କ ସହ ମିଶି ଗୋଟିଏ ପରେ ଗୋଟିଏ ଶିକାର କରି ଚାଲିଥିଲେ । ଆଉ ଏହି ସ୍ବାମୀ ସ୍ତ୍ରୀଙ୍କ ଟାର୍ଗେଟରେ 30 ରୁ ଅଧିକ ବଡବଡିଆ ଲୋକ ଫସିଛନ୍ତି । ଯାହାର ସବୁକିଛି ଫଟୋ ସେହି ଜବତ ହୋଇଥିବା ପେନଡ୍ରାଇଭ ଭିତରେ ଅଛି । ଆଉ ଯେଉଁମାନେ ଅର୍ଚ୍ଚନାଙ୍କ ଜାଲରେ ଫସିଥିଲେ, ସେମାନଙ୍କ ସବୁ ଭିଡିଓ ସେହି ପେନଡ୍ରାଇଭ ଭିତରେ ରହିଛି ।