ବାବା ଭେଙ୍ଗାଙ୍କର ଭବିଷ୍ୟତବାଣୀକୁ ନେଇ ବର୍ତ୍ତମାନ ଚିନ୍ତା ! ଆହୁରି ୨ ବର୍ଷ ପର୍ଯ୍ୟନ୍ତ ପାଇଁ ଚାଲିବ ରୁଷ – ୟୁକ୍ରେନ ଯୁଦ୍ଧ ! ଫୋନରେ କଇଁ କଇଁ ହୋଇ କାନ୍ଦି ଉଠିଲେ ପତ୍ନୀ

0

Get real time updates directly on you device, subscribe now.

ବିଶ୍ୱର ବଡ଼ ବଡ଼ ଭବିଷ୍ୟବକ୍ତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ବୁଲଗେରିଆର ବାବା ଭେଙ୍ଗା। ସେ ତାଙ୍କର ଜୀବନ କାଳ ମଧ୍ୟରେ ଅନେକ ପ୍ରକାର ଭବିଷ୍ୟବାଣୀ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କେତେକ ଭବିଷ୍ୟବାଣୀ ସତ ମଧ୍ୟ ପ୍ରମାଣିତ ହୋଇସାରିଛି। ବାବା ଭେଙ୍ଗା ସୋଭିଏତ ସଂଘର ବିଘଟନ, ଆମେରିକାର ଆତଙ୍କବାଦୀ ସଙ୍ଗଠନ ଅଲ କାଏଦାର ୯/୧୧ ଆକ୍ରମଣ ଭଳି କେତେଗୁଡ଼ିଏ ଭବିଷ୍ୟବାଣୀ ବିଷୟରେ ସେ କରିଥିଲେ। ବାବାଙ୍କର ଏହି ଭବିଷ୍ୟବାଣୀଗୁଡ଼ିକ ବିଶ୍ୱକୁ ଏକ ପ୍ରକାର ଭୟଭୀତ କରିରଖିଛି। କେବଳ ଏତିକି ନୁହେଁ, ବାବା ଭେଙ୍ଗା ୨୦୨୨ ବର୍ଷ ପାଇଁ ମଧ୍ୟ ଏକ ଭୟଙ୍କର ଭବିଷ୍ୟବାଣୀ କରିଥିଲେ, ଯାହାକି ସତ ପ୍ରମାଣିତ ହୋଇଛି। କୁହାଯାଉଛିକି, ବାବା ଭେଙ୍ଗା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବର୍ତ୍ତମାନ ସଠିକ ଭବିଷ୍ୟବାଣୀ କରିଥିଲେ। ଏହାକୁ ଆଧାର କରି ବର୍ତ୍ତମାନ ଦାବି କରାଯାଉଛିଯେ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ଚାଲିପାରେ।

ମିଡିଆ ରିପୋର୍ଟ ଅନୁସାରେ, ବର୍ତ୍ତମାନ ଦୁଇ ଦେଶର ସୈନ୍ୟମାନେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚିନ୍ତିତ ଥିବାର ଦେଖାଯାଉଛନ୍ତି। ଏହା ଏଥିପାଇଁ କୁହାଯାଉଛିକି, ଯୁଦ୍ଧରେ ନିୟୋଜିତ ଥିବା ଜଣେ ରୁଷୀୟ ସୈନିକ ଏବଂ ତାଙ୍କର ପତ୍ନୀଙ୍କ ମଧ୍ୟରେ ଫୋନରେ ହୋଇଥିବା ବାର୍ତ୍ତାଳାପକୁ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ସୋସିଆଲ ମିଡିଆରେ ଅପଲୋଡ କରିଛି।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଷୟରେ କଥା ହୋଇ ରୁଷୀୟ ସୈନିକଙ୍କ ପତ୍ନୀ କଇଁ କଇଁ ହୋଇ କାନ୍ଦୁଛନ୍ତି, ଆଉ କହୁଛନ୍ତିଯେ ‘ଆଉ କେତେ ଦିନ ପରେ ଆମେ ମିଶି ପାରିବା। ଆମେ ପରସ୍ପରକୁ ନ ଦେଖିବାରେ ବହୁତ ଦିନ ହୋଇ ସାରିଲାଣି।’ ପତ୍ନୀଙ୍କ କଥା ଶୁଣି ରୁଷୀୟ ସୈନିକ ପତ୍ନୀଙ୍କୁ ବୁଝାଇ କହୁଛନ୍ତିକି, ‘ବର୍ତ୍ତମାନ ଧୌର୍ଯ୍ୟ ରଖିବାର ବେଳ। ବର୍ତ୍ତମାନ କୁହାଯାଇ ପାରିବନି ଘରକୁ ଫେରିବାରେ ଆଉ କେତେ ଦିନ ସମୟ ଲାଗିଯିବ। ବର୍ତ୍ତମାନ ଘରକୁ ଫେରିବା ସମ୍ଭବ ନୁହେଁ, ବରଂ ଅସମ୍ଭବ ଅଟେ’।

ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ଅଡିଓରେ ଜଣେ ରୁଷୀୟ ମହିଳା ତାଙ୍କର ସ୍ୱାମୀଙ୍କୁ କରିଥିବା ଫୋନ କଲରେ ଜୋରରେ କାନ୍ଦୁଥିବାର ଶୁଣିବା ପାଇଁ ମିଳୁଛି। ଅଡିଓରେ ରୁଷୀୟ ସୈନିକ ନିଜ ପତ୍ନୀଙ୍କୁ କହୁଛନ୍ତିକି ‘ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ଆମର ଯୁଦ୍ଧ ୨୦୨୪ ପର୍ଯ୍ୟନ୍ତ ଚାଲିବ।’ ସେପଟେ ତାଙ୍କ ପତ୍ନୀ କହୁଛନ୍ତିକି, ‘ମୁଁ ତୁମ ବିନା ଆଦୌ ରହିପାରିବି ନାହିଁ’ ଏବଂ ଏହାପରେ ସେ କଇଁ କଇଁ କାନ୍ଦିବାକୁ ଲାଗୁଛନ୍ତି।

Leave A Reply

Your email address will not be published.