ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ଥିଲା ଧଳା ଘୋଡାର ସଉକ। ତାଙ୍କର କେବଳ ନାମୀ ଦାମୀ କାର, ବଙ୍ଗଳାର ସଉକ ନଥିଲା ବରଂ ଥିଲା ଦାମୀ ପଶୁଙ୍କର ସଉକ। ଇଏ ହେଉଛି ତାର ଏକ ପ୍ରମାଣ। ସେମାନେ ଏକ ଘୋଡା ଆଣିଥିଲେ। ଅର୍ଚ୍ଚନା ଓ ଜଗବନ୍ଧୁ ଏହି ଘୋଡାକୁ ଆଣିଥିଲେ, ଯାହାଙ୍କ ନାମରେ ବର୍ତ୍ତମାନ ସଙ୍ଗିନ ଅଭିଯୋଗ ସବୁ ସାମ୍ନାକୁ ଆସୁଛି। ନେତାଙ୍କ ଠାରୁ ଆରମ୍ଭ କରି ଫିଲ୍ମ ପ୍ରଯୋଜକ ପର୍ଯ୍ଯନ୍ତ ଏହି ଦୁଇଜଣ ସମସ୍ତଙ୍କୁ ଛନ୍ଦିଛନ୍ତି ନିଜର ବୁଢିଆଣୀ ଜାଲରେ। ଏହି ଦୁଇଜଣ ସ୍ଵାମୀ-ସ୍ତ୍ରୀ ସମସ୍ତଙ୍କର ଡାର୍ଟି ଫିକଚର କରିଥିଲେ ତାହା ପୁଣି ଏକ ହିଡେନ କ୍ୟାମେରାରେ।
ଏହି ଦୁଇ ଦମ୍ପତି ଅନେକଙ୍କ ଠାରୁ ଟଙ୍କା ମଧ୍ୟ ଲୁଟିଛନ୍ତି। ପୋଲିସ ଏ ବିଷୟରେ କିଛି କହିନାହିଁ। ପୋଲିସ ତଦନ୍ତ କରୁଅଛି। କିନ୍ତୁ ବର୍ତ୍ତମାନ ସମୟରେ ଯାହା ଆଶ୍ଚର୍ଯ୍ୟ କରୁଛି ତାହା ହେଉଛି ଏହି ସ୍ଵାମୀ-ସ୍ତ୍ରୀଙ୍କର ଲାଇଫଷ୍ଟାଇଲ। ସେ ଅନେକ ଦାମୀ କାର ବ୍ୟବହାର କରନ୍ତି। ଏହା ସହିତ ସେ ତାଙ୍କର ପରିବାରର ଏକ ନୂଆ ସଦସ୍ୟଙ୍କୁ ମଧ୍ୟ ଭେଟ କରାଇଥିଲେ ଆଉ ସେହି ସଦସ୍ୟ ଜଣକ ହେଉଛନ୍ତି ଏକ ଧଳା ଘୋଡା।
କିନ୍ତୁ ବର୍ତ୍ତମାନ ସମୟର ବଡ ପ୍ରଶ୍ନ ହେଉଛିକି ଅର୍ଚ୍ଚନା ଓ ଜଗବନ୍ଧୁ ଉଭୟ କେମିତି ଏତେ ଧନୀ ହୋଇପାରିଲେ। ଅର୍ଚ୍ଚନା ଏତେ ଟଙ୍କା କେଉଁଠୁ ଆଣୁଥିଲେ। କିନ୍ତୁ ପୋଲିସର ସୂଚନା ଅନୁସାରେ ଅର୍ଚ୍ଚନା ଅନେକ ରାଜନେତା ଓ ଫିଲ୍ମ ପ୍ରଯୋଜକଙ୍କୁ ନିଜର ସୁନ୍ଦର ରୂପରେ ବିମୋହିତ କରି ଟଙ୍କା ଆଣୁଥିଲେ। ତାଙ୍କ ନିକଟରୁ ପୋଲିସ ଦୁଇଟି ପେନଡ୍ରାଇଭ ଓ ଦୁଇଟି ଫୋନକୁ ମଧ୍ୟ ଜବତ କରୁଛି। ତାଙ୍କ ନିକଟରେ ଅନେକ ଦାମୀ ଦାମୀ କାର ମଧ୍ୟ ଥିଲା ଓ ତାଙ୍କର ଘରର ମୂଲ୍ୟ ପାଖାପାଖି ୧ କୋଟିରୁ ଉର୍ଦ୍ଧ ଅଟେ। ବର୍ତ୍ତମାନ ଏହି ମାମଲାକୁ ପୋଲିସ ଯାଞ୍ଚ କରୁଛି।