ବର୍ତ୍ତମାନ ସମୟରେ ଫେସବୁକ ୟୁଜର୍ସଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ ଖବର ସାମ୍ନାକୁ ଆସିଛି। ଯାହାକି ହେଉଛି ଡାଟା ଲିକ। ଅନେକ ବର୍ଷ ପୂର୍ବେ ଫେସବୁକରେ ଡାଟା ଲିକ ମାମଲା ସାମ୍ନାକୁ ଆସିଥିଲା। ତାପରେ ଲୋକଙ୍କର ପ୍ରାଇଭେସୀକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା। କିନ୍ତୁ ପୁଣିଥରେ ଡାଟା ଲିକ ହୋଇଛି। ଏଥିର ପାଖାପାଖି ୧୦ ଲକ୍ଷ ଫେସବୁକ ୟୁଜର୍ସଙ୍କର ଡାଟା ଲିକ ହୋଇଛି। ସେଥିପାଇଁ କମ୍ପାନୀ ତରଫରୁ ପାସୱାର୍ଡ ବଦଳିବାକୁ କୁହାଯାଇଛି।
ଏକ ରିପୋର୍ଟ ଅନୁସାରେ, ୧୦ ଲକ୍ଷ ୟୁଜର୍ସଙ୍କର ଡାଟା ଲିକ ବିଷୟରେ କୁହାଯାଇଛି ଓ ଏହା ସହିତ ମେଟା ତରଫରୁ ମଧ୍ୟ ସୂଚନା ଦିଆଯାଇଛି। ୟୁଜର୍ସଙ୍କର ଏହି ସବୁ ଡାଟା ଏକ ଥାର୍ଡ ପାର୍ଟି ଏପ ଦ୍ଵାରା ଲିକ ହୋଇଛି। ଚଳିତ ବର୍ଷ କମ୍ପାନୀ ତରଫରୁ ଅଧିକ ଆପ୍ଲିକେସନକୁ ଚିହ୍ନଟ କରଯାଇଥିଲା। ଏହି ଆପ୍ଲିକେସନଗୁଡିକ ଅତି ସହଜରେ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରେ ଉପଲବ୍ଧ ଅଛି। ସେଥିପାଇଁ କମ୍ପାନୀ ତରଫରୁ ୟୁଜର୍ସଙ୍କୁ ପାସୱାର୍ଡ ବଦଳିବାକୁ ଚେତାବନୀ ଦିଆଯାଇଛି।
ମେଟା ତରଫରୁ ଆହୁରି ମଧ୍ୟ କୁହାଯାଇଛିକି, ଏହି ସବୁ ଆପ ଗୁଡିକୁ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରେ ଲିଷ୍ଟେଡ କରାଯାଇଥିଲା। ଏହି ଆପଗୁଡିକ ଫୋଟ ଏଡିଟର, ଗେମ, ଭିପିଏନ ସର୍ଭିସ ଆଦି ଭାବରେ ଦର୍ଶାଯାଇଥାଏ। ଏହି ଆପଗୁଡିକ ଅଧିକାଂଶ ସମୟରେ ୟୁଜର୍ସଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ନାମ ଓ ପାସୱାର୍ଡ ଚୋରୀ କରିବା ପାଇଁ ଫେସବୁକ ଆକାଉଣ୍ଟରେ ଲଗଇନ କରିବା ପାଇଁ କହୁଥିଲେ। ଓ ପରେ ଫେସବୁକରେ ଡାଟା ଓ ପାସୱାର୍ଡ ଚୋରୀ କରିନେଉଥିଲେ। ୨୦୧୮ ମସିହାରେ କୋଟି କୋଟି ୟୁଜର୍ସଙ୍କ ପାଇଁ ଡାଟା ମଧ୍ୟ ଲିକ କରାଯାଉଥିଲା। ଯାହାଫଳରେ ୨୦୧୯ ମସିହାରେ କମ୍ପାନୀକୁ ୫ ଅରବ ଡଲାର ଜୋରିମାନା ଦେବାକୁ ମଧ୍ୟ ପଡିଥିଲା।