ସୁନ୍ଦରୀ …ତମ ଖେଳ ଏବେ ଖତମ,ଆଉ ଚଳିବନି ତମର ବ୍ଲାକମେଲିଙ୍ଗ

0

Get real time updates directly on you device, subscribe now.

ତିନିଜଣ ପ୍ରଯୋଜକ, ଛଅଜଣ ବ୍ୟବସାୟୀ ଏବଂ ପୋଲିସକୁ ମଧ୍ୟ ଏହି ସୁନ୍ଦରୀ ଯୁବତୀ ଫସାଇଛି । ଆଉ ହଁ ସୁନ୍ଦରୀ, ତୁମର ଖେଳ ଶେଷ, ଆଉ ତୁମ ବ୍ଲାକମେଲିଙ୍ଗ ଚାଲିବନି । ସୁନ୍ଦରୀ ଅର୍ଚ୍ଚନାଙ୍କ ଖେଳ ଶେଷ ହୋଇଯାଇଛି । ଆଜ୍ଞା ହଁ, ବ୍ୟବସାୟୀ, ରାଜନେତା, ପ୍ରଯୋଜକ ଏବଂ ପୋଲିସ, ଯାହା ପାଖରେ ପଇସା ଅଛି ଅର୍ଚ୍ଚନାଙ୍କର ତା ଉପରେ ପ୍ରଥମେ ନଜର ପଡ଼ିଥାଏ ।

ଆଉ ତାପରେ ଫେସବୁକରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାନ୍ତି । ତାପରେ ଫ୍ରେଣ୍ଡ୍ ରିକ୍ୱେଷ୍ଟକୁ ଆକସେପ୍ଟ କଲା ପରେ ଫେସବୁକ୍ ମାଧ୍ୟମରେ ଫୋନ୍ ନମ୍ୱର୍ ମାଗନ୍ତି । ଆଉ ତାପରେ ପ୍ରେମର କଥାବାର୍ତ୍ତା ଆରମ୍ଭ ହୁଏ । ଆଉ ତାପରେ ଘରକୁ ଡକାଯାଏ ଏବଂ ତାପରେ ଶାରୀରିକ ସମ୍ପର୍କ ରଖନ୍ତି । ଆଉ ତାପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୂଟ କରି ଏହି ସୁନ୍ଦରୀ ମହିଳା ଅର୍ଚ୍ଚନା ଲକ୍ଷ ଲକ୍ଷ ଟଙ୍କା ଲୁଟ କରନ୍ତି । ଯାହାକୁ ବର୍ତ୍ତମାନ କମିଶନର ପୋଲିସ ଗିରଫ କରିଛି ।

ତାଙ୍କ ଠାରୁ ଦୁଇଟି ମୋବାଇଲ, ଦୁଇଟି ପେନଡ୍ରାଇଭ୍ ମଧ୍ୟ ଜବତ କରାଯାଇଛି ଏବଂ ଏହି ପେନଡ୍ରାଇଭରେ ଅନେକ ବଡ ବଡ଼ ନେତାଙ୍କର ଗୁମର ଲୁଚି ରହିଥିବା ଚର୍ଚ୍ଚା ହେଉଛି । ଆଉ ଏବେ ପୋଲିସ ଅର୍ଚ୍ଚନାକୁ ଏକ ଗୁପ୍ତ ଜାଗାରେ ରଖି ପଚରାଉଚରା ଜାରି ରଖିଛି । ଆଉ ଅର୍ଚ୍ଚନାଙ୍କ ସ୍ବାମୀ ବ୍ୟବସାୟ କରୁଥିବା ବେଳେ ଅର୍ଚ୍ଚନା ନିଜକୁ ଓକିଲ ଏବଂ ପ୍ରତିଷ୍ଠିତ ରାଜନୈତିକ ଦଳର ସଦସ୍ୟା ବୋଲି କହି ଅନେକ ବଡ ବଡ ଲୋକଙ୍କ ସହ ସମ୍ପର୍କ ରଖିଥିଲେ ।

ଆଉ ତାଙ୍କ ପ୍ରେମରେ ଯିଏ ଫସି ଯାଉଥିଲା, ଅର୍ଚ୍ଚନା ତାଙ୍କୁ ଘରକୁ ଡାକୁଥିଲେ । ଯେଉଁ ରୁମରେ ସେମାନେ ଅନ୍ତରଙ୍ଗ ମୁହୂର୍ତ୍ତ କାଟୁଥିଲେ, ସେଠାରେ ଏକ ଗୁପ୍ତ କ୍ୟାମେରା ଲଗାଇଥିଲେ । ତାପରେ ସେହି ଫୁଟେଜକୁ ଦେଖାଇ ସୁନ୍ଦରୀ ଅର୍ଚ୍ଚନା ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ।

ଏଠି କହିରଖୁଛୁ ଯେ 2021 ମସିହାରେ ଜଣେ ପୂର୍ବତନ ନେତାଙ୍କୁ ବ୍ଲାକମେଲ କରି 50 ଲକ୍ଷ ଟଙ୍କା ମାଗିଥିଲେ ଏବଂ ସେହିପରି ମେ ମାସରେ ଜଣେ ଓଡ଼ିଆ ସିନେମା ପ୍ରଯୋଜକଙ୍କୁ ବ୍ଲାକମେଲ କରି 20 ଲକ୍ଷ ଟଙ୍କା ମାଗିଥିଲେ । ଆଉ ସେ ଟଙ୍କା ନ ଦେବାରୁ ସୁନ୍ଦରୀ ଅର୍ଚ୍ଚନା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ତେବେ ଦେଖିବାକୁ ବାକି ରହିଲା ଯେ ବ୍ଲାକମେଲର ଅର୍ଚ୍ଚନାଙ୍କ ଉପରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.