ଭାରତ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦: ଭାରି ପଡିଗଲା ବ୍ୟାଟିଂ ଅର୍ଡରରେ ଏପଟ ସେପଟ କରିବା, ଦକ୍ଷିଣ ଆଫ୍ରିକା ସାମ୍ନାରେ ଏମିତି ହେଲା ଭାରତୀୟ ଦଳର ସ୍ଥିତି

0

Get real time updates directly on you device, subscribe now.

ମିଶନ ଟି-୨୦ ବିଶ୍ଵକପ ପୂର୍ବରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜକୁ ୨-୧ କବଜା କରିଲା। ଭାରତୀୟ ଦଳ ସିରିଜ ପୂର୍ବରୁ ପ୍ରଥମେ ଜିତି ସାରିଥିଲା କିନ୍ତୁ ଇନ୍ଦୋରରେ ତାଙ୍କର ନଜର କ୍ଳିନ ସ୍ଵୀପ ଉପରେ ଥିଲା। ଦକ୍ଷିଣ ଆଫ୍ରିକା ଶେଷ ମ୍ଯାଚରେ କମାଲ ଦେଖାଇଲେ ଓ ଭାରତକୁ ୪୯ ରନରେ ହରାଇଦେଲେ।

ବିରାଟ କୋହଲୀ ଓ କେଏଲ ରାହୁଲଙ୍କ ବିନା ଖେଳୁଥିବା ଏହି ଭାରତୀୟ ଦଳକୁ ବ୍ୟାଟିଂ ଅର୍ଡରରେ ଏପଟ ସେପଟ କରିବା ବହୁତ ଅସୁବିଧା ହେଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୨୭ ରନ କରିଲେ, ଭାରତକୁ ୨୨୮ ରନର ଲକ୍ଷ୍ୟ ଦେଲେ। କିନ୍ତୁ ଭାରତୀୟ ଦଳ ଏହି ବଡ ସ୍କୋର ଚାପରେ ମ୍ଯାଚ ହାରିଗଲେ।

ବ୍ୟାଟିଂରେ ପରିବର୍ତ୍ତନ ହେଲା ଅସୁବିଧା?:-

ବିରାଟ-ରାହୁଲଙ୍କ ଅନୁପସ୍ଥିତି କାରଣରୁ ଭାରତୀୟ ଦଳ ନିଜର ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିଲେ, କିନ୍ତୁ ଏଠି ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିବାକୁ ଅପଡିଲା। ରୋହିତ ଶର୍ମାଙ୍କ ସହିତ ଋଷଭ ପନ୍ତ ଓପନିଂ ଆସିଲେ, ଶ୍ରେୟସ ଅୟର ନମ୍ବର-୩ ଓ ଦିନେଶ କାର୍ତ୍ତିକ ନମ୍ବର ୪ ରେ ବ୍ୟାଟିଂ କରିବାକୁ ଆସିଲେ। ଓ ଫର୍ମରେ ଚାଲୁଥିବା ସୂର୍ଯ୍ୟକୁମାରଙ୍କୁ ବିଳମ୍ବରେ ଛାଡିଲେ।

ତେବେ ରାହୁଲ ଦ୍ରାବିଡ ନିଜେ କହିଛନ୍ତିଯେ ଏହା ହେଉଛି ଶେଷ ଟି-୨୦ ମ୍ୟାଚ, ତେଣୁ ସମସ୍ତ ପରିବର୍ତ୍ତନ ପାଇଁ ଏହି ସୁଯୋଗ ଅଟେ। ଅନେକ ଖେଳାଳିଙ୍କୁ ବହୁତ କମ ସୁଯୋଗ ମିଳିଥିଲା, ଏପରି ପରିସ୍ଥିତିରେ ସେମାନଙ୍କୁ ଅଧିକ ସୁଯୋଗ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ଦଳ ପାଇଁ ରୋହିତ ଶର୍ମା ଖାତା ଖୋଲିପାରିନଥିବାରୁ ଇନ୍ଦୋରରେ ହୋଇଥିବା ପ୍ରୟୋଗ ସଫଳ ହୋଇନଥିଲା। ଋଷଭ ପନ୍ତଙ୍କୁ ଭଲ ଆରମ୍ଭ ମିଳିଥିଲା, କିନ୍ତୁ ସେ ବଡ଼ ସ୍କୋର କରିପାରିନଥିଲେ। ଦୀନେଶ କାର୍ତ୍ତିକ ୪୬ ରନର ଏକ ଇନିଂସ ଖେଳିଥିଲେ ମଧ୍ୟ ସେ ଏହାଠାରୁ ଆଗକୁ ବଢିପାରିନଥିଲେ।

ଭାରତ ୨-୧ ରେ ଜିତିଲା ସିରିଜ:-

ଭାରତ ଏହି ମ୍ୟାଚରେ କେବଳ ୧୭୮ ରନ କରିଲେ ଓ ୪୯ ରନରେ ମ୍ଯାଚ ହାରିଗଲେ। ଭାରତୀୟ ଦଳର ଏହି ମ୍ଯାଚରୁ ପରାଜୟ ମିଳିଲା ସତ କିନ୍ତୁ ଟି-୨୦ ସିରିଜକୁ ୨-୧ରେ କବଜା କରିନେଲେ। ଭାରତୀୟ ଦଳ ଏହା ପୁରାବୃ ଅଷ୍ଟ୍ରେଲିଆକୁ ମଧ୍ୟ ୨-୧ ରେ ହରାଇଥିଲା ଓ ବର୍ତ୍ତମାନ ଆଫ୍ରିକାକୁ ପରାଜୟ କରିଲା। ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ବିଶ୍ଵକପ ପାଇଁ ଯିବେ।

– ଥିରୁଅନନ୍ତପୁରମ ଟି-୨୦: ଭାରତ ୮ ୱିକେଟରେ ଜିତିଲା

– ଗୁଆହାଟି ଟି-୨୦: ଭାରତ ୧୬ ରନରେ ଜିତିଲା

– ଇନ୍ଦୋର ଟି-୨୦: ଭାରତ ୪୯ ରନରେ ଜିତିଲା

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ:-

– ଅକ୍ଟୋବର ୨୦୧୫, ଦକ୍ଷିଣ ଆଫ୍ରିକା ଭାରତୀୟ ଦଳକୁ ୨-୦ ରେ ହରାଇଲେ

– ସେପ୍ଟେମ୍ବର ୨୦୧୯, ଦୁଇଟି ଟି-୨୦ ମ୍ଯାଚର ସିରିଜ ୧-୧ ବରାବର

– ଜୁନ ୨୦୨୨, ପାଞ୍ଚଟି ଟି-୨୦ ମ୍ଯାଚର ସିରିଜ ୨-୨ ବରାବର

– ଅକ୍ଟୋବର ୨୦୨୨, ତିନି ମ୍ଯାଚ ବିଶିଷ୍ଟ ସିରିଜରେ ଭାରତ ୨-୧ ରେ ବିଜୟ ହାସିଲ କରିଲା

Leave A Reply

Your email address will not be published.