Jasprit Bumrah Injury: ଜସପ୍ରିତ ବୁମ୍ରାଙ୍କ ଆହତର କାହାଣୀ, IPL ମ୍ୟାଚ୍ କେବେ ମିସ କରିନାହାନ୍ତି, କିନ୍ତୁ…

0

Get real time updates directly on you device, subscribe now.

ଟିମ ଇଣ୍ଡିଆକୁ ଟି-20 ବିଶ୍ୱକପ 2022 ଅଭିଯାନ ପାଇଁ ଏକ ବଡ଼ ଝଟକା ଲାଗିଛି । ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଆହତ ହୋଇ ଟୁର୍ନାମେଣ୍ଟରୁ ବାହାରି ଯାଇଛନ୍ତି । ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ୱକପରେ ବୁମ୍ରା ଷ୍ଟ୍ରେସ ଫ୍ରାକଚର କାରଣରୁ ଖେଳି ପାରିବେନାହିଁ । ତେବେ ଏହାର ଗୋଟିଏ ଦିନ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ବୟାନ ଦେଇଛନ୍ତି ଯେ ବୁମ୍ରାଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ବର୍ତ୍ତମାନ ତାଙ୍କୁ ବିଶ୍ୱକପ ଟିମରୁ ବାଦ ଦିଆଯାଇପାରିବ ନାହିଁ । ଏହା ପରେ ଆଶା ଥିଲା ଯେ ବୁମ୍ରା ବୋଧହୁଏ ଟି-20 ବିଶ୍ୱକପ ପୂର୍ବରୁ ତାଙ୍କ ଆଘାତରୁ କିଛି ମାତ୍ରାରେ ସୁସ୍ଥ ହୋଇଯିବେ ।

ବର୍ତ୍ତମାନ ବିସିସିଆଇ ଏକ ବୟାନ ଜାରି କରି କହିଛି ଯେ ବୋର୍ଡର ମେଡିକାଲ୍ ଟିମ ବୁମ୍ରାଙ୍କୁ ଟି-20 ବିଶ୍ୱକପ ପାଇଁ ଫିଟ ପାଇନାହାଁନ୍ତି । ଏଥିରେ କୁହାଯାଇଛି ଯେ ନିଷ୍ପତ୍ତି ନେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଆଗଲା ଏବଂ ବିସ୍ତୃତ ମୂଲ୍ୟାଙ୍କନ କରାଗଲା । ବୁମ୍ରାଙ୍କ ଜାଗା ନେବାକୁ ଯାଉଥିବା ଖେଳାଳିଙ୍କ ନାମ ଉପରେ ଶୀଘ୍ର ନିଷ୍ପତ୍ତି ନିଆଯିବ । ବୁମ୍ରାଙ୍କୁ ଏହା ପୂର୍ବରୁ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଟି-20 ମ୍ୟାଚର ସିରିଜ ପାଇଁ ହିଁ ବାହାର ରଖାଯାଇଥିଲା ।

କେବେ ବି IPL ମିସ ହୋଇନାହିଁ :-

ଏଥିରେ କୌଣସି ସନ୍ଦେହ ନାହିଁ ଯେ କୌଣସି ଖେଳାଳି ଟି-20 ବିଶ୍ୱକପ ପରି ଏକ ଟୁର୍ନାମେଣ୍ଟରେ ଆଘାତ ହେତୁ ଖେଳରୁ ବାହାରିଯିବାକୁ ଚାହିଁବେ, କିନ୍ତୁ ଏହା ଏପରି ସମୟ ଯେ ପ୍ରଶଂସକମାନେ ବୁମ୍ରାଙ୍କ ଆଘାତକୁ ହଜମ କରିପାରୁ ନାହାନ୍ତି । ପ୍ରଶ୍ନ ମଧ୍ୟ ଠିକ୍ ଅଛି । ଅନରେକର୍ଡ ଦେଖାଗଲେ 2016 ରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବା ପରଠାରୁ ବୁମ୍ରାଙ୍କ କେବେ ବି ଆଘାତ କାରଣରୁ IPL ମ୍ୟାଚରୁ ବାହାରି ନାହାଁନ୍ତି । ଅନ୍ୟପକ୍ଷରେ, ଭାରତ ପାଇଁ 125 ଟି-20 ମଧ୍ୟରୁ 57 ଟି ଖେଳିଥିବାବେଳେ ୱାନଡେରେ ଏହି ସଂଖ୍ୟା 119 ଟି ମଧ୍ୟରୁ 70 ଟି ଏବଂ ଟେଷ୍ଟରେ 44 ଟି ମଧ୍ୟରୁ 30 ଟି ଅଟେ । ଏହି ସଂଖ୍ୟାଗୁଡିକ ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ ।

ଟି-20 ଇଣ୍ଟର ନେସନାଲରେ ଜସପ୍ରିତ ବୁମ୍ରା :-

ମ୍ୟାଚ୍: 60

ୱିକେଟ: 70

ୱେଷ୍ଟ: 3/11

ଏଭରେଜ୍: 20.22

ଇକୋନୋମି: 6.62

Leave A Reply

Your email address will not be published.