ଜଣେ ମହିଳା ଆଲେକ୍ସା ସ୍ମାର୍ଟ ସ୍ପିକରର ରେକର୍ଡିଙ୍ଗ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ|ରେକର୍ଡିଙ୍ଗରେ ମହିଳାଙ୍କ ବୟଫ୍ରେଣ୍ଡ୍ ଅନ୍ୟ କୈାଣସି ଯୁବତୀ ସହ କଥା ହେଉଥିଲେ|ଏଥିରେ ଖୁଲାସା ହେଲା ଯେ ବୟଫ୍ରେଣ୍ଡ୍ ତାକୁ ଧୋକା ଦେଉଅଛି|ଏହି ଧୋକା କାହାଣୀ ମହିଳା ଟିକଟକରେ ସେୟାର କରିଛନ୍ତି|ଏଵେ ସେ ଅଲଗା ହୋଇଗଲା|
ଆଲେକ୍ସା ଭଏସ୍ ଆସିଷ୍ଟାଣ୍ଟ ନିର୍ଦ୍ଦେଶକୁ ଅନୁସରଣ କରେ|କିନ୍ତୁ ବହୁ ଲୋକ ଜାଣିନାହାନ୍ତି ଏହି ଡିଭାଇସ ଭଏସ୍ ମଧ୍ୟ ରେକର୍ଡ କରେ|ଏଥିପାଇଁ ଜେସିକା ଲେମେନ ନିଜ ବୟଫ୍ରେଣ୍ଡ୍ ର ଅନ୍ୟ ମହିଳା ସହ ରେକର୍ଡ଼ ଶୁଣିନେଲା|
ଟିକଟକରେ ଜେସିକା କହିଛନ୍ତି ଯେ ସେ କିପରି ଏକ୍ସ ପାର୍ଟନରକୁ ଅନ୍ୟ ମହିଳା ସହ କଥା ହେଉଥିଲା ବେଳେ ଧରା ପଡିଲା|ଏଥିରେ ସେ ଆଲେକ୍ସାର ରେକର୍ଡ ସେୟାର କରିଥିଲେ|
ଆଲେକ୍ସାରେ ଯେଉଁ ରେକର୍ଡିଙ୍ଗ ଜେସିକାକୁ ମିଳିଲା ସେଥିରେ ସଫାସଫା ଶୁଣା ଯାଉଛି ଯେ ଜେସିକାର ବୟଫ୍ରେଣ୍ଡ୍ ଅନ୍ୟ କୈାଣସି ମହିଳାଙ୍କ ସହ ଘରେ ଥିଲା|ବ୍ୟାକଗ୍ରାଉଣ୍ଡରେ ମହିଳାଙ୍କ ଆବାଜ ଶୁଣା ଯାଉଛି|ଏହି ଭାଇରାଲ ଭିଡିଓକୁ ଏପର୍ଯ୍ୟନ୍ତ ୨୬ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଦେଖି ସାରିଲେଣି|
ଜେସିକାର ଏହି ଭିଡିଓ ଟିକଟକର୍ସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେଣି|ବହୁ ମହିଳା ଏଥିରେ କମେଣ୍ଟ କରି କହିଛନ୍ତି ଆଲେକ୍ସାର ଏହି ଫଙ୍କସନ ବିଷୟରେ ତାକୁ ଜଣାନଥିଲା ଏବେ ସେ ତା ବୟଫ୍ରେଣ୍ଡ୍ ଉପରେ ଏହାକୁ ଟ୍ରାଏ କରିବେ|ଆଉଜଣେ କହିଛନ୍ତି କ୍ରିସମାସରେ ସେ ତା ବୟଫ୍ରେଣ୍ଡ୍ କୁ ଆଲେକ୍ସା ଗିଫ୍ଟ କରିବ|