ଦୁର୍ଗାଙ୍କୁ ଆରତି ବେଳେ ଅଗ୍ନିକାଣ୍ଡ । ଜଣେ ମୃତ ବେଳେ ୫୨ଜଣ ଗୁରୁତର

0

Get real time updates directly on you device, subscribe now.

ଭଦୋହିରେ ନବରାତ୍ରୀ ଅବସରରେ ରବିବାର ରାତିରେ ଦୁର୍ଗା ପୂଜା ପାଣ୍ଡାଲରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୬୪ଜଣ ଆହତ ହୋଇଛନ୍ତି । କୁହାଯାଉଛି ଯେ ଏହି ଦୁର୍ଘଟଣା ଆରତୀ ସମୟରେ ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏଥିରେ ଅଙ୍କୁଶ ସୋନି ନାମକ ଏକ ୧୨ବର୍ଷୀୟ ବାଳକ ସହ ଅନ୍ଯ ୪ଜଣଙ୍କର ମୃତ୍ଯୁ ହୋଇଛି । ଆହତମାନଙ୍କ ମଧ୍ୟରେ ଅଧିକ ସଂଖ୍ଯାରେ ଉଭୟ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଡକା ଯାଇଥିଲା ।  ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସନ୍ ଟ୍ରମା କେନ୍ଦ୍ରରେ ଭର୍ତ୍ତି କରା ଯାଇଛି । ଘଟଣାସ୍ଥଳରେ ବିଶୃଙ୍ଖଳା ଓ ପାଟିତୁଣ୍ଡ ହୋଇଥିଲା । କୁହାଯାଉଛି ଯେ ଆରତୀ ପ୍ରଦର୍ଶନ କରିବା ସମୟରେ ସ୍ପାର୍କ ହୋଇ ନିଆଁ ଲାଗି ଯାଇଥିଲା । ଜିଲ୍ଲା ମାଜିଷ୍ଟ୍ରେଟ ଓ ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନିଆଁ ଏତେ ଭୟଙ୍କର ଥିଲା ଯେ ପୁରା ପାଣ୍ଡାଲ ପାଉଁଶ ହୋଇଯାଇଥିଲା ଓ ସେଠାରେ ରଖାଯାଇଥିବା ସମସ୍ତ ଜିନିଷ ଜଳି ଯାଇଥିଲା ।

ତଥାପି, ମୂର୍ତ୍ତିଗୁଡ଼ିକର କୌଣସି କ୍ଷତି ହୋଇନାହିଁ । ପୋଲିସ ଅଧିକାରୀ ଦାବି କରିଛନ୍ତି, ‘ଅରାଇ ସହରରେ ରାତି ପ୍ରାୟ ୯ଟା ସମୟରେ ଦୁର୍ଗା ପାଣ୍ଡାଲରେ ନିଆଁ ଲାଗିଯାଇଥିଲା । ଆରତୀ ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ । ଏଥିରେ ୧୦-୧୫ଜଣ ଲୋକ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଟ୍ରମା ସେଣ୍ଟରକୁ ପଠାଯାଇଛି । ପାଣ୍ଡାଲରେ ନିଆଁକୁ ଆୟତ୍ତ କରିବା ପାଇଁ ନିର୍ଦ୍ଦେଶ ସହ ସିଏମ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଆହତମାନଙ୍କୁ ଶୀଘ୍ର ସୁସ୍ଥ ହେବାକୁ କାମନା କରିଥିଲେ । ଏଥିସହ ସେ ଜିଲ୍ଲା ମାଜିଷ୍ଟ୍ରେଟ ଓ ପୋଲିସର ଉଚ୍ଚ ପଦାଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାମ ହୋଇଥିଲା । ୯ଜଣ ସାମାନ୍ୟ ଗୁରୁତରଙ୍କୁ ସ୍ଥାନୀୟ ହାସପାତାଳରେ ଭର୍ତ୍ତି କରାଯାଇ ଥିବା ବେଳେ ବାକି ସମସ୍ତଙ୍କୁ ସାଂଘାତିକ ଅବସ୍ଥାରେ ବାରଣାସି ହାସପାତାଳରେ ଭର୍ତ୍ତି କରାଯାଇଛି । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକଙ୍କ ନାମ ଜଣାପଡିନାହିଁ ।

Leave A Reply

Your email address will not be published.