ପ୍ରେମିକ ଘର ଆଗରେ ଦୁଇଦିନ ଧାରଣା ଦେବା ପରେ ଶେଷରେ ମାମା ଙ୍କୁ ମିଳିଲା ନ୍ୟାୟ।

0

Get real time updates directly on you device, subscribe now.

ବର୍ତମାନ ସମୟରେ ତପସ୍ୱିନୀ ଓ ଦୀପିକାଙ୍କ ଭଳି ଆଉ ଜଣେ ଯୁବତୀ ନିଜ ମଧ୍ୟ ନିଜ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଥିଲେ । ଯାହାକି ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟି ଥିଲା । ତାଙ୍କ ନାମ ହେଉଛି ମାମା ଯିଏକି ତାଙ୍କ ପ୍ରେମିକଙ୍କ ବାଟକୁ ଚାହିଁ ବସିଥିଲେ । ହେଲେ ଶେଷରେ ପ୍ରତୀକ୍ଷାର ଅନ୍ତ ହେଲା । ଧାରଣାରେ ବସିଥିବା ମାମା ଆଜି ଖୁସି । ତାଙ୍କ ଜନ୍ମଦିନରେ ଆସି ତାଙ୍କ ହାତ ଧରି ଘର ତାଲା ଖୋଲି ଭିତରକୁ ନେଇଗଲା ତାଙ୍କ ପ୍ରେମିକ । ଆଉ ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ଦେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇ ଆଜି ନିଜ କଥା ରଖିଛନ୍ତି । ସତରେ ଆଜି ସେ ବହୁତ ଖୁସି ଆଉ ଏ ଖୁସିର କିଛି ସୀମା ନାହିଁ ।

ଦୁଇଦିନ ଧରି ନ୍ୟାୟ ପାଇବା ପାଇଁ ପ୍ରେମିକଙ୍କ ଘର ସାମ୍ନାରେ ବସିଥିବା ଏହି ପ୍ରେମିକା ଜଣକ ମିଡ଼ିଆ ସାମ୍ନାରେ କିଛି ଏଭଳି ହିଁ କହିଛନ୍ତି । କାରଣ ଶେଷରେ ତାଙ୍କ ଅପେକ୍ଷା ସାର୍ଥକ ହୋଇଛି ଆଉ ତାଙ୍କ ଧନ ଆସି ତାଙ୍କୁ କୋଳେଇ ନେଇଛି । ଆଉ ନିଜ ଘରେ ନେଇ ରଖିଛି । ଆଜି ସେ ନିଜ ପ୍ରେମ, ପ୍ରେମିକ ଓ ଦୁନିଆକୁ ପାଇ ଯାଇଛନ୍ତି । କାରଣ ତାଙ୍କ ଧନ ତାଙ୍କ ହାତ ଧରି ନିଜ ଘର ଭିତରକୁ ନେଇ ଯାଇଛନ୍ତି ବିବାହ କରିଛନ୍ତି । ଯୁବତୀ ଏବେ ନିଜ ମନର ମଣିଷ ପାଖେ ନିଜ ଶାଶୁଘରେ ଅଛନ୍ତି । ଦୁଇଦିନର ସଂଘର୍ଷ ପରେ ଶେଷରେ ତାଙ୍କୁ ନ୍ୟାୟ ମିଳିଛି । ପ୍ରେମିକ ରଞ୍ଜନ ଓଝାଙ୍କ ଘର ଦୁଆର ଆଗରେ ଧାରଣାରେ ବସିଥିବା ମାମାଙ୍କୁ ଆଜି ନ୍ୟାୟ ମିଳିଛି ।

ତାଙ୍କ ପ୍ରେମିକ ଆସି ତାଙ୍କୁ ନିଜର କରି ହତଧାରୀ ଘର ଭିତରକୁ ନେଇ ଯାଇଛନ୍ତି । ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମ । ଘଣ୍ଟା ଘଣ୍ଟା ଧରି ଚାଟିଂରୁ ଅଧିକ ନିବିଡ ହୋଇଥିଲା ସମ୍ପର୍କ । ଆଉ ବାହା ହେବାର ପ୍ରତିଶ୍ରୁତି ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ଅଧା ରାସ୍ତାରେ ପ୍ରେମିକାଙ୍କୁ ଛାଡି ଚମ୍ପଟ ମାରିବାକୁ ବସିଥିଲେ । ଶେଷରେ କିଛି ଉପାୟ ନପାଇ ନ୍ୟାୟ ପାଇଁ ପ୍ରେମିକଅଙ୍କ ଘର ବାହାରେ ଧାରଣାରେ ବସିଥିଲେ ମାମା ।

କିନ୍ତୁ ଦୁଇଦିନ ପରେ ପ୍ରେମିକ ଆସି ତାଙ୍କୁ ଘର ଭିତରକୁ ନେଇ ଯାଇଛନ୍ତି । ଆଉ ସବୁଠୁ ବଡ କଥା ହେଲା ଆଜି ମାମାଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ପ୍ରେମିକ ତାଙ୍କୁ ନିଜର କରି ସବୁଠୁ ବଡ ଉପହାର ଦେଇଛନ୍ତି ।ଆଗକୁ ତାଙ୍କୁ ନିଶ୍ଚୟ ଶଙ୍ଖା ସିନ୍ଦୂର ଦେବେ ବୋଲି ମଧ୍ୟ କଥା ଦେଇଛନ୍ତି । ମାମା ତାଙ୍କ ପ୍ରେମିକଙ୍କ ଘରେ ପ୍ରବେଶ କରି ତାଙ୍କୁ ପାଖରେ ପାଇ ବେଶ ଖୁସି ଅଛନ୍ତି । ଏଥିପାଇଁ ସେ ଗଣମାଧ୍ୟମକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.