ଇଣ୍ଡୋନେସିଆରେ ଏକ ଫୁଟବଲ ମ୍ୟାଚ ସମୟରେ ସୃଷ୍ଟି ହୋଇଥିବା ହିଂସାରେ 127 ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା କୁହାଯାଉଛି । ଇଣ୍ଡୋନେସିଆର ପୋଲିସ ହିଁ ଏ ଘଟଣାକୁ ନେଇ ନିଶ୍ଚିତ କରିଛି ।
ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ଘଟଣାଟି ଇଷ୍ଟ ଜାଭାର ଅଟେ । ସମାଚାର ଏଜେନ୍ସିଙ୍କ ଅନୁଯାୟୀ ଇଷ୍ଟ ଜାଭାର ଏକ ଫୁଟବଲ ପଡ଼ିଆରେ ଫୁଟବଲ ମ୍ୟାଚ ଖେଳାଯାଉଥିଲା । ଏହି ମ୍ୟାଚକୁ ଦେଖିବାକୁ ବହୁତ୍ ସଂଖ୍ୟାରେ ଦର୍ଶକମାନେ ପଡ଼ିଆରେ ପହଞ୍ଚିଥିଲେ । ଫୁଟବଲ ମ୍ୟାଚର ପରିଣତି ଆସିବା ବେଳକୁ ପଡ଼ିଆରେ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିବା ପ୍ରଶଂସକମାନେ କ୍ରୋଧିତ ହୋଇଉଠିଲେ । କ୍ରୋଧିତ ପ୍ରଶଂସକମାନେ ଫୁଟବଲ ପଡ଼ିଆରେ ପଶିଗଲେ ଏବଂ ଉତ୍ପାତ ସୃଷ୍ଟି କରିଦେଲେ
କ୍ରୋଧିତ ପ୍ରଶଂସକମାନେ ଫୁଟବଲ ପଡ଼ିଆରେ ପଶି ମାରପିଟ ଆରମ୍ଭ କରିଦେଲେ । ସବୁଆଡେ ହଇଚଇ ସୃଷ୍ଟି ହୋଇଗଲା । ଇଷ୍ଟ ଜାଭା ପୋଲିସର ଚିଫ ନିକୋ ଏଫିଣ୍ଟାଙ୍କ ଅନୁଯାୟୀ, ଏହି ହିଂସାକାଣ୍ଡରେ ପଡ଼ିଆରେ ହିଁ 34 ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଥିଲା । ଇଷ୍ଟ ଜାଭା ପୋଲିସର ଚିଫ ନିକୋ ଏଫିଣ୍ଟାଙ୍କ ଅନୁଯାୟୀ ବାକି 93 ଲୋକଙ୍କ ମୃତ୍ୟୁ ହସ୍ପିଟାଲରେ ଚିକିତ୍ସା ସମୟରେ ହୋଇଛି ।
କୁହାଯାଉଛି ଯେ ଇଣ୍ଡୋନେସିଆର ଇଷ୍ଟ ଜାଭା ସ୍ଥିତ ଗୋଟିଏ ଷ୍ଟାଡିୟମରେ Persebaya Surabaya ଏବଂ Arema FC ମଧ୍ୟରେ ମ୍ୟାଚ୍ ଖେଳାଗଲା । ଏହି ମ୍ୟାଚରେ ଅରେମା ଏଫସି ଟିମକୁ ହାର ମିଳିଲା । ଟିମ୍ ହାରିଯିବା ପରେ କ୍ରୋଧିତ ପ୍ରଶଂସକ ମାନେ ପଡ଼ିଆରେ ପଶିଗଲେ ଏବଂ ମାରପିଟ କରିବା ଆରମ୍ଭ କରିଦେଲେ । ଏହି ହିଂସାକାଣ୍ଡରେ ଦୁଇଜଣ ପୋଲିସ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ଫୁଟବଲ ଷ୍ଟାଡିୟମରେ ଏହି ହିଂସାକାଣ୍ଡ ବିଷୟରେ କେହି ଜଣେ ପୋଲିସକୁ ସୂଚନା ଦେଇଦେଲେ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଏବଂ ଇଣ୍ଡୋନେସିଆର ଜାତୀୟ ସଶସ୍ତ୍ର ବଳର ଯବାନମାନେ ଖେଳାଳୀମାନଙ୍କୁ ଯେକୌଣସି ପ୍ରକାରେ ପଡ଼ିଆରୁ ସୁରକ୍ଷିତ ଭାବେ ବାହାର କରିଥିଲେ ।