ନବରାତ୍ର ସମୟ ଚାଲୁଅଛି ଓ ଦେଶସାରା ଦେବୀ ମନ୍ଦିରମାନଙ୍କରେ ଭକ୍ତଙ୍କ ଧାଡି ଲାଗିଛି|ମା ଦୁର୍ଗାଙ୍କ ଭକ୍ତ ତାଙ୍କୁ ପ୍ରସନ୍ନ କରିବା ପାଇଁ ବିଧି ବିଧାନରେ ପୂଜା କରୁଛନ୍ତି|ଏହିଭଳି କୋଲକାତାରେ ଏକ ଦୁର୍ଗାପେଣ୍ଡାଲ ବିଶେଷ ପୂଜା ପାଇଁ ଚର୍ଚ୍ଚିତ|ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି|
କହିରଖେ କୋଲକାତା ସ୍ଥିତ କୂଦଘାଟ ପୂଜା ସମିତି ୨୫ ସେପ୍ଟେମ୍ବର ଦିନ ମହାଳୟା ପୂଜା ଦିନ ଏହି ପେଣ୍ଡାଲରେ ଇଂରାଜୀରେ ଚଣ୍ଡୀପାଠ ଆୟୋଜନ କରିଥିଲେ|ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା|ଏହି ଭାଇରାଲ ଭିଡିଓକୁ ତମଲ ନାମକ ବ୍ୟକ୍ତି ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି,”କଲିକତାର ଦୁର୍ଗାପୂଜା କ୍ଲବ ଚଣ୍ଡିପାଠର ପ୍ରସିଦ୍ଧ ବଙ୍ଗାଳୀ କଥାକୁ ଇଂରାଜୀରେ ଅନୁବାଦ କରିଥିଲେ,ଯାହାର ପରିଣାମ ହୃଦୟସ୍ପର୍ଶୀ”|
Even #MaaDurga will go🤦♀️ https://t.co/si0ve6vZxV
— Shayak Majumder (@shayak_m) September 28, 2022
ସୂଚନାଯୋଗ୍ୟ କଲିକତାର ଦୁର୍ଗାପୂଜା ପେଣ୍ଡାଲରେ ଏଭଳି ପାଠକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି|ଏହାକୁ ନେଇ କିଛି ଲୋକ ଆଲୋଚନା ଓ ପ୍ରଶଂସା କରୁଛନ୍ତି|
This #DurgaPuja club in #Kolkata translated legendary #Bengali narration of Chandipath to English for larger global audience. Outcome is hilarious. Can #English ever replace the richness of our language,do justice to the quintessential emotion that is evoked only in our language? pic.twitter.com/kfFBZrDSGh
— Tamal Saha (@Tamal0401) September 27, 2022
ସୂଚନାଯୋଗ୍ୟ ଚଣ୍ଡିପାଠ ସନାତନ ଧର୍ମରେ ଦେବୀ ମାଙ୍ଗ ସବୁଠାରୁ ପ୍ରାଚୀନ ପ୍ରଣାଳୀ|ଏହାକୁ ମହାଳୟାରେ ବିଶେଷ ଭାବରେ ଆୟୋଜିତ କରାଯାଇଥାଏ|ପୂରାଣ ଅନୁସାରେ ଏହି ଦିନ ଭଗବାନ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ରାକ୍ଷସ ରାଜା ମହିଷାସୁର ବଧ୍ଧ ପାଇଁ ଦେବୀ ଦୁର୍ଗାଙ୍କ ପୂଜା କରି ଆହ୍ୱାନ କରିଥିଲେ|ଏହି ଦିନକୁ ମା’ଙ୍କ ଆଗମନ ଦିନ ମାନାଯାଏ|