କେରଳର ପତନମାତିଟ୍ଟାରେ ଲୋକାଲ କୋର୍ଟ ୧୦ ବର୍ଷର ନାବାଳିକାଙ୍କୁ ରେପ କରିବା ଦୋଷରେ ଦୋଷୀଙ୍କୁ ୧୪୨ ବର୍ଷର କଠୋର କାରାବାସ ଦଣ୍ଡ ଶୁଣାଇଲେ। ଏହାସହିତ ୫ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗିଛି। ସୂଚନା ଅନୁସାରେ, ୪୧ ବର୍ଷର ବ୍ୟକ୍ତିଙ୍କ ଉପରେ ନାବାଳିକାଙ୍କ ସହିତ ୨ବର୍ଷ ଧରି ରେପ କରିବାର ଆରୋପ ଅଛି।
ଜିଲ୍ଲା ପୋଲିସ ଦ୍ଵାରା ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ପ୍ରେସ ରିଲିଜରେ କୁହାଗଲାକି ପତନମାତିଟ୍ଟା ଅତିରିକ୍ତ ଜିଲ୍ଲା ଏବଂ ଉକ୍ତ ନ୍ୟାୟଳୟର ନ୍ୟାୟାଧୀଶ ଜୟକୁମାର ଜୋନ ଆନନ୍ଦନ ପିଆରଙ୍କୁ ୧୪୨ ବର୍ଷର ଜେଲ ଦଣ୍ଡ ଶୁଣାଇଲେ। ଓ ତାଙ୍କ ଉପରେ ୫ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଲେ। ବିଜ୍ଞପ୍ତିରେ କୁହାଗଲାକି ଜିଲ୍ଲାରେ ଏହା POCSO ମାମଲାର କୌଣସି ଦୋଷୀକୁ ଦିଆଯାଇଥିବା ସବୁଠାରୁ ବଡ ଦଣ୍ଡ ଅଟେ।
ଦୋଷୀଙ୍କୁ ସମୁଦାୟ ୬୦ବର୍ଷର ଦଣ୍ଡ କାଟିବାକୁ ହେବ। ଏକ ନ୍ୟୁଜ ଏଜେନ୍ସି ଅନୁସାରେ, ଦୋଷୀଙ୍କ ୧୦ ବର୍ଷୀୟ ପୀଡ଼ିତାଙ୍କ ସମ୍ପର୍କୀୟ ଅଟନ୍ତି। ତାଙ୍କୁ ଯୌନ ଅପରାଧରେ ପିଲାଙ୍କ ସଂରକ୍ଷଣ(POCSO) ଅଧିନିୟମ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୬ର ଭିନ୍ନ ଭିନ୍ନ ଧାରା ଅନ୍ତର୍ଗତ ଦୋଷୀ କରାଗଲା।
କୋର୍ଟ କହିଲେକି ଆରୋପୀ ୨୦୧୯-୨୦୨୧ ସମୟରେ ପିଲାଙ୍କର ଯୌନ ଶୋଷଣ କରିଥିଲେ। ଦୋଷୀ ଘଟଣାକୁ ସେତେବେଳେ ପରିଣାମ ଦେଇଥିଲେ ଯେତେବେଳେ ସେ ତାଙ୍କର ଘରକୁ ଫେରୁଥିଲେ।
ସୌତୁଣୀ ଝିଅ ସହିତ ରେପ ମାମଲାରେ ୩୦ବର୍ଷର ଦଣ୍ଡ:-
ଏହା ପୂର୍ବରୁ ଅଗଷ୍ଟ ମାସରେ କେରଳର ଏକ ତ୍ଵରିତ ଅଦାଲତ ନାବାଳିକା ସୌତୁଣୀ ଝିଅଙ୍କ ସହିତ ରେପ ମାମଲାରେ ବ୍ୟକ୍ତିଙ୍କୁ ଯୌନ ଅପରାଧ ସଂରକ୍ଷଣ ଆଇନ ଅନ୍ତର୍ଗତ ଅନେକ ଅପରାଧରେ ସମୁଦାୟ ୩୦ ବର୍ଷର ଦଣ୍ଡ ଶୁଣାଇଥିଲେ। ତ୍ଵରିତ ଅଦାଲତର ବିଶେଷ ନ୍ୟାୟାଧୀଶ ଟି.ଜି. ବର୍ଗିଜ ଦ୍ଵାରା ପାରିତ ହୋଇଥିବା ଆଦେଶର ପୃଷ୍ଟି ବିଶେଷ ଲୋକ ଅଭିୟୋଜକ ଏସ.ଏସ. ସନେଶ କରିଥିଲେ।
ମାଆଙ୍କ ଅନୁପସ୍ଥିତିରେ ଝିଅ ସହିତ ରେପ:-
ଏସପିପି ସନେଶ କହିଲେକି ୨୦୧୮ ମସିହାରେ ଇଡୁକ୍କୀ ଜିଲ୍ଲାରେ ୩୨ ବର୍ଷୀୟ ଏହି ଅଭିଯୁକ୍ତ ନିଜର ନାବାଳିକା ସୌତୁଣୀ ଝିଅ ସହିତ ତାଙ୍କର ମାଆଙ୍କ ଅନୁପସ୍ଥିତିରେ ଘରେ ରେପ କରିଥିଲେ। ଏସପିପି କହିଥିଲେକି କୋର୍ଟ ପୀଡ଼ିତା ଓ ଏହି ଘଟଣାର ପ୍ରମାଣ ତାଙ୍କର ଛୋଟ ଭଉଣୀଙ୍କ ବୟାନ ଆଧାରରେ ଆରୋପୀଙ୍କୁ ଦୋଷୀ କରାଇଲେ। ସେ କହିଲେକି ମୁକଦ୍ଦମା ସମୟରେ ପୀଡ଼ିତାଙ୍କ ମା ପ୍ରତ୍ୟାହାର କରିନେଥିଲେ।
ଦୋଷୀଙ୍କ ଉପରେ ୧.୫ ଲକ୍ଷ ଟଙ୍କାର ଜରିମାନା:-
ଏସପିପି କହିଲେକି ଅଦାଲତ ଦୋଷୀଙ୍କ ଉପରେ ୧.୫ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ। ସେ କହିଲେକି ଅଦାଲତ ଜିଲ୍ଲା ବିଧିକ ସେବା ପ୍ରାଧିକରଣଙ୍କୁ ପୀଡ଼ିତାଙ୍କ ପୁନର୍ବାସ ପାଇଁ ପୀଡ଼ିତା କ୍ଷତି ଦେବା ପାଇଁ ଯୋଜନା ଅନ୍ତର୍ଗତ ୧ ଲକ୍ଷ ଟଙ୍କା ଅତିରିକ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଡିଥିଲେ। ସେ କହିଲେକି ବର୍ତ୍ତମାନ ସମୟରେ ପୀଡ଼ିତା ବାଲ୍ୟ କଲ୍ୟାଣ ସମିତି ଦ୍ଵାରା ସଞ୍ଚାଳିତ ଆଶ୍ରୟ ଗୃହରେ ରହୁଛନ୍ତି।