” ପ୍ରେମରେ ହେଲେ ପାଗଳ !”, ୨୦ ବର୍ଷୀୟ ଯୁବତୀ ନିଜ ଚାକରକୁ କଲେ ବିବାହ

0

Get real time updates directly on you device, subscribe now.

ଜଣେ ୨୦ ବର୍ଷୀୟ ଯୁବତୀ ନିଜ ଚାକରକୁ ଭଲପାଇ ବସିଲେ | ସେ ଚାକରକୁ ନିଜ ଘରର ପଶୁମାନଙ୍କ ଦେଖାଶୁଣା କରିବାକୁ ରଖିଥିଲେ | କିନ୍ତୁ ଯୁବତୀ ତାଙ୍କ ସଚ୍ଚୋଟତା ଉପରେ ଫିଦା ହୋଇଗଲେ ଏବଂ ତାଙ୍କୁ ବିବାହ ପାଇଁ ପ୍ରପୋଜ କରିଦେଲେ | ଯୁବତୀ କହିଛନ୍ତି ଯେ ପ୍ରେମରେ ଛୋଟ ବଡ଼, ଧନୀ ଗରିବ ଦେଖାଯାଏ ନାହିଁ |

ଯୁବତୀଙ୍କ ନାମ ମୁସକାନ ଅଟେ ଏବଂ ସେ ପାକିସ୍ତାନର ପଞ୍ଜାବର ବାସିନ୍ଦା ଅଟନ୍ତି | ମୁସକାନ ୟୁଟ୍ୟୁବ ଭିଡିଓରେ କହିଛନ୍ତି ଯେ କିପରି ତାଙ୍କୁ ୨୫ ବର୍ଷର ଆମିରଙ୍କ ସହ ପ୍ରେମ ହୋଇଗଲା | ଆମିରଙ୍କୁ ସେ ନିଜ ଘରର ମଇଁଷିଙ୍କ ଦେଖାଶୁଣା ପାଇଁ ରଖିଥିଲେ |

ମୁସକାନ କହିଛନ୍ତି ଯେ ତାଙ୍କ ପାଖରେ ଚାରିଟି ମଇଁଷି ଥିଲେ, ଯାହାର ଦେଖାଶୁଣା ପାଇଁ ଆମିରଙ୍କୁ କାମରେ ରଖିଥିଲେ | ଆମିର ବହୁତ ସଚ୍ଚୋଟ ଥିଲେ ଏବଂ ନିଜ କାମ ମନ ଦେଇ କରୁଥିଲେ | ତାଙ୍କ ଆସିବା ପରଠାରୁ ମଇଁଷି ଅଧିକ କ୍ଷୀର ଦେଉଥିଲେ | ମୁସକାନ ଆମିରଙ୍କ କାମ ଦ୍ୱାରା ବହୁତ ପ୍ରଭାବିତ ହେଲେ ଏବଂ ଧୀରେ ଧୀରେ ତାଙ୍କୁ ଆମିର ଭଲ ଲାଗିଲେ | ଦିନେ ସେ ଆମିରଙ୍କୁ ନିଜ ହୃଦୟର କଥା କହିବାକୁ ଚେଷ୍ଟା କଲେ |

ଯେତେବେଳେ ଆମିର ମଇଁଷିମାନଙ୍କୁ ଗାଧୋଉଥିଲେ, ସେତେବେଳେ ମୁସକାନ ଆମିରଙ୍କୁ ପ୍ରପୋଜ କରିଦେଲେ | ମୁସକାନ କହିଲେ ଯେ ମୁଁ ତୁମକୁ ପସନ୍ଦ କରୁଛି ଏବଂ ତୁମକୁ ବିବାହ କରିବାକୁ ଚାହୁଁଛୁ | ଏହା ଶୁଣି ଆମିର ଗୋଟିଏ ମୁହୂର୍ତ୍ତ ପାଇଁ ଚମକି ପଡିଲେ | ମୁସକାନ ଜବାବ ଦେବାପାଇଁ ଆମିରଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଲେ | ସନ୍ଧ୍ୟାରେ ଆମିର ନିଜ ଘର ଲୋକଙ୍କୁ ପଚାରି ମୁସକାନଙ୍କ ବିବାହ ପ୍ରସ୍ତାବକୁ ସ୍ୱୀକାର କରିଦେଲେ |

ମଇଁଷିଙ୍କ ଦେଖାଶୁଣା କରିବାକୁ ଆଉ ୩ ଜଣ ଲୋକଙ୍କୁ କାମରେ ରଖିଲେ :-

୨୦ ବର୍ଷୀୟ ମୁସକାନ ନିଜ ମାଙ୍କ ସହ ଘରେ ଏକୁଟିଆ ରୁହନ୍ତି | ତାଙ୍କ ମା ଚାକର ସହ ବିବାହ କରିବାକୁ ମନା କଲେନାହିଁ | ଆମିରଙ୍କ ସହ ବିବାହ ପରେ ମୁସକାନ ଆଉ ତିନିଜଣଙ୍କୁ ମଇଁଷିଙ୍କ ଦେଖାଶୁଣା କରିବାକୁ କାମରେ ରଖିଲେ | ସେ କହିଛନ୍ତି ଯେ ବିବାହ ପରେ ମୁଁ ଆମିରଙ୍କୁ ଆହୁରି ଅଧିକ ଭଲ ପାଉଛି | ସେହିପରି ଆମିର କହିଛନ୍ତି ଯେ ମୁସକାନଙ୍କୁ ବିବାହ କରି ତାଙ୍କୁ ସବୁକିଛି ମିଳିଗଲା |

ଆମିର ନିଜ ସ୍ତ୍ରୀ ମୁସକାନଙ୍କ ପାଇଁ ଗୀତ ମଧ୍ୟ ଗାଆନ୍ତି – ତେରେ ଇସ୍କ ମେ ପାଗଲ ହୋ ଗୟା, ଦିବାନା ତେରେ ରେ… | ସେହିପରି ମୁସକାନ ଗୋଟିଏ ସାୟରି ମାଧ୍ୟମରେ ନିଜ ପ୍ରେମକୁ ପ୍ରକାଶ କରିଛନ୍ତି – ଚାନ୍ଦନୀ ଚାନ୍ଦ ସେ ହୋତି ହେ, ସିତାରୋ ସେ ନେହିଁ | ମୋହବତ ଏକ ସେ ହୋତି ହେ, ହଜାରୋ ସେ ନେହିଁ |

Leave A Reply

Your email address will not be published.