ଉତ୍ତରପ୍ରଦେଶର ମଥୁରାରେ ଏକତରଫା ପ୍ରେମରେ ପାଗଳ ପ୍ରେମୀ ଯୁବତୀଙ୍କ ସାମ୍ନାରେ ପ୍ରଥମେ ତୀକ୍ଷ୍ଣ ହତିଆରରେ ନିଜ ଉପରେ ଆକ୍ରମଣ କଲା । ଆଉ ତାପରେ ଯୁବତୀଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଆହତ କରିଦେଲା । ମାମଲାଟି ମାଣ୍ଟ ଅଞ୍ଚଳର ଅଟେ । ଗୁରୁତର ଭାବେ ଆହତ ହୋଇଥିବା ଯୁବକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଆକ୍ରମଣରେ ଆହତ ଯୁବତୀଙ୍କ ଚିକିତ୍ସା କରି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
କୁହାଯାଉଛି ଯେ ନଗଲା ଗାଁର ଯୁବକ ବୃତ୍ତିରେ ଜଣେ ଡ୍ରାଇଭର ଅଟନ୍ତି । ସେ ପଡୋଶୀରେ ରହୁଥିବା ଯୁବତୀଙ୍କୁ ଏକତରଫା ପ୍ରେମ କରୁଛି । ଯୁବତୀଙ୍କ ସାମ୍ନାରେ ଅନେକଥର ନିଜ ପ୍ରେମକୁ ପ୍ରକାଶ ମଧ୍ୟ କଲା । କିନ୍ତୁ ଯୁବତୀ ତାଙ୍କ ପ୍ରପୋଜାଲକୁ ମନା କରିଦେଲେ । ସୋମବାର ଦିନ ଯେତେବେଳେ ସେ ପୁଣିଥରେ ସେହି ଯୁବତୀ ଦେଖାଗଲା, ସେତେବେଳେ ସେ ସମସ୍ତଙ୍କ ସାମ୍ନାରେ ତାକୁ ପ୍ରପୋଜ କଲା । ଯୁବତୀ ସବୁଥର ପରି ତାକୁ ମନା କରିଦେଲା ।
କିନ୍ତୁ ଏଥର ତାକୁ ଏତେ ରାଗ ଲାଗିଲା ଯେ ସେ ଯୁବତୀଙ୍କ ସାମ୍ନାରେ ହିଁ ତୀକ୍ଷ୍ଣ ହତିଆର ଦ୍ଵାରା ଆକ୍ରମଣ କରି ନିଜକୁ ଆହତ କରିଦେଲା । ସେ ଏଇଠି ଅଟକିନଥିଲା । ସେ ଯୁବତୀଙ୍କ ଉପରେ ମଧ୍ୟ ସାଙ୍ଘାତିକ ଆକ୍ରମଣ କଲା, ଯାହା ଦ୍ଵାରା ଯୁବତୀ ମଧ୍ୟ ଆହତ ହୋଇଗଲେ । ପାଟି ତୁଣ୍ଡ ଶୁଣି ସେଠାରେ ଲୋକମାନେ ଏକାଠି ହୋଇଗଲେ । ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁହିଁଙ୍କୁ ହସ୍ପିଟାଲରେ ପହଞ୍ଚାଇଲା । ଡ଼ାକ୍ତର କହିଛନ୍ତି ଯେ ଯୁବକଙ୍କ ଅବସ୍ଥା ବର୍ତ୍ତମାନ ମଧ୍ୟ ଗୁରୁତର ଅଛି । ସେହିପରି ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ଛାଡି ଦିଆଯାଇଛି ।
ସେହିପରି ଯୁବକଙ୍କ ମା କହିଛନ୍ତି ଯେ ତାଙ୍କ ପୁଅ ସକାଳେ ସିଏନଜି ଗ୍ୟାସ ଭରିବାକୁ ଯାଉଥିଲା । ସେହି ସମୟରେ ତାଙ୍କୁ ପଡୋଶୀ ଘେରିନେଲେ ଏବଂ ତୀକ୍ଷ୍ମ ହଟିଆରରେ ସାଙ୍ଘାତିକ ଆକ୍ରମଣ କରିଦେଲେ । ଯୁବକଙ୍କ ମା କହିଛନ୍ତି ଯେ ସେମାନେ କେଉଁ କାରଣରୁ ତାକୁ ଆକ୍ରମଣ କଲେ ସେ ଏ ବିଷୟରେ ଜାଣିନାହାନ୍ତି ।
ଅନ୍ୟ ପଟରେ ଯୁବତୀ କହିଛନ୍ତି ଯେ ଯୁବକ ତାଙ୍କୁ ଗାଡ଼ି ଅଟକାଇ ପାପୋଜ କଲେ ଏବଂ ବିବାହ କରିବାକୁ ପଚାରିଲା । ଯେତେବେଳେ ମୁଁ ମନା କରିଦେଲି, ସେତେବେଳେ ସେ ନିଜକୁ ଏବଂ ମତେ ମାରିବାକୁ ଧମକ ଦେଲା । ମୁଁ ତାର ଧମକକୁ ଅଣଦେଖା କଲି ଏବଂ ସେଠାରୁ ଯିବାକୁ ଲାଗିଲି । ଠିକ୍ ସେତିକିବେଳେ ସେ ନିଜ ବେକରେ ତୀକ୍ଷ୍ମ ହଟିଆରରେ ଆକ୍ରମଣ କଲା, ତାପରେ ମୋ ଉପରେ ମଧ୍ୟ ଆକ୍ରମଣ କରିଦେଲା, ଯେଉଁ କାରଣରୁ ମୋ ହାତ ଆହତ ହୋଇଗଲା ।