ଗୁଣୀ ଗାରେଡ଼ି ନାଁ ରେ ୩ ଜଣ ମହିଳାଙ୍କୁ ଜବରଦସ୍ତି ପିଆଇଲେ ମଳ-ମୂତ୍ର, ତାପରେ ତତଲା ଲୁହାରେ ଦେଲେ ଚେଙ୍କ

0

Get real time updates directly on you device, subscribe now.

ଝାଡ଼ଖଣ୍ଡରୁ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଅନ୍ଧବିଶ୍ୱାସ କାରଣରୁ ତିନିଜଣ ମହିଳା ଏବଂ ଜଣେ ପୁରୁଷକୁ ପ୍ରଥମେ ମଳ-ମୂତ୍ର ପିଆଇଲେ ଏବଂ ତାପରେ ତତଲା ଲୁହାରେ ସେମାନଙ୍କ ପୁରା ଶରୀରକୁ ଚେଙ୍କ ଦିଆଗଲା । ଏହି ଘଟଣା ଦୁମକା ଜିଲ୍ଲାର ସରେୟାହାଟ ଥାନା ଅଞ୍ଚଳର ଅଟେ । ଚାରିଜଣ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ସେମାନଙ୍କୁ ଭଲ ଚିକିତ୍ସା ପାଇଁ ଦେବଘର ରେଫର୍ କରିଦିଆଯାଇଛି । ଏହି ମାମଲାରେ ପୋଲିସ 6 ଜଣ ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଫେରାର ବୋଲି କୁହାଯାଉଛି, ଯେଉଁମାନଙ୍କୁ ଖୋଜିବାକୁ ଚେଷ୍ଟା କରାଯାଉଛି ।

ସୂଚନା ଅନୁଯାୟୀ, ଶନିବାର ଦିନ ଅସ୍ୱାରି ଗାଁର 55 ବର୍ଷୀୟ ରସି ମୂର୍ମୁ, 47 ବର୍ଷୀୟ ସୋନମୁନି ଟୁଡୁ, 45 ବର୍ଷୀୟ କୋଲୋ ଟୁଡୁ ଏବଂ 40 ବର୍ଷୀୟ ଶ୍ରିଲାଲ ମୁର୍ମୁଙ୍କୁ ଗାଁର କିଛି ଲୋକ ଡାହାଣୀ କହି ଆରୋପ ଲଗାଇଥିଲେ । ତାପରେ ସମସ୍ତେ ମିଶି ଏମାନଙ୍କୁ ଖୁବ୍ ପିଟିଲେ ଏବଂ ତାପରେ ବୋତଲରେ ମଳ-ମୂତ୍ର ଭର୍ତ୍ତି କରି ଏମାନଙ୍କୁ ଜବରଦସ୍ତି ପିଆଇଲେ । ତାପରେ ଏମାନଙ୍କ ଶରୀରରେ ତତଲା ଲୁହାରେ ଚେଙ୍କ ଦେଲେ । ଏହି ଚାରିଜଣ ଜୋରରେ ଚିତ୍କାର କରୁଥିଲେ, କିନ୍ତୁ କେହି ବି ଏମାନଙ୍କ କଥା ଶୁଣିଲେ ନାହିଁ ।

ପୀଡ଼ିତାମାନେ ପୋଲିସକୁ କହିଛନ୍ତି ଯେ ଏହି ଘଟଣା ପରଠାରୁ ସେମାନେ ବହୁତ୍ ଡରି ଯାଇଛନ୍ତି । ସେମାନେ ଅଭିଯୁକ୍ତଂକୁ ବହୁତ୍ ଅନୁରୋଧ କରିଥିଲେ, କିନ୍ତୁ ସେମାନେ କିଛି ବି ଶୁଣିନଥିଲେ । ଏହାସହିତ ସେମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ଦାବି କରିଛନ୍ତି । ଏହି ମାମଲାରେ ସରେୟାହାଟ ଥାନା ଅଧିକାରୀ ବିନୟ କୁମାର ମାମଲାକୁ ନିଶ୍ଚିତ କରି କହିଛନ୍ତି ଯେ ଗାଁର କିଛି ଲୋକମାନେ ତିନିଜଣ ମହିଳାଙ୍କୁ ଡାହାଣୀ କହି ମାରପିଟ କରିଥିଲେ । ଏହାସହିତ ସେମାନଙ୍କୁ ମଳ-ମୂତ୍ର ମଧ୍ୟ ପିଆଇଥିଲେ ।

ଏହି ସମ୍ପର୍କରେ ପୋଶୋ ଟୁଡୁଙ୍କ ତରଫରୁ ଲିଖିତ ଅଭିଯୋଗ ମିଳିଛି । ପୋଲିସ ସୁନ୍ଦର୍, ବାବୁଜୀ, ଜ୍ୱୋତିନ, ମଙ୍ଗଳ, ଲୁଖିରାମ ଏବଂ ଟେଙ୍ଗରି ବିରୋଧରେ ଧାରା 445,341,323,325,307,326A,504,506/3 ମାମଲା ରୁଜ୍ଜୁ କରିଛନ୍ତି । ଘଟଣା ଘଟାଇବା ପରଠାରୁ ଅଭିଯୁକ୍ତ ଫେରାର ଅଛନ୍ତି, ସେମାନଙ୍କୁ ପୋଲିସ ଖୋଜୁଛି ।

Leave A Reply

Your email address will not be published.