କିମ୍ ଜଂ ଉନ୍ ସ୍ତ୍ରୀ ର ଏହି ନିୟମ ଜାଣିଲେ ଆପଣ ଚକିତ ହୋଇଯିବେ,ଜାଣନ୍ତୁ……..

0

Get real time updates directly on you device, subscribe now.

ଏକଥା ଆପଣମାନେ ଜାଣିଥିବେ ଉତ୍ତର କୋରିଆକୁ ପୃଥିବୀର ନର୍କ ବୋଲି କୁହାଯାଏ କାରଣ ସେଠାକାର ଶାସକ କିମ୍ ଜଙ୍ଗ ଉନ୍ ଏଭଳି କିଛି ନିୟମ ବନାଇଛନ୍ତି,ଫଳରେ ଲୋକମାନେ ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥାନ୍ତି| ଏପରିକି ଏକ ସାଧାରଣ ଭୁଲ କଲେ ବି ସେଠାରେ ଭାରି ଭୟଙ୍କର ଦଣ୍ଡ ଭୋଗିବାକୁ ପଡ଼ିଥାଏ|କିଙ୍ଗ୍ ଜଙ୍ଗ ଉନ କେବଳ ନିଜ ଦେଶର ଲୋକଙ୍କ ପାଇଁ ନୁହେଁ ତାଙ୍କ ସ୍ତ୍ରୀଙ୍କ ପାଇଁ ଏଭଳି କିଛି ନିୟମ ବନାଇଛନ୍ତି ଯାହାକୁ ଶୁଣିଲେ ଆପଣ ଭାବିବାକୁ ବାଧ୍ୟ ହୋଇଯିବେ ଯେ ସତରେ କିଏ ନିଜ ସ୍ତ୍ରୀ ସହ ଏପରି କରି ପାରିବ ? ଚାଲନ୍ତୁ ସେ ବିଷୟରେ ଆଲୋଚନା କରିବା

କିମ୍ ଜଙ୍ଗ ଉନ୍ ନିଜ ସ୍ତ୍ରୀ ରି ସ ଜୁଙ୍କୁ ଇଣ୍ଟରନେଟ ବ୍ୟବହାର କରିବାକୁ ଦେବା ତ ଦୂରର କଥା ଗୋଟିଏ ମୋବାଇଲ ବ୍ୟବହାର କରିବାକୁ ମଧ୍ୟ ପରମିଶନ ଦେଇ ନଥାନ୍ତି|ଯେଉଁ ମୋବାଇଲକୁ ଆବାଳବୃଦ୍ଧବନିତା ବ୍ୟବହାର କରୁଛନ୍ତି ତାକୁ ଉତ୍ତର କୋରିଆ ଶଇତାନର ସ୍ତ୍ରୀ ଛୁଇଁ ବି ପାରିବ ନାହିଁ|ଆଜିର ଦିନରେ ମୋବାଇଲ ଉପରେ ପ୍ରତିବନ୍ଧକ ଲଗାଇବା କୈାଣସି ଏକ ଦଣ୍ଡ ଠାରୁ ବି କମ ନୁହେଁ|ଏହା ବ୍ୟତୀତ କିମ୍ ବିନା ତା ପତ୍ନୀ କେଉଁଠାକୁ ବି ଯାଇପାରିବ ନାହିଁ ଏପରିକି ନିଜ ବାପ ଘରକୁ ମଧ୍ୟ ନୁହେଁ|ସେ ସବୁବେଳେ ନିଜ ପତ୍ନୀଙ୍କୁ ଘରେ ରହିବାକୁ ନିୟମ ବନେଇଛି|ତାଙ୍କ ପତ୍ନୀଙ୍କୁ ସେତେବେଳେ ଘରୁ ବାହାରିବାକୁ ଅନୁମତି ଦିଆଯାଇଥାଏ ଯେତେବେଳେ ତାଙ୍କ ସ୍ୱାମୀ କୈାଣସି ବିଦେଶ ଯାତ୍ରାରେ ବାହାରିଯିବେ ବା କୈାଣସି ମଞ୍ଚ ଉପରେ ଭାଷଣ ଦେଉଥିବେ ଯେଉଁଠାକୁ ବହୁ ଲୋକ ଆସିଥିବେ|ଏପରି ସେ ଏଥିପାଇଁ କରେ ଯାହା ଫଳରେ ଲୋକଙ୍କ ମନରୁ ଶଇତାନ ଛବି ହଟାଇ ମହିଳାମାନଙ୍କୁ ଭଲ ପାଇବା ଓ ସମ୍ମାନ ଦେବାର ଛବି ବନାଇ ପାରିବ|ତାର ଅସଲି ଚେହରା ତାଙ୍କ ପତ୍ନୀ ଜାଣିଥିଲେ ମଧ୍ୟ ନା କିଛି କରିପାରନ୍ତି ନା କିଛି କହି ପାରନ୍ତି|

ଏହା ସହ ଯେତେବେଳେ ତାଙ୍କ ପତି ଭାଷଣ ଦେଉଥାନ୍ତି ତାହା ଭଲ ହେଉ ବା ନହେଉ ପତ୍ନୀଙ୍କୁ ମୁହଁରେ ହସ ଫୁଟାଇ ତାଳି ଦେବାକୁ ପଡେ|ରି ସ ଜୁ ମନେମନେ ବହୁ ଦୁଃଖରେ ଥିଲେ ମଧ୍ୟ ଲୋକଙ୍କ ସାମ୍ନାରେ ହସିବାକୁ ପଡିଥାଏ କାହିଁକି ନା କିଙ୍ଗ ଏପରି ନିୟମ ବନାଇଛନ୍ତି ଯେ ସେ ପବ୍ଲିକ ପ୍ଲେସରୈ ଥିଲାବେଳେ ଦୁଃଖ ବା କାନ୍ଦିବା ଭଳି ଯେପରି ଦେଖାନଯିବେ|ତାଙ୍କ ପତ୍ନୀ ସ୍ୱାମୀଙ୍କ ବିନା ଅନୁମତିରେ କୈାଣସି ମିଡିଆକୁ ଇଣ୍ଟରଭ୍ୟୁ ଦେଇପାରିବେ ନାହିଁ ଓ ମିଡିଆ ବିନା ଅନୁମତିରେ ଫଟୋ ଉଠାଇ ପାରିବନି|ଯଦି କିଏ ତା ପତ୍ନୀଙ୍କ ଫଟୋ ବିନା ଅନୁମତିରେ ନିଏ ସେ ରାତାରାତି ତାକୁ ମାଟିରେ ମିଶେଇଦିଏ|

ଯଦି ଆପଣ ଭାବୁଛନ୍ତି ଉତ୍ତର କୋରିଆରେ କିଙ୍ଗ ଜନ ପରେ ତା ସ୍ତ୍ରୀ ପାୱାର ଫୁଲ ତେବେ ଆପଣଙ୍କର ଭାବନା ଭୁଲ|ତାଙ୍କ ପରେ ସବୁଠାରୁ ପାୱରଫୁଲ ତା ଭଉଣୀ ଅଟେ|ତାଙ୍କ ଭଉଣୀ ଯାହା କହିଥିବ ତାଙ୍କ ପତ୍ନୀ ତାକୁ ମାନିବାକୁ ବାଧ୍ୟ|ଏଥିରୁ ଆପଣମାନେ ଜାଣିପାରୁଥିବେ ଯେଉଁଠି ନିଜ ସ୍ତ୍ରୀକୁ ଏତେ ନିୟମ ମାନିବାକୁ ପଡୁଛି ସେଠି ସାଧାରଣ ଲୋକଙ୍କ ଅବସ୍ଥା କ’ଣ ଥିବ ?

Leave A Reply

Your email address will not be published.