ବାପାଙ୍କ ଦୁଃଖ ଦେଖି ୧୩ ବର୍ଷୀୟ ଏହି ପିଲା ଠିଆ କରିଦେଲା 100 କୋଟି ଟଙ୍କାର କମ୍ପାନୀ, ବର୍ତ୍ତମାନ ଦେଉଛି 200 ଲୋକଙ୍କୁ ରୋଜଗାର

0

Get real time updates directly on you device, subscribe now.

କୁହାଯାଏ ଯେ କୌଣସି ଜିନିଷର କୌଣସି ବୟସ ନଥାଏ
ଯଦି ଆପଣଙ୍କ ମଧ୍ୟରେ କିଛି କରି ଦେଖାଇବାର ଆଗ୍ରହ ରହିଛି ଏବଂ ନିଜର ଆତ୍ମବିଶ୍ବାସ ରହିଛି, ତେବେ ଆପଣ ଯାହା ଚାହୁଁଛନ୍ତି ତାକୁ ହାସଲ କରିପାରିବେ । ଏହିପରି କିଛି କରି ଦେଖାଇଛନ୍ତି ମୁମ୍ବାଇର ବାସିନ୍ଦା ତିଳକ ମେହେଟା, ଯିଏକି ମାତ୍ର 13 ବର୍ଷ ବୟସରେ 100 କୋଟି ଟଙ୍କାର କମ୍ପାନୀ ଠିଆ କରିଦେଲା ।

ଆଜ୍ଞା ହଁ, ମୁମ୍ବାଇର ତିଳକ ମେହେଟା ବହୁତ୍ କମ୍ ବୟସରେ ଯେଉଁ ଲକ୍ଷ ହାସଲ କରିଛନ୍ତି, ତାହା ତାଙ୍କୁ ଅନ୍ୟ ପିଲାଙ୍କ ଠାରୁ ଅଲଗା କରିଥାଏ । ଯେଉଁ ବୟସରେ ପିଲାମାନେ ଖେଳକୁଦ, ପାଠପଢ଼ା ଏବଂ ମସ୍ତି କରନ୍ତି, ସେହି ବୟସରେ ତିଳକ ମେହେଟା କୋଟି କୋଟି ଟଙ୍କାର କମ୍ପାନୀ ଠିଆ କରିଦେଲେ ଏବଂ ସେ 200 ରୁ ଅଧିକ ଲୋକଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି ।

ଏହିପରି ମିଳିଲା ବିଜନେସ ଆଇଡିଆ :-

ତିଳକ ମେହେଟା ଗୋଟିଏ ଇଣ୍ଟରଭୀୟୁ ସମୟରେ ଏହା କହିଥିଲେ ଯେ ଅନେକଥର ମତେ ବହି ଆବଶ୍ୟକ ହେଉଥିଲା ଏବଂ ବାପାଙ୍କୁ ଦିନସାରା କାମ କରି ଥକି ଯାଇଥିବା ଦେଖି ତାଙ୍କୁ କହିବାକୁ ସାହସ କରିପାରୁ ନଥିଲି । ତିଳକ ମେହେଟାଙ୍କୁ ନିଜ ବିଜନେସ ଆଇଡିଆ ନିଜ ବାପାଙ୍କ ଥକାପଣ ଦେଖି ଆସିଥିଲା । ଯେତେବେଳେ ତିଳକ ମେହେଟାଙ୍କ ବାପା ବିଶାଲ ମେହେଟା ସନ୍ଧ୍ୟାରେ ଡ଼ାକ୍ତରଙ୍କ ଠାରୁ ଆସୁଥିଲେ, ସେତେବେଳେ ବହୁତ୍ ଥକି ଯାଉଥିଲେ ଏବଂ ଏହି କାରଣରୁ ତିଳକ କେବେ ବି ନିଜ ବାପାଙ୍କୁ ବାହାରକୁ ଯିବା କିମ୍ବା କୌଣସି ଜିନିଷ ଆଣିଦେବା ପାଇଁ କହିପାରୁ ନଥିଲେ ।

ଅନେକଥର ତିଳକ ନିଜ କପି ଏବଂ କଲମ ଆଣିବାପାଇଁ ମଧ୍ୟ ବାପାଙ୍କୁ କହିପାରୁ ନଥିଲେ । ଏହାପରେ ତିଳକ ମେହେଟା ଏହା ଚିନ୍ତା କଲେ ଯେ ଏହିପରି ସମସ୍ୟା ଦ୍ଵାରା ଅଧିକାଂଶ ଲୋକ ହଇରାଣ ହେଉଥିବେ, କାରଣ ଅଫିସରୁ ଥକି ଫେରୁଥିବା ନିଜ ବାପାଙ୍କୁ ଦେଖି ନିଜର ଡିମାଣ୍ଡ କରିପାରୁ ନଥିବେ । ଏହାପରେ ତାଙ୍କ ମୁଣ୍ଡକୁ ବିଜନେସ ଆଇଡିଆ ଆସିଲା ଏବଂ ସେ କୋରୀୟର ସର୍ଭିସ ଆରମ୍ଭ କଲେ ।

ବ୍ୟାଙ୍କ୍ ଅଧିକାରୀ କଲେ ସାହାଯ୍ୟ :-

ତିଳକ ମେହେଟାଙ୍କୁ ବାପା ଏଥିରେ ତାଙ୍କୁ ସାହାଯ୍ୟ କଲେ ଏବଂ ତିଳକଙ୍କୁ ବ୍ୟାଙ୍କ୍ ଅଧିକାରୀ ଘନଶ୍ୟାମ ପାରେଖ ସହିତ ଭେଟ କରାଇଲେ । ତିଳକ ନିଜ ବିଜନେସ ଆଇଡିଆକୁ ବ୍ୟାଙ୍କ୍ ଅଧିକାରୀ ଘନଶ୍ୟାମ ପାରେଖଙ୍କୁ କହିଲେ, ତେଣୁ ସେ ନିଜ ଚାକିରି ଛାଡ଼ି ତିଳକଙ୍କ ସହ ମିଶିଗଲେ ଏବଂ କମ୍ପାନୀରେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ( ସିଇଓ) ଭାବେ କାମ କରିବାକୁ ଲାଗିଲେ । ତିଲକ ନିଜ କମ୍ପାନୀର ନାମ ‘ ପେପର୍ଷ ଆଣ୍ଡ ପାର୍ଶଲ୍ସ’ ରଖିଲେ । ଆରମ୍ଭରେ ତିଲକଙ୍କ କମ୍ପାନୀ ବୁଟିକ ଏବଂ ଷ୍ଟେସନାରୀ ଶପ୍ ବାଲାଙ୍କ ଠାରୁ ଛୋଟ ଛୋଟ ଅର୍ଡର ନେଲେ । ଏଥିପାଇଁ ତିଳକ ମୁମ୍ବାଇରେ ଫେରିବାଲାଙ୍କ ସାହାଯ୍ୟ ନେଲେ ।

100 କୋଟିର ଟର୍ନଓଭର ଏବଂ 200 ଲୋକଙ୍କୁ ରୋଜଗାର :-

ଲୋକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଲା ​​ଏବଂ ସେମାନେ ସେମାନଙ୍କର କାମ ବୃଦ୍ଧି କରିଥିଲେ । ଆଜି ତିଲକଙ୍କ କମ୍ପାନୀ 200ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଉଛି ଏବଂ ପ୍ରାୟ 300 କୋଚ ମଧ୍ୟ ସେମାନଙ୍କ ସହ ଜଡିତ ଅଛନ୍ତି । ତିଲକଙ୍କ କମ୍ପାନୀର ବାର୍ଷିକ ଟର୍ନଓଭର 100 କୋଟି ଟଙ୍କା ଅଟେ । ବର୍ତ୍ତମାନ ସେମାନଙ୍କର ଲକ୍ଷ୍ୟ ହେଉଛି 200 କୋଟିରୁ ଅଧିକରେ ପହଞ୍ଚାଇବା ।

Leave A Reply

Your email address will not be published.