ଟି-୨୦ କ୍ରିକେଟରେ ରୋହିତ ଶର୍ମା ବନାଇଲେ ଜବରଦସ୍ତ ରେକର୍ଡ,ଏହି ରେକର୍ଡ କରିବା ପାଇଁ ବଡ଼ବଡ଼ ବ୍ୟାଟ୍ସମ୍ୟାନ ହୋଇଥାନ୍ତି ବ୍ୟାକୁଳ,ଜାଣନ୍ତୁ ସେ ରେକର୍ଡ ବିଷୟରେ

0

Get real time updates directly on you device, subscribe now.

ଭାରତର ଅଧିନାୟକ ଓ ସୁପରଷ୍ଟାର ବୋଲର ରୋହିତ ଶର୍ମା ଦୁନିଆର ଖତରନାକ ବ୍ୟାଟ୍ସମ୍ୟାନ୍ ମଧ୍ୟରେ ଅନ୍ୟତମ|ଯେତେବେଳେ ସେ ଲୟରେ ଥାଆନ୍ତି କୈାଣସି ବି ବୋଲରର ଧଜିଆ ଉଡାଇ ଦେଇଥାନ୍ତି|ତାଙ୍କ ପୁଲ ସଟ ସଭିଙ୍କ ପ୍ରିୟ|ଅଷ୍ଟ୍ରେଲିଆ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ତୁଫାନ ଅନ୍ଦାଜରେ ୬ ୱିକେଟରେ ବିଜୟୀ ହୋଇଥିଲେ|ଏଥିରେ ରୋହିତ ଅହଂ ଭୂମିକା ନିର୍ବାହ ସହ ନିଜ ନାଁରେ ବଡ ରେକର୍ଡ଼ କରିଥିଲେ ଯାହାକୁ ପାଇବା ପାଇଁ ବଡ ବଡ ବ୍ୟାଟ୍ସମ୍ୟାନ୍ ବ୍ୟାକୁଳ ହୋଇଥାନ୍ତି|

ରୋହିତ ଅଷ୍ଟ୍ରେଲିଆ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ରେ ତୁଫାନ ପାଳି ଖେଳିଥିଲେ|ସେ ପଡିଆର ଚତୁଃପାର୍ଶ୍ଵରେ ଷ୍ଟ୍ରୋକ ଲଗାଇଲେ|ତାଙ୍କ ବ୍ୟାଟିଂ ଦେଖି ବିରୋଧି ଦଳ ଆଶ୍ଚର୍ଯ୍ୟ ହୋଇଗଲେ|ସେ କେବଳ ୨୦ ବଲରେ ୪୬ ରନ କରିଥିଲେ ଯେଉଁଥିରେ ୪ ଚୈକା ଓ ୪ ଛକା ରହିଥିଲା|ଅଷ୍ଟ୍ରେଲିଆ ବିରୁଦ୍ଧରେ ଗୋଟିଏ ଛକା ଲଗାଆବା ପରେ ସେ ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ଛକା ଲଗାଇବା ବୋଲର ବନିଗଲେ|ସେ ନ୍ୟୁଜିଲାଣ୍ଡ ମାର୍ଟିନ ଗୁପ୍ଟିଲକୁ ପଛରେ ପକାଇଲେ|ଏଵେ ଟି-୨୦ ରେ ତାଙ୍କର ନାଁରେ ୧୭୬ ଛକା ରହିଛି|

ରୋହିତ ଟି-୨୦ ରେ ସବୁଠାରୁ ଅଧିକ ରନ ବନାଇଥିବା ଖେଳାଳି ଅଟନ୍ତି|ତାଙ୍କ ନାଁରେ ଟି-୨୦ ରେ ସର୍ବାଧିକ ୪ ଶତକ ରହିଛି|ତାଙ୍କ ପାଖରେ ଓପନିଙ୍ଗର ବହୁତ ଅନୁଭବ ରହିଛି|ଯଦି ଥରେ ସେ ସେଟ ହୋଇଗଲେ ଆକ୍ରମଣ କରିଥାନ୍ତି|ସେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପ୍ରସିଦ୍ଧ|

ସେ ଭାରତ ପାଇଁ ତିନି ଫର୍ମାଟରେ କ୍ରିକେଟ ଖେଳିଛନ୍ତି|ସେ ଭାରତ ପାଇଁ ୧୩୮ ମ୍ୟାଚରୁ ସର୍ବମୋଟ ୩୬୭୭ ରନ କରିଛନ୍ତି|୨୩୩ ଏକଦିବସୀୟ ରେ ୯୩୭୬ ରନ ଓ ଟେଷ୍ଟରେ ୩୧୩୭ ରନ କରିଛନ୍ତି|
ସେ ତିନି ଫର୍ମାଟରେ ଭାରତର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍|

ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ଛକା:

୧୭୬: ରୋହିତ ଶର୍ମା,ଭାରତ

୧୭୨ : ମାର୍ଟିନ ଗୁପଟିଲ, ନ୍ୟୁଜିଲାଣ୍ଡ

୧୨୪:କ୍ରିସ ଗେଲ୍, ୱଷ୍ଟଇଣ୍ଡିଜ

୧୨୦:ଇଆନ ମୋର୍ଗାନ, ଇଂଲଣ୍ଡ

୧୧୭:ଆରୋନ ଫିଞ୍ଚ, ଅଷ୍ଟ୍ରେଲିଆ

Leave A Reply

Your email address will not be published.