ଖୁବ ଶୀଘ୍ର ମାର୍କେଟକୁ ଆସିବ ତିନି ଚକିଆ କାର, ମାତ୍ର 10 ହଜାର ଟଙ୍କା ଦେଇ କରନ୍ତୁ ବୁକିଙ୍ଗ, ଥରେ ଚାର୍ଜ ହେଲେ ଚାଲିବ 200 କିଲୋମିଟର୍

0

Get real time updates directly on you device, subscribe now.

ଦିନକୁ ଦିନ ପେଟ୍ରୋଲ ଦର ବଢିବାରେ ଲାଗିଛି । ତେଣୁ ଅନେକ ଲୋକ ଇଲେକ୍ଟ୍ରିକ ଯାନବାହାନ କିଣିବାରେ ଲାଗିଛନ୍ତି । ଏହାମଧ୍ୟରେ ବାହାରକୁ ତିନି ଚକିଆ କାର ଏଣ୍ଟ୍ରି କରିବ ବୋଲି ଜଣାପଡିଛି, ଯାହାକି ଏକ ଇଲେକ୍ଟ୍ରିକ କାର ଅଟେ । କାରଣ ଦିନକୁ ଦିନ ଯେପରି ଭାବେ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ପାଉଛି, ତାକୁ ନଜରରେ ରଖି ମୁମ୍ବାଇର ଏକ କାର ନିର୍ମାତା କମ୍ପାନୀ ତିନି ଚକିଆ ଇଲେକ୍ଟ୍ରିକ କାର ନିର୍ମାଣ କରୁଥିବା ଦାବି କରିଛି ।

ଏହି କାରର ଲୁକ ଏବଂ ଡିଜାଇନ୍ ସାଧାରଣ କାର ଠାରୁ ଭିନ୍ନ ଅଟେ । ସବୁଠାରୁ ବଡ କଥା ହେଉଛି ଏହି କାରରେ ମାତ୍ର ତିନୋଟି ଚକ ରହିଛି । ତିନୋଟି ଚକ ଥିବା ସତ୍ତ୍ବେ ଏହା ଅଟୋ ରିକ୍ସା ଠାରୁ ଖୁବ୍ ଭିନ୍ନ । ଏହି କାରର ବୁକୀଙ୍ଗ ମଧ୍ୟ ଜୋରସୋରରେ ଜାରି ରହିଛି । ଏହି କାରକୁ ପ୍ରଥମ ବୁକିଙ୍ଗରେ 50 ହଜାର ଟଙ୍କାର ଅଫଗ୍ରେଡର ଲାଭ ପାଇପାରିବେ ।

ବର୍ତ୍ତମାନ୍ ସୁଦ୍ଧା ଭାରତରେ ଅନେକ ଇଲେକ୍ଟ୍ରିକ କାର ବିକ୍ରି ପାଇଁ ଉପଲବ୍ଧ ରହିଛି । କିନ୍ତୁ ତିନୋଟି ଚକ ବିଶିଷ୍ଟ ଏହି କାରର ମୂଲ୍ୟ ଅନ୍ୟ କାର ମୂଲ୍ୟ ଅପେକ୍ଷା ବହୁତ୍ କମ୍ ରହିଛି । ଦେଶରେ ପ୍ରଦୂଷଣର ହାର କମ୍ କରିବାକୁ କେନ୍ଦ୍ର ସରକାର ଇଲେକ୍ଟ୍ରିକ କାରକୁ ପ୍ରୋତ୍ସାହିତ କରୁଛନ୍ତି ।

ଯଦି ଆପଣ ମଧ୍ୟ ଏହି ତିନି ଚକ ବିଶିଷ୍ଟ କାର ବୁକିଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ କେବଳ 10000 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଏହି କାର କେବଳ ଦିଲ୍ଲୀ ଏବଂ ମୁମ୍ବାଇରେ ବାସ କରୁଥିବା ଲୋକଙ୍କ ପାଇଁ ଉପଲବ୍ଧ । ଷ୍ଟ୍ରୋମ ମୋଟର୍ଶର ଅଫିସିଆଲ୍ ୱେବସାଇଟକୁ ଯାଇ ଏହାକୁ ଅତି ସହଜରେ ବୁକ କରିପାରିବେ । ଏହି କାରକୁ ଵୁକ୍ କରିବାକୁ ହେଲେ ଆପଣଙ୍କୁ ଆଧାର କାର୍ଡ ଓ ଠିକଣା ଦେବାକୁ ପଡ଼ିବ ।

ଏହି ଷ୍ଟ୍ରୋମ ଆର ଥ୍ରୀ ଇଲେକ୍ଟ୍ରିକ କାରର ସବୁଠାରୁ ବଡ ବିଶେଷତ୍ଵ ହେଉଛି ଏହାର ଆଗରେ ଦୁଇଟି ଏବଂ ପଛରେ ଗୋଟିଏ ଚକ ରହିଛି । ଏହାକୁ ଗୋଟିଏ ଥର ଚାର୍ଜ କଲେ ଏହା 200 କିଲୋମିଟର୍ ଦୂରତା ପର୍ଯ୍ୟନ୍ତ ଚାଲିପାରିବ । ଏହି କାର 80 କିଲୋମିଟର୍ ପ୍ରତି ଘଣ୍ଟା ବେଗରେ ଯାଇପାରିବ । ଏଥିରେ 4G କନେକ୍ସନ, ଜଳବାୟୁ ପରିବର୍ତ୍ତନ ବିକଳ୍ପ ସହ ଏକ ଟଚ୍ ସ୍କ୍ରିନ ଡିସପ୍ଲେ ମଧ୍ୟ ରହିଛି । ଏହି କାରଟି ବହୁତ୍ ଛୋଟ ଦେଖାଯାଉଥିଲେ ମଧ୍ୟ ଏଥିରେ ଏକାସାଙ୍ଗରେ ଦୁଇଜଣ ଯାତ୍ରା କରିପାରିବେ ।

ଏହି କାରର ମୂଲ୍ୟ ରହିଛି 4,50,000 ଟଙ୍କା । ଏହି କାର 555 କିଲୋ ଗ୍ରାମ ଓଜନ ବହନ କରିବାର ମଧ୍ୟ କ୍ଷମତା ରଖିଛି । ଏହି କାରରେ 15 KW ର ବ୍ୟାଟେରୀ ମଧ୍ୟ ରହିଛି । ଏଥିରେ ତିନୋଟି ଡ୍ରାଇଭ୍ ମୁଡ ଇକୋ, ନର୍ମାଲ ଓ ସ୍ପଟ୍ ମୋଡ଼ ରହିଛି । ବର୍ତ୍ତମାନ୍ ସୁଦ୍ଧା ଏହି କାରକୁ 160 ଜଣ ବୁକ୍ କରିସାରିଛନ୍ତି । ଏହି କାର 3 ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଥାଏ । ଯଦି ଆପଣ ମଧ୍ୟ ଏହି କାର କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଅନଲାଇନରେ ଏହାକୁ ବୁକିଙ୍ଗ କରିପାରିବେ ।

Leave A Reply

Your email address will not be published.