ଅଳ୍ପ କିଛି ମଟନ ଅଛି,ଶୀଘ୍ର ଆସ ନହେଲେ ସରିଯିବ !

0

Get real time updates directly on you device, subscribe now.

ଯେଉଁଠି ମଟନ ରନ୍ଧା ଖାଉଥିଲେ, ବର୍ତ୍ତମାନ ସେଇଠି ଆଉ ମଟନ ଦୋକାନ ନାହିଁ। ବର୍ତ୍ତମାନ ସମୟରେ ଏକ ବଡ ଖବର ହେଉଛିକି କିଶୋର ମଟନ କେବଳ ଓଡିଶାରେ ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ପ୍ରସିଦ୍ଧ ଥିଲା। ଓଡିଶା ବାହାରୁ ଲୋକ ଖାଇବାକୁ ଆସୁଥିଲେ।

ଯେଉଁଠି ପ୍ରତ୍ୟେକ ଦିନ ପାଖାପାଖି ୨୦୦ କେଜିର ମଟନ ୧୨୦୦ ଲୋକଙ୍କର ଗହଳି ଜମୁଥିଲା, ଆଜି ସେଠି ଲୋକମାନେ ଆସି ଫେରିଯାଉଛନ୍ତି। ଗତ କିଛିଦିନ ତଳେ କିଶୋର ଭାଇନାଙ୍କ ଦୋକାନ ମାଟିରେ ମିଶିଯାଇଛି। ଯେଉଁଠାରେ ଲୋକେ ମଟନ ଖାଇବାକୁ ଯାଉଥିଲେ ଲୋକେ ବର୍ତ୍ତମାନ ସେଠି ଲୋକେ ଆସି ଫେରି ଯାଉଛନ୍ତି।କାରଣ ବର୍ତ୍ତମାନ ସେହି ସ୍ଥାନଋ ଫାଙ୍କା ଅଛି। ଲୋକେ ଆସି କିଶୋର ଭାଇନାଙ୍କର ଦୋକାନ ନପାଇ ଆଖପାଖରେ ପଚାରୁଛନ୍ତି କିଶୋର ଭାଇନାଙ୍କ ଦୋକାନ କେଉଁଠିକି ଉଠିଛି। ତାଙ୍କର ନମ୍ବର ମଧ୍ୟ କେହି କେହି ମାଗୁଛନ୍ତି। ଆଉ ଯାହା ପାଖରେ ତାଙ୍କର ନମ୍ବର ଅଛି ସେ ତାଙ୍କୁ କଲ କରି ପଚାରୁଛନ୍ତି। କିଶୋର ଭାଇନା ତାଙ୍କୁ ତାଙ୍କର ଜଳଖିଆ ଦୋକାନର ଠିକଣା ଦେଇ ପ୍ରତିଶୃତି ଦେଉଛନ୍ତିକି କିଛିଦିନ ପରେ ନୂଆ ଜାଗା ହେଲେ ଆପଣମାନେ ସମସ୍ତେ ଜାଣିପାରିବେ, ସେତିକି ଦିନ ପର୍ଯ୍ୟନ୍ତ ଟିକେ ଅପେକ୍ଷା କରନ୍ତୁ।

ଗତ କିଛିଦିନ ତଳେ କିଶୋର ଭାଇନାଙ୍କ ଉପରେ ବିଏମସିର ରେଡ ପଡିଥିଲା। ବିଏମସିକୁ ସୂଚନା ମିଳିଥିଲାକି କିଶୋର ଭାଇନା ତାଙ୍କ ମଟନରେ ସସ ବ୍ୟବହାର କରୁଥିଲେ। ଓ ସେ ଯେଉଁ ସ୍ଥାନରେ ନିଅଜର ଦୋକାନ କରିଥିଲେ ସେଠାରେ ତାଙ୍କର ଲାଇସେନ୍ସ ନଥିଲା ଓ ସେଠାରେ ହାଇଜିନ ମେଣ୍ଟେନ କରାଯାଉନଥିଲା। ବିଏମସିର ଚେତାବନୀ ସତ୍ତ୍ୱେ କିଶୋର ଭାଇନା ନିଜର ବେପାର ପୁଣିଥରେ ସେଠାରେ ଆରମ୍ଭ କରିଥିଲେ, ଯାହାଫଳରେ କିଶୋର ଭାଇନା ଯେଉଁ ସ୍ଥାନରେ ନିଜର ଦୋକାନ କରିଥିଲେ ତାହାକୁ ବିଏମସି ଭାଙ୍ଗି ଦେଇଥିଲେ। ଓ ସେଠାରେ ବର୍ତ୍ତମାନ ବିଏମସି ଓପନ ଜିମ କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.