ନମସ୍କାର ବନ୍ଧୁଗଣ ଯିଏ ସମସ୍ତଙ୍କୁ ହସାନ୍ତି ହସେଇ ହସେଇ ପାଗଳ କରନ୍ତି କଥା କହି କହି ଲୋକଙ୍କୁ ହସାଇ ଦେବାର କଳା ତାଙ୍କୁ ବେଶ୍ ଜଣା ସେ ହେଉଛନ୍ତି ସତ୍ୟପ୍ରକାଶ ଶ୍ରୀବାସ୍ତବ ଯିଏକି ରାଜୁ ଶ୍ରୀବାସ୍ତବ ନାମରେ ଖୁବ୍ ଜଣାଶୁଣା ୧୯୬୩ ମସିହା ଡିସେମ୍ବର ୨୫ ତାରିଖରେ ଉତ୍ତରପ୍ରଦେଶର କାନପୁରରେ ଜନ୍ମ ହୋଇଥିଲେ ରାଜୁ ତାଙ୍କ ପିତାଙ୍କ ନାମ ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଓ ମାଆଙ୍କ ନାମ ସରସ୍ଵତୀ ଶ୍ରୀବାସ୍ତବ ତାଙ୍କ ପିତା ଜଣେ ହାସ୍ୟ କବି ଭାବରେ ବେଶ୍ ପରିଚିତ |ଶ୍ରୀବାସ୍ତବଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ । ତାଙ୍କର ଆୟର ମୁଖ୍ୟ ଉତ୍ସ ହେଉଛି ହୋଷ୍ଟିଂ, ବିଜ୍ଞାପନ, ରିଆଲିଟି ଶୋ’ ଏବଂ ଷ୍ଟେଜ୍ ଶୋ’ ।ଅନ୍ୟ ପଟେ ଯଦି ଆମେ ରାଜୁଙ୍କ କାର କଲେକ୍ଶନ ବିଷୟେରେ କଥା ହେବା, ତେବେ ତାଙ୍କର ଇନୋଭା, ଅଡି Q7 ଏବଂ BMW 3 ସିରିଜ୍ ଅଛି ।
ରାଜୁଙ୍କ ଅଡିର ମୂଲ୍ୟ ପ୍ରାୟ ୮୨ ଲକ୍ଷ ଟଙ୍କା ଓ ବିଏମଡବ୍ଲୁର ମୂଲ୍ୟ ପ୍ରାୟ ୪୭ ଲକ୍ଷ ଟଙ୍କା ହେବ ।ରାଜୁ ଶ୍ରୀବାସ୍ତବ ଉତ୍ତର ପ୍ରଦେଶର କାନପୁରର ବାସିନ୍ଦା ଥିଲେ ଓ ତାଙ୍କର ପ୍ରକୃତ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ ଥିଲେ । ରାଜୁ ଶ୍ରୀବାସ୍ତବଙ୍କ ପିତା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ କବି ଥିଲେ, ଯିଏ ଲୋ ବଲଇ କାକା ଭାବରେ ଜଣାଶୁଣା ଥିଲେ ।ପିଲାବେଳେ ରାଜୁ ନିଜ ଶିକ୍ଷକଙ୍କର ନକଲ କରୁଥିଲେ ଏବଂ ନିଜେ ଉପସ୍ଥିତ ବୁଦ୍ଧି ଓ କଥା କହିବାର ଅନ୍ଦାଜରେ ଲୋକଙ୍କୁ ହସାଉଥିଲେ। ସେଥିପାଇଁ ସେ ଘରକୁ ବିଳମ୍ବରେ ଫେରୁଥିଲେ ତାଙ୍କ ମାଆଙ୍କ ଠାରୁ ମାଡ଼ ମଧ୍ୟ ଖାଉଥିଲେ। ମାଆ ଚାହୁଁଥିଲେ ରାଜୁ ପାଠ ପଢ଼ି କିଛି ଚାକିରୀ କରନ୍ତୁ, ତେଣୁ ସେ କମେଡିଆନ୍ ହେବାର ସ୍ବପ୍ନ କେବେ ଦେଖି ନଥିଲେ। ହେଲେ କାନପୁରର ଏକଷ୍ଟେଜ ସୋ କରିବାରୁ ତାଙ୍କୁ ୫୦ ଟଙ୍କା ମିଳିଥିଲା |
ଲୋକଙ୍କୁ ମନୋରଞ୍ଜନ ବାବଦକୁ ପାରିଶ୍ରମିକ ଭାବେ ଏହି ଟଙ୍କା ତାଙ୍କୁ ମିଳିଥିଲା। ଯାହାକୁ ନେବା ପରେ ରାଜୁ ବୁଝିଯାଇଥିଲେ ଯେ ଏହି କଳାକୁ ପ୍ରଫେଶନ କରିହେବ। ତେଣୁ ଏହି ୫୦ ଟଙ୍କା ଏହି ତାଙ୍କୁ ରୋଜଗାର କରିବାର ବାଟ ଦେଖାଇଥିଲେ। ୧୯୯୩ ମସିହାରୁ ଷ୍ଟେଜ ସୋ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିବା ରାଜୁ ଦେଶ ଏବଂ ଦେଶ ବାହାରେ ଅନେକ ଷ୍ଟେଜ ସୋ କରି ଲୋକପ୍ରିୟତା ହାସଲ କରିଥିଲେ |ସେ ଅନେକ ଫିଲ୍ମ ଓ ଟିଭି ସୋରେ ବି କାମ କରିଛନ୍ତି। ସେ ପିଲାବେଳୁ କମେଡିଆନ୍ ହେବାକୁ ଚାହୁଁଥିଲେ ଏବଂ ନିଜର ସ୍ୱପ୍ନକୁ ପୁରା ମଧ୍ୟ କରିଥିଲେ।
ଷ୍ଟାଣ୍ଡଅପ୍ କମେଡିଆନ୍ ଭାବରେ ଲୋକପ୍ରିୟତାର ଶୀର୍ଷରେ ରାଜୁ ଶ୍ରୀବାସ୍ତବ। କିଏ ତାଙ୍କୁ କୁହେ କମେଡିର ରାଜା ତ କିଏ କୁହେ କମେଡି କିଂ ।ରାଜୁ ଶ୍ରୀବାସ୍ତବ ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ କମେଡି ସର୍କସ ଦ କପିଲ୍ ଶର୍ମା ସୋ ଶକ୍ତିମାନ ଭଳି ଟିଭି ସୋରେ ନିଜର କମେଡିର ତଡକା ଦେଖାଇଛନ୍ତି। ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ବିଜେପିର ନେତା ରହିଛନ୍ତି। ଏହାପୂର୍ବରୁ ସେ ସମାଜବାଦୀ ପାର୍ଟିରେ ମଧ୍ୟ ରହିଥିଲେ।ରାଜୁ ଶ୍ରୀବାସ୍ତବ ମଧ୍ୟ ମୁକେଶ ଖାନ୍ନାଙ୍କ ସୁପରହିଟ୍ ଶୋ’ ଶକ୍ତିମାନରେ ଅଭିନୟ କରିଥିଲେ । ରାଜୁ ଶ୍ରୀବାସ୍ତବ ବାଜିଗର, ମେନ୍ ପ୍ୟାର କିୟା ଏବଂ ମେ ପ୍ରେମ କି ଦେୱାନୀ ହୁନ୍ ସମେତ ବଲିଉଡର କିଛି ହିଟ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।