ଭାଇରାଲ ହେଲା ଜଣେ ଶ୍ରମିକ ଦମ୍ପତିଙ୍କ ସୁନ୍ଦର ଲଭ୍ ଷ୍ଟୋରୀ, ଜାଣିଲେ ଆପଣଙ୍କୁ ମଧ୍ୟ ହୋଇଯିବ ପ୍ରେମ ……….

0

Get real time updates directly on you device, subscribe now.

ଆପଣଙ୍କୁ କହିରଖୁଛୁ ଯେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ମୟଙ୍କ ଓଷ୍ଟେନ୍ ସୁଫି ନିଜ @thedelhiwalla ପେଜ ରେ ଏହି କାହାଣୀ ସେୟାର କରିଛନ୍ତି । ଫଟୋରେ ଦୁଇଜଣ ଲୋକ ବସିଥିବାର ଦେଖାଯାଇପାରେ । ଫଟୋରେ ବସିଥିବା ବ୍ୟକ୍ତିଙ୍କ ନାମ ଅଫଜଲ ଅଟେ ଏବଂ ତାଙ୍କ ସ୍ତ୍ରୀର ନାମ ସବିନା ଅଟେ । ଫଟୋରେ ଦେଖାଯାଇପାରେ ଯେ ଆଜିକାଲି ବ୍ଲାକ ଜିନ୍ସ ଏବଂ ବ୍ରାଉନ ସର୍ଟ ପିନ୍ଧିଛନ୍ତି । ସେହିପରି ସବିନା ସଲବାର୍ କମିଜରେ ଥିବା ଦେଖାଯାଉଛନ୍ତି । ଯେତେବେଳେ ସେମାନେ ଏକାବେଳେ ମିଶି ଚା ପିଅନ୍ତି, ସେତେବେଳେ ଗୋଟେ ଗ୍ଲାସରେ ହିଁ ଚା ପିଅନ୍ତି । ପୋଷ୍ଟରେ ଏ ଦୁହିଁଙ୍କ କାହାଣୀ ବିଷୟରେ ଏହା କୁହାଯାଉଛି ଯେ ଦୁହିଁକୁ ପ୍ରଥମେ ପରସ୍ପର ସହ ପ୍ରେମ ଅଛି ଏବଂ ତାପରେ ଚା ସହ ପ୍ରେମ ଅଛି ।

ଏହିପରି ଭଲଲାଗେ ଚା ପିଇବା :-

ମୟଙ୍କ ଯେଉଁ କାହାଣୀ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ସେଥିରେ ସେ କହିଛନ୍ତି ଯେ ଅଫଜଲ ତାଙ୍କୁ କହିଛନ୍ତି ଯେ ତାଙ୍କୁ ଏମିତି ହିଁ ଚା ପିଇବାକୁ ଭଲ ଲାଗେ । ସେହିପରି ସବିନା କହିଛନ୍ତି ଯେ ସେମାନେ ଦୁହେଁ ପରସ୍ପରକୁ ପସନ୍ଦ କରନ୍ତି । ଏପରିକି 21 ବର୍ଷୀୟ ଅଫଜଲ ଏବଂ 19 ବର୍ଷୀୟ ସବିନା ଖାଇବା ମଧ୍ୟ ଗୋଟିଏ ପ୍ଲେଟରେ ହିଁ ଖାଆନ୍ତି । ଏମାନେ ଦୁହେଁ ଏକ ବର୍ଷ ପୂର୍ବେ ବିବାହ କରିଥିଲେ । ସେମାନେ କହିଥିଲେ ଯେ ତାଙ୍କ ପରିବାର ସେମାନଙ୍କ ସମ୍ପର୍କ ପାଇଁ ରାଜି ନଥିଲେ ।

ଏହିପରି ଦୁହିଁଙ୍କ ମଧ୍ୟରେ ହେଲା ପ୍ରେମ :-

ଆପଣଙ୍କୁ କହିରଖୁଛୁ ଯେ ଅଫଜଲ ଏବଂ ସବିନା ଦୁହେଁ ପରସ୍ପରକୁ ପିଲାଦିନରୁ ହିଁ ଜାଣିଛନ୍ତି, ଏହି କାରଣରୁ ତାଙ୍କ ପରିବାର ଲୋକେ ତାଙ୍କ ବିବାହ କରାଇବା ପାଇଁ ଚାହୁଁ ନଥିଲେ । ଅଫଜଲ ଜଣେ ଶ୍ରମିକ ଅଟନ୍ତି । ଦୁହିଁଙ୍କୁ ଧୀରେ ଧିରେ ପରସ୍ପରର ବହୁତ୍ ଗୁଡାଏ ଜିନିଷ ପସନ୍ଦ ହୋଇଗଲା । ସବୀନା କହିଛନ୍ତି ଯେ ଅଫଜଲଙ୍କ ହେୟାର୍ ଷ୍ଟାଇଲ ତାଙ୍କୁ ବହୁତ୍ ଭଲ ଲାଗିଲା । ଅଫଜଲଙ୍କ କଥା ହେବାର ଷ୍ଟାଇଲ ତାଙ୍କୁ ବହୁତ୍ ଭଲ ଲାଗେ । ସେହିପରି ଅଫଜଲ ସବିନାଙ୍କ ବିଷୟରେ କହିଛନ୍ତି ଯେ ” କେଉଁଠୁ ଆରମ୍ଭ କରିବି ? ତାର ନେଚର୍ ବହୁତ୍ ଭଲ । ସେ ସବୁବେଳେ ଓଢଣାରେ ରୁହେ, ମତେ ଏ କଥା ବି ବହୁତ୍ ଭଲ ଲାଗେ ।”

ଏହିପରି ହେଲା ଦୁହିଁଙ୍କ ନୂତନ ଜୀବନର ଆରମ୍ଭ :-

ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ଏବଂ ଏହାସହିତ ସେମାନେ ନିଜର ନୂଆଁ ଜୀବନ ଆରମ୍ଭ କଲେ । ସେମାନେ ନିଜ ଘର ଲୋକଙ୍କ ପାଖରେ ଗୋଟିଏ ରୁମ୍ ଭଡ଼ାରେ ନେଲେ । ଯେତେବେଳେ କାମ ପରେ ଅଫଜଲ୍ ସବୁଦିନ ସନ୍ଧ୍ୟାରେ ଫେରେ, ସେତେବେଳେ ସବିନାଙ୍କ ସହ ଖାଇବା ତିଆରି କରିବାରେ ସାହାଯ୍ୟ କରେ । ସବିନା କୁହନ୍ତି ଯେ ସେ ଦିନସାରା କାମ କରେ, ଯେମିତି ମୋ ଜୀବନ ଖୁସିରେ ରହୁ, ସେଥିପାଇଁ ସେ କାମ କରିବାପରେ ଘରକୁ ଫେରି ଘରେ ମଧ୍ୟ କାମ କରେ ।

ଏ ଦୁହିଙ୍କ ମଧ୍ୟରେ କେବେ କେବେ ଝଗଡା ମଧ୍ୟ ହୋଇଯାଏ, କିନ୍ତୁ ପରେ ସବୁକିଛି ଠିକ ହୋଇଯାଏ । ଅଫଜଲ୍ କୁହନ୍ତି ଯେ ବିବାହ ପରେ ସେ ଅଧିକ ପରିଶ୍ରମୀ ଏବଂ ଦାୟିତ୍ଵବାନ ହୋଇଯାଇଛି । ସେ ପରିଶ୍ରମ କରି ଅଧିକ ପଇସା ରୋଜଗାର କରିବାକୁ ଚାହୁଁଛି । ବର୍ତ୍ତମାନ୍ ସେ ଦିନକୁ 300 ଟଙ୍କା ରୋଜଗାର କରେ ।

Leave A Reply

Your email address will not be published.