ଦୁଃଖ ଖବର : ଦିଗଜ୍ଜ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ନିଧନ, ଏମ୍ସରେ ନେଲେ ଶେଷ ନିଃଶ୍ଵାସ

0

Get real time updates directly on you device, subscribe now.

Raju Srivastav Death LIVE Update:

ଦିଗ୍ଗଜ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ବୁଧୁବାର ଦିନ ସକାଳୁ ନିଧନ ହୋଇଯାଇଛି। ରାଜୁ ଶ୍ରୀବାସ୍ତବଙ୍କୁ ୧୦ ଅଗଷ୍ଟରେ ହାର୍ଟ ଆଟାକ ଆସିବା ପରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ସେ ୫୮ ବର୍ଷ ବୟସରେ ଶେଷ ନିଃଶ୍ଵାସ ନେଇଛନ୍ତି। ଡାକ୍ତରଙ୍କ ଏକ ଦଳ ଦ୍ଵାରା ଲଗାତାର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଭଲ କରିବା ପାଇଁ ପ୍ରାୟାସ ଜାରୀ ରହିଥିଲା। କିନ୍ତୁ ତାଙ୍କୁ ଆଉ ହୋସ ଆସିଲା ନାହିଁ ଓ ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ ଆଉ ଆମ ଗହଣରେ ନାହାନ୍ତି।

୪୨ ଦିନ ଧରି ଏମ୍ସରେ ଏଡମିଟ ଥିଲେ:-

ଜଣାଇଦେଉଛୁକି ୧୦ ଅଗଷ୍ଟରେ ୱାର୍କଆଉଟ ସମୟରେ ରାଜୁ ଶ୍ରୀବାସ୍ତବ ବେହୋସ ହୋଇ ପଡିଯାଇଥିଲେ। ଯାହାପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥାନରେ ଭର୍ତ୍ତି କରାଯାଇଥିଲା। ଏମ୍ସରେ ଭର୍ତ୍ତି କରିବା ପରେ ରାଜୁ ଶ୍ରୀବାସ୍ତବଙ୍କର ଏଞ୍ଜିୟୋପ୍ଲାଷ୍ଟି କରାଇଥିଲେ, କିନ୍ତୁ ଏହାପରେ ତାଙ୍କର ସ୍ଥିତିରେ ସୁଧାର ହେଲା ନାହିଁ। ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଲେ ଓ ସେ ଲଗାତାର ଲାଇଫ ସପୋର୍ଟ ଉପରେ ରଖାଯାଇଥିଲା। କିଛିଦିନ ପୂର୍ବେ ରାଜୁ ଶ୍ରୀବାସ୍ତବଙ୍କ ହାତ-ମୁଣ୍ଡରେ ମୁଭମେଣ୍ଟ ଦେଖାଯାଇଥିଲା, କିନ୍ତୁ ଶେଷରେ ସେ ନିଜର ଜୀବନର ଯୁଦ୍ଧରେ ହାରିଗଲେ।

ରାଜୁ ଶ୍ରୀବାସ୍ତବଙ୍କ ପରିବାରରେ କିଏ କିଏ?:-

ରାଜୁ ଶ୍ରୀବାସ୍ତବଙ୍କ ୨୫ ଡିସେମ୍ବର ୧୯୬୩ ମସିହାରେ ଉତ୍ତରପ୍ରଦେଶର କାନପୁରରେ ହୋଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ପ୍ରକୃତ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ ଅଟେ ଓ ସେ ଗଜୋଧର ଭୟା ନାମରେ ସେ ପରଦାରେ ପ୍ରସିଦ୍ଧ ଥିଲେ। ସେ ନିଜର କମେଡି ଓ ଅଭିନୟ ଦ୍ଵାରା ସମସ୍ତଙ୍କୁ ବହୁତ ହସଉଥିଲେ। ରାଜୁ ଶ୍ରୀବାସ୍ତବଙ୍କ ପାରିବାରରେ ତାଙ୍କର ପତ୍ନୀ ଶିଖା ଶ୍ରୀବାସ୍ତବ, ଝିଅ ଅନ୍ତରା ଓ ପୁଅ ଆୟୁଷ୍ମାନ ଅଛନ୍ତି। ଏହା ବ୍ଯତୀତ ରାଜୁଙ୍କ ବଡ ଭାଇ ସିପି ଶ୍ରୀବାସ୍ତବ, ଛୋଟ ଭାଇ ଦୀପୁ ଶ୍ରୀବାସ୍ତବ, ଭତିଜା ମୟଙ୍କ ଓ ମୃଦୁଲ ଶ୍ରୀବାସ୍ତବ ଅଟେ।

୧୦ ବର୍ଷ ମଧ୍ୟରେ ୩ଥର ଏଞ୍ଜିୟପ୍ଲାଷ୍ଟି:-

ରାଜୁ ଶ୍ରୀବାସ୍ତବ ପ୍ରଥମରୁ ହୃଦୟ ରୋଗରେ ପୀଡିତ ଥିଲେ। ଓ ୧୦ ବର୍ଷ ମଧ୍ୟରେ ତିନିଥର ଏଞ୍ଜିୟପ୍ଲାଷ୍ଟି କରିସାରିଛନ୍ତି। ୧୦ ବର୍ଷ ପୂର୍ବେ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ରାଜୁ ଶ୍ରୀବାସ୍ତବ ଏଞ୍ଜିୟପ୍ଲାଷ୍ଟି କରାଇଥିଲେ। ଦ୍ଵିତୀୟ ଥର ୭ ବର୍ଷ ପୂର୍ବେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ସେ ଏଞ୍ଜିୟପ୍ଲାଷ୍ଟି କରିଥିଲେ। ଏହାପରେ ହାର୍ଟ ଆଟାକ ଆସିବାରୁ ଦିଲ୍ଲୀ ସ୍ଥିତ ଏମ୍ସରେ ୧୦ ଅଗଷ୍ଟରେ ରାଜୁ ଶ୍ରୀବାସ୍ତବଙ୍କର ଏଞ୍ଜିୟପ୍ଲାଷ୍ଟି କରାଯାଇଥିଲା।

୨୦୧୪ ମସିହାରେ ବିଜେପିରେ ହୋଇଥିଲେ ସାମିଲ:-

କମେଡିର କିଙ୍ଗ ରାଜୁ ଶ୍ରୀବାସ୍ତବ ରାଜନୀତିରେ ମଧ୍ୟ ସାମିଲ ଥିଲେ। ସେ ୨୦୧୪ ମସିହା ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ତରଫରୁ କାନପୁର ପାଇଁ ନିର୍ବାଚନ ପ୍ରାର୍ଥୀ କରାଯାଇଥିଲା। କିନ୍ତୁ ରାଜୁ ଶ୍ରୀବାସ୍ତବ ଟିକିଟ ଫେରାଇଦେଲେ। କହିଥିଲେକି ତାଙ୍କୁ ପାର୍ଟିର ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କର ସମର୍ଥନ ମିଳୁନାହିଁ। ପରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଗଲେ ଓ ସେ ମାର୍ଚ୍ଚ ୨୦୧୪ ମସିହାରେ ବିଜେପିରେ ଯୋଡି ହୋଇଥିଲେ।

Leave A Reply

Your email address will not be published.