ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ପୁଳାପୁଳା କ୍ୟାଚ ଛାଡିଲେ, ରନ ଦେଲେ,ଆଉ ତା ପରେ ପୁଣି ଭୁବିଙ୍କୁ ୧୯ତମ ଓଭର ଦେଲେ…ଅଷ୍ଟ୍ରେଲିଆ ସାମ୍ନାରେ ଭାରତୀୟ ଦଳ ଏମିତି ହାରିଲେ

0

Get real time updates directly on you device, subscribe now.

ଟି-୨୦ ବିଶ୍ଵକପ ୨୦୨୨ ହେବାକୁ ଯେତେବେଳେକି ଗୋଟିଏ ମାସ ମଧ୍ୟ ନାହିଁ। ସେତେବେଳେ ଭାରତୀୟ ଦଳର ସ୍ଥିତି ଲଗାତାର ବିଗାଡିବାର ଲାଗିଛି। ଏସିଆ କପରେ ନିଜର ପରାଜୟ ପରେ ବହରତୀୟ ଦଳ ଅଷ୍ଟ୍ରେଲିଆ ବିରୁଦ୍ଧରେ ନିଜର ଘରେ ଖେଳାଯାଉଥିବା ସିରିଜର ଆରମ୍ଭରେ ପରାଜୟର ସାମ୍ନା କରିବାକୁ ପଡିଛି। ମଙ୍ଗଳବାର ଦିନ ମୋହାଲିରେ ହୋଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୪ୱିକେଟରେ ପରାଜୟ କରିଛି।

ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦୮ ରନର ସ୍କୋର କରିଲେ, କିନ୍ତୁ ଭାରତୀୟ ଦଳର ବୋଲର ଏହି ଲକ୍ଷ୍ୟକୁ ରକ୍ଷା କରିପାରିଲେ ନାହିଁ। ଅଷ୍ଟ୍ରେଲିଆ ୬ ୱିକେଟ ହରାଇ, ଶେଷ ୪ ବୋଲରେ ଏହି ଲକ୍ଷ୍ୟକୁ ହାସିଲ କରିନେଲେ। ତିନି ମ୍ୟାଚ ବିଶିଷ୍ଟ ସିରିଜରେ ବର୍ତ୍ତମାନ ଅଷ୍ଟ୍ରେଲିଆ ୧-୦ ଆଗରେ ଅଛି। ଭାରତୀୟ ଦଳ ନିଜର ଭୁଲ ଯୋଗୁଁ ମ୍ୟାଚ ହାରିଗଲା, ଯାହାକି ଫିଲଡିଙ୍ଗ ସମୟରେ ପରିଷ୍କାର ଭାବରେ ଦେଖାଯାଉଥିଲା।

ସ୍କୋରବୋର୍ଡ:

ଭାରତ: ୨୦୮/୬(୨୦)

ଅଷ୍ଟ୍ରେଲିଆ: ୨୧୧/୬(୧୯.୨)

କ୍ୟାଚ ଛାଡିବା ପଡିଗଲା ଭାରି:-

କ୍ରିକେଟରେ ବହୁତ ପୁରୁଣା ରୂଢି ଅଛିକି କ୍ୟାଚ ଆପଣଙ୍କୁ ମ୍ୟାଚ ଜିତାଇପାରିବ। କିନ୍ତୁ ମୋହାଲିରେ ଭାରତୀୟ ଦଳର ଖେଳାଳୀ ଏହାକୁ ସମ୍ପୂର୍ଣ ରୂପରେ ଭୁଲିଗଲେ, ଫିଲଡିଙ୍ଗ ସମୟରେ ଭାରତ ସମୁଦାୟ ୩ଟି କ୍ୟାଚ ଛାଡିଲେ। ଏଥିମଧ୍ୟରୁ ଦୁଇଟି କ୍ୟାଚ କ୍ୟାମରୁନ ଗ୍ରୀନଙ୍କର ଥିଲା। ଯିଏକି ୩୦ ବଲରେ ୬୧ ରନ କରିଥିଲେ ଓ ଭାରତ ନିକଟରୁ ମ୍ୟାଚ ଛଡାଇନେଲେ। ଭାରତୀୟ ଦଳ ତରଫରୁ ଅକ୍ଷର ପଟେଲ, କେଏଲ ରାହୁଲ ଓ ହର୍ଷଲ ପଟେଲ ଫିଲଡିଙ୍ଗ ସମୟରେ କ୍ୟାଚ ଛାଡିଲେ, ଯାହାକି ଭାରତୀୟ ଦଳର ପରାଜୟର କାରଣ ଅଟେ।

ବୋଲର ଦେଲେ ବହୁତ ରନ:-

ଯଦି ଟି-୨୦ର ନମ୍ବର-୧ ଦଳ ୨୦୮ ରନ ମଧ୍ୟ ବଞ୍ଚାଇବାକୁ ଅସମର୍ଥ, ତେବେ ବୋଲିଂ କେତେ ଦୃଢ ତାହା ଜଣା ପଡିଛି, ଭାରତୀୟ ଦଳର ଷ୍ଟ୍ରାଇକ ବୋଲର ଭୂବନେଶ୍ୱର କୁମାର ୪ ଓଭରରେ ୫୨ ରନ ଦେଇଥିଲେ ଏବଂ ଆଦୌ ୱିକେଟ ନେଇନଥିଲେ। ୟୁଜବେନ୍ଦ୍ର ଚହଲଙ୍କ ସହ ସମାନ ଘଟଣା ଥିଲା, ଯିଏ ମାତ୍ର ୩.୨ ଓଭରରେ ୪୨ ରନ ଦେଇଥିଲେ। ଦୀର୍ଘ ସମୟ ପରେ ଦଳକୁ ଫେରୁଥିବା ହର୍ଷଲ ପଟେଲ ୪ ଓଭରରେ ୪୯ ରନ ଦେଇଥିଲେ। କେବଳ ଅକ୍ଷର ପଟେଲଙ୍କୁ ଦେଖିବାକୁ ମିଳିଥିଲା, ଯିଏ ବୋଲିଂର ଲଜ୍ଜା ରଖିଥିଲେ। ସେ ୪ ଓଭରରେ ୧୭ ରନ ଦେଇ ୩ ୱିକେଟ ନେଇଥିଲେ।

ଭୁବନେଶ୍ବର କୁମାରଙ୍କ ୧୯ତମ ଓଭର:-

ଏସିଆ କପରେ ଯାହା ଦେଖିବାକୁ ମିଳିଛି, ତାହା କାଲିର ମ୍ୟାଚରେ ଦେଖିବାକୁ ମିଳିଲା। ଯେତେବେଳେ ଶେଷ ୨ ଓଭରରେ ମ୍ୟାଚ ପହଞ୍ଚିଲା, ସେତେବେଳେ ଅଧିନାୟକ ରୋହିତ ଶର୍ମା ୧୯ତମ ଓଭର ଭୁବନେଶ୍ବର କୁମାରଙ୍କୁ ଦେଲେ ଯିଏକି ଭାରତର ପରାଜୟର କାରଣ ହେଲେ। ଅଷ୍ଟ୍ରେଲିଆକୁ ମୋହାଲି ମ୍ୟାଚରେ ଶେଷ ୨ ଓଭରରେ ୧୮ ରନର ଆବଶ୍ୟକ ଥିଲା। ୧୯ତମ ଓଭର ଭୁବନେଶ୍ବର କୁମାର କରିଲେ ଓ ଏହି ଓଭରରେ ସେ ୧୬ ରନ ଦେଇଥିଲେ। ଏହି ଓଭରରେ ମ୍ୟାଚ ଶେଷ ହୋଇଯାଇଥିଲା ଓ ଶେଷରେ ଅଷ୍ଟ୍ରେଲିଆ ୪ ୱିକେଟରେ ମ୍ୟାଚ ଜିତିନେଲ।

Leave A Reply

Your email address will not be published.