ବାହାଘରକୁ ମାତ୍ର ୩ ମାସ ହୋଇଥିଲା। ସୁଖ ଶାନ୍ତିରେ ରହିବା ପାଇଁ ଦୁହେଁ ଦୁହିଁଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ। ସେଦିନ ଲାଲ ଟୁକଟୁକ ସଜେଇ ହୋଇଥିବା ଝିଅ ଆଜି କୋରୋସିନ ନିଆଁରେ ଜଳି ଯାଇଛନ୍ତି। ବର ବେଶରେ ସଜେଇ ହୋଇଥିବା ପୁଅ ଆଜି ନିଆଁରେ ଜଳି ମରଣ ସହିତ ସଂଘର୍ଷ କରୁଛନ୍ତି। ସବୁକିଛି ଆଜି ରାଗର ନିଆଁରେ ଜାଲିଯାଇଛି। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଦକ୍ଷିଣ ପ୍ରହରାଜ ପଞ୍ଚାୟତର ଗୁଆଗଡିଆ ଗାଁରେ।
ବାପା-ମାଆ ଝିଅକୁ ବାହା ଦେଇଥିଲେ। ଭଲ ବରପାତ୍ର ଦେଇଥିଲେ କାରଣ ଝିଅ ଖୁସିରେ ରହିବ। କିନ୍ତୁ କେହି କେବେବି ଭାବିନଥିଲେକି ମାତ୍ର ୩ ମାସ ମଧ୍ୟରେ ଏମିତି ସବୁ ହୋଇଯିବ। ଯେଉଁ ଝିଅକୁ ବହୁ କରି ବାହା ଦେଇଥିଲେ ସେ ଆଜି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି। ମୃତ ପତ୍ନୀଙ୍କ ସ୍ଵାମୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି।
ସୂଚନା ଅନୁସାରେ, ଗୁଆଗଡିଆ ଗାଁର ଶୁଭମ ମାଝୀଙ୍କ ପୁଅ ରତିକାନ୍ତ ଓରଫ ରାତିଆ ୩ ମାସ ତଳେ ବାଲେଶ୍ଵର ଅଞ୍ଚଳର ଲିଜା ନାମକ ଏକ ଝିଅକୁ ବିବାହ କରିଥିଲେ। ଗତ ଦୁଇଦିନ ତଳେ ରତିକାନ୍ତ ତାଙ୍କର ପତ୍ନୀ ଲିଜାକୁ ନେଇ ଶ୍ଵଶୁର ଘରକୁ ଯାଇଥିଲେ। ଗତକାଲୀ ସନ୍ଧ୍ୟା ୫:୩୦ରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସେମାନେ ରୁମର କବାଟକୁ ବନ୍ଦ କରିବା ପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ସହିତ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଏହି ସମୟରେ ବାପା ପୁଅ-ବୋହୁଙ୍କୁ ଡ଼ାକିଥିଲେ ମଧ୍ୟ ସେମାନେ ଆଦୌ ଶୁଣିନଥିଲେ। କିନ୍ତୁ କିଛି ସମୟ ପରେ ରତିକାନ୍ତ ଘରର କାବ୍ତ ଖୋଲିବା ପରେ ଅଭୟ ନିଆଁରେ ଜଳୁଥିବାର ଦେଖାଯାଇଥିଲେ।
ରତିକାନ୍ତ ଘର ବାହାରକୁ ଯାଇ ଏକ ପୋଖରୀକୁ ଡିଆଁ ମାରିଥିଲେ। ପରିବାର ଲୋକ ଗ୍ରାମବାସୀଙ୍କ ସାହାଯ୍ୟରେ ବାଲେଶ୍ଵର ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ତାଙ୍କୁ କଟକ ବଡ ମେଡିକାଲଙ୍କୁ ସ୍ଥାନାନ୍ତରିତ କରିଦିଆଯାଇଥିଲା। କଟକ ପହଞ୍ଚିବା ପୂର୍ବରୁ ପତ୍ନୀ ଲିଜାଙ୍କର ମୃତ୍ୟୁ ହୋଇଯାଇଥିଲ। କିନ୍ତୁ ରତିକାନ୍ତଙ୍କ ସ୍ଥିତି ବର୍ତ୍ତମାନ ସଙ୍କଟାପନ୍ନ ରହିଛି।