ଦୁର୍ଘଟଣା ଓ ଚାଲାଣ କଟିବାରୁ ରକ୍ଷା କରିବ ଗୁଗଲ ମ୍ୟାପ୍ସର ଏହି ଟୁଲ୍‌,ରହିଛି ଏଥିରେ ଜବରଦସ୍ତ ଫିଚର ….

0

Get real time updates directly on you device, subscribe now.

ଟେକ୍ନୋଲୋଜିର ଏହି ଜମାନାରେ ବାଟେ ବାଟେ ରହି କାହାରିକୁ ଆଉ ଠିକଣା ପଚାରିବାକୁ ଆବଶ୍ୟକ ପଡୁନାହିଁ। ନିଜର ପକେଟରୁ ଫୋନ ବାହାର କରି ଗୁଗଲ ମେପ୍ସରେ ନିଜର ଡେଷ୍ଟିନେସନକୁ ସେଟ କରି ନିଜର ଡେଷ୍ଟିନେସନରେ ପହଞ୍ଚିଯାଆନ୍ତୁ। କିନ୍ତୁ ବହୁତ କମ ଲୋକ ଜାଣିଛନ୍ତିକି ଏହା ମାଧ୍ୟମରେ ଟ୍ରାଫିକ ଚାଲାଣ ଓ ଦୁର୍ଘଟଣାରୁ ମଧ୍ୟ ରକ୍ଷା ପାଇହେବ। ଏଥିପାଇଁ ଆପଣଙ୍କୁ ଗୁଗଲ ମେପ୍ସକୁ ଯାଇ ଏକ ଟୁଲକୁ ଅନ କରିବାକୁ ହେବ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ତେବେ ଏହା ହେଉଛି ସ୍ପିଡ ଲିମିଟ ୱାର୍ନିଙ୍ଗ। ଏହା ସାହାଯ୍ୟରେ କେବଳ ଦୃତ ଗତିକୁ ନୁହେଁ ବରଂ ଦୁର୍ଘଟଣାକୁ ମଧ୍ୟ ରୋକା ଯାଇପାରିବ। ଏହି ଟୁଲକୁ ଏକ୍ଟିଭ କରିବା ପାଇଁ ପ୍ରଥମେ ଗୁଗଲ ମେପ୍ସକୁ ଇନଷ୍ଟଲ କରନ୍ତୁ। ତାପରେ ଆପକି ଅପନ କରିବା ପରେ ଡାହାଣ ପାର୍ଶ୍ଵରେ ଥିବା ପ୍ରୋଫାଇଲ ଆଇକନରେ କ୍ଲିକ କରନ୍ତୁ। ଏଠାରେ ଆପଣଙ୍କୁ ସେଟିଂରେ ନେଭିଗେସନ ସେଟିଂକୁ ଯିବାକୁ ହେବ। ବର୍ତ୍ତମାନ ସ୍ପିଡ ଲିମିଟ ଅପସନକୁ ଚୟନ କରନ୍ତୁ। ସ୍କ୍ରଲ କରି ବର୍ତ୍ତମାନ ତଳକୁ ଯାଆନ୍ତୁ। ତଳେ ଥିବା ଡ୍ରାଇଭିଙ୍ଗ ଅପସନକୁ ଚୟନ ଅଋ ସ୍ପିଡୋମିଟର ଓ ଡ୍ରାଇଭିଙ୍ଗ ଅପସନକୁ ଚୟନ କରନ୍ତୁ। ତାପରେ ଗୁଗୁଲ ମ୍ୟାପ୍ସର ଏହି ଟୁଲ ଏକ୍ଟିଭ ହୋଇଯିବ। ଓ ସ୍ପିଡ ଲିମିଟକୁ ନେଇ ସମସ୍ତ ସୂଚନା ମିଳିଯିବ।

ଏହାର ଲାଭ:-

ଆପଣ ଜାଣିଥିବେ ରାସ୍ତାରେ ସ୍ପିଡର ଲିମିଟ ଥାଏ। ଯଦି ଆପଣ ଗୁଗଲ ମେପ୍ସ ବ୍ୟବହାର କରୁଛନ୍ତି ତେବେ ଗୁଗଲ ମେପ୍ସ ନିର୍ଦ୍ଧିଷ୍ଟ ସ୍ପିଡ ପୂର୍ବରୁ ଆପଣଙ୍କୁ ସଚେତନ କରିଦେବ। ଯାହାଫଳରେ ଆପଣ ନିଜର ସ୍ପିଡକୁ କମ କରିଦେବେ। ଆଉ ନିଜକୁ ମୋଟା ଅଙ୍କର ଚାଲାଣ ଦେବାରେ ବଞ୍ଚାନ୍ତୁ। ଆହୁରି ସ୍ପିଡ ଲିମିଟ କମ ଥିବା ଯୋଗୁଁ ଦୁର୍ଘଟଣାରୁ ମଧ୍ୟ ନିଜକୁ ରୋକିପାରିବେ।

Leave A Reply

Your email address will not be published.