ଲାଇଟ୍ ଦେବା ସହ ଗୀତ ବି ଶୁଣାଇଥାଏ ଏହି LED ବଲ୍,ବହୁତ କମ ଦାମରେ ଉପଲବ୍ଧ,ରିମୋଟ ଦ୍ଵାରା ହେଉଛି କଣ୍ଟ୍ରୋଲ୍..

0

Get real time updates directly on you device, subscribe now.

କିଛି ଉପକରଣ ସ୍ମାର୍ଟ ହୋଇଥାଏ|ଏଥିରେ ଏଲ୍ଇଡି ବଲ ବା କେମିତି ପଛରେ ରହିବ|ଏଥିପାଇଁ ମାର୍କେଟରେ ଆପଣଙ୍କୁ ସହଜରେ ସ୍ମାର୍ଟ ଏଲ୍ଇଡି ବଲ ମିଳିଥାଏ|ଏହି ଏଲ୍ଇଡି ବଲକୁ ରିମୋଟ ବା ଭଏସ କଣ୍ଟ୍ରୋଲରେ ଅପରେଟ କରାଯାଏ,ଏହାସହ ଏଥିରେ ସ୍ପିକର ମଧ୍ୟ ମିଳେ|

ଏଥିରେ ଆପଣ ଆଲୋକ ସହ ମ୍ୟୁଜିକର ମଧ୍ୟ ଆନନ୍ଦ ନେଇ ପାରିବେ|ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ|ଏହାସହ ଏଥିରେ ବମ୍ପର ରିହାତି ରହିଛି|ଏହାକୁ ଶସ୍ତାରେ ଆପଣ କିଣିପାରନ୍ତି|

ଏହି ବଲକୁ ଆପଣ ସହଜରେ ଅନଲାଇନ ବା ଅଫଲାଇନରେ କିଣି ପାରିବେ|ଏହି ସ୍ମାର୍ଟ ଏଲ୍ଇଡି ବଲ ଅଲଗା ଅଲଗା ୱଟରେ ଉପଲବ୍ଧ|ଏହାକୁ ଆପଣ ପାଖାପାଖି ୪୦୦ ଟଙ୍କା ଦେଇ କିଣି ପାରନ୍ତି|ଏହାସହ ଏଥିରେ କମ୍ପାନୀ ବ୍ୟାଙ୍କ ଅଫର ମଧ୍ୟ ଦେଉଛି|ଫଳରେ ଏହି ବଲକୁ ଆପଣ ଆହୁରି ଶସ୍ତାରେ କିଣି ପାରିବେ|ଏହାକୁ ନେଇ କମ୍ପାନୀ କହିଛି ଯେ ଏହାର ରଙ୍ଗକୁ ମୁଡ ଅନୁସାରେ ପରିବର୍ତ୍ତନ କରାଯାଇପାରିବ|ମାନେ ଅଲଗା ଅଲଗା ମୋଡ ପାଇଁ ଅଲଗା ଅଲଗା ରଙ୍ଗ ପରିବର୍ତ୍ତନ କରାଯାଇପାରିବ|

ଏହାର ମ୍ୟୁଜିକକୁ ରିମୋଟ ଜରିଆରେ ନିୟନ୍ତ୍ରଣ କରାଯାଇପାରିବ|ଆପଣ ୯ ୱଟ ବା ଉର୍ଦ୍ଧ୍ବ ୱଟର ବଲକୁ କିଣିପାରନ୍ତି|ଏହା ସାଧାରଣ ବଲ ଭଳି ଓ ସାଧାରଣ ହୋଲ୍ଡରରେ ଫିଟ କରାଯାଏ|

ଆପଣ ଘରେ ଥିବା ପୁରୁଣା ହୋଲ୍ଡରରେ ଏହାକୁ ଲଗାଇ ପାରିବେ|ଏଥିରେ କମ୍ପାନୀ ୧ ବର୍ଷର ୱରେଣ୍ଟି ଦେଇଥାଏ|ଏହାକୁ ଚାର୍ଜ କରିବା ପାଇଁ କୈାଣସି କେବଲର ଆବଶ୍ୟକ ନାହିଁ ବା କୈାଣସି ଆପ ଇନଷ୍ଟଲ ଆବଶ୍ୟକ ନାହିଁ|ଏହାକୁ ହୋଲ୍ଡରେ ଫିଟ କରି ଆଲୋକ ସହ ମ୍ୟୁଜିକର ଆନନ୍ଦ ନେଇ ପାରିବେ|

Leave A Reply

Your email address will not be published.