ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ପ୍ରଥମ ଟି-୨୦ ମୁକାବିଲା…ପନ୍ତ ନାଁ କାର୍ତ୍ତିକ, କାହାକୁ ସୁଯୋଗ ମିଳିବ ଉଚିତ ?

0

Get real time updates directly on you device, subscribe now.

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଟି-୨୦ ସିରିଜର ପ୍ରଥମ ମୁକାବିଲା ଆଜି ସେପ୍ଟେମ୍ବର ୨୦ରେ ମୋହାଲୀର ପିସିଏ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ବିଶ୍ଵକପ ୨୦୨୨କୁ ଧ୍ୟାନରେ ରଖି ଭାରତୀୟ ଦଳ ପାଇଁ ଏହି ସିରିଜ ବହୁତ ଗୁରୁତ୍ବପୂର୍ଣ ରହିବ। ବିଶ୍ଵକପ ପୂର୍ବରୁ ଭାରତ ପାଇଁ ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହାର ମିଡିଲ ଅର୍ଡର କମ୍ବିନେସନ, ଯାହାକୁ ରୋହିତ ସେନା ଏହି ସିରିଜରେ ସମଧାନ କରିବାକୁ ପ୍ରାୟାସ କରିବେ।

ବିଶ୍ଵକପ ପୂର୍ବରୁ ହେବାକୁ ଥିବା ୬ଟି ଟି-୨୦ ମ୍ୟାଚ ପାଇଁ କିଛି ଦୃତ ବୋଲରଙ୍କ ବୋଲିଂର ମଧ୍ୟ ଟେଷ୍ଟ ନିଆଯିବ। କିନ୍ତୁ ଦେଖିବାକୁ ଭାରତ ଏକ ମଜବୁତ ଦଳ ସହିତ ଉଲ୍ହାଉଛି। ଅଷ୍ଟ୍ରେଲିଆ ପରେ ଭାରତ ତିନୋଟି ଟି-୨୦ ମ୍ୟାଚ ଦକ୍ଷିଣ ଆଫ୍ରିକା ସହିତ ଖେଳିବ।

ବୁମରାହ-ହର୍ଷଲ କରୁଛନ୍ତି କମବେକ:-

ଅଧିନାୟକ ରୋହିତ ଶର୍ମା ପ୍ରଥମରୁ ସ୍ପଷ୍ଟ କରିସାରିଛନ୍ତିକି ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ପ୍ରତିଯୋଗୀତା ପୂର୍ବରୁ ତାଙ୍କର ଖେଳାଳୀ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବାକୁ ପ୍ରୟାସ କରିବେ। ଭାରତ ନିକଟରେ ଏସିଆ କପରେ ଭଲ ବ୍ୟାଟିଂ କରିଥିଲା, କିନ୍ତୁ ସେମାନେ ଏହି ସମୟରେ ଅନେକ ପରିବର୍ତ୍ତନ ମଧ୍ୟ କରିଥିଲେ। ଭାରତର ବୋଲିଂତ କମଜୋରି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସାମ୍ନାକୁ ଆସିଲା। କିନ୍ତୁ ହର୍ଷଲ ପଟେଲ ଓ ଜସପ୍ରୀତ ବୁମରାହ ଦଳକୁ ଫେରିବା ପରେ ଦଳ ଆହୁରି ଅଧିକ ମଜବୁତ ହୋଇଯାଇଛି।

ପନ୍ତ ଓ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ମିଳିବ ସୁଯୋଗ?:-

ରୋହିତ ଶର୍ମା କହିଛନ୍ତିକି ଏହି ବିଶ୍ଵକପରେ ତାଙ୍କ ସହିତ କେଏଲ ରାହୁଲ ଇନିଙ୍ଗ୍ସର ଆରମ୍ଭ କରିବେ। କିନ୍ତୁ ଏହା ସମ୍ଭାବନା ଅଛିକି ତାଙ୍କ ସହିତ ବିରାଟ କୋହଲୀ ମଧ୍ୟ ଆରମ୍ଭ କରିବାକୁ ଆସିପାରନ୍ତି। ନିଜର ଗତ ଟି-୨୦ ଇନିଙ୍ଗ୍ସରେ ଶତକ କରିବା ପରେ କୋହଲୀଙ୍କୁ ଇନିଙ୍ଗ୍ସ ଆରମ୍ଭ କରିବା ପାଇଁ ପଠାଯାଇପାରେ, ଭାରତୀୟ ବ୍ୟାଟିଂ କ୍ରମରେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରାଯାଇଛି, କିନ୍ତୁ ବର୍ତ୍ତମାନ ଏହା ନିର୍ଦ୍ଧିଷ୍ଟ ହୋଇନାହିଁକି ଅନ୍ତିମ ଏକାଦଶରେ ୱିକେଟକିପର ରୂପରେ ଋଷଭ ପନ୍ତଙ୍କୁ ଚୟନା କରାଯିବ ନା ଦିନେଶ କାର୍ତ୍ତିକଙ୍କୁ।

ରବିନ୍ଦ୍ର ଜଡେଜା ଆଘାତ ହେତୁ ଭାରତ ଋଷଭ ପନ୍ତଙ୍କୁ ବାମ ହାତୀ ବ୍ୟାଟ୍ସମ୍ୟାନ କାରଣରୁ କାର୍ତ୍ତିକଙ୍କ ସ୍ଥାନ ଦେଇପାରେ। କାର୍ତ୍ତିକଙ୍କୁ ଫିନିଶର ଭୂମିକା ପାଇଁ ଦଳରେ ସ୍ଥାନ ଦିଆଯାଇଛି। ସେ ଏସିଆ କପରେ ବ୍ୟାଟିଂ କରିବାର ସୁଯୋଗ ପାଇଲେ, କିନ୍ତୁ ଦଳ ପରିଚାଳନା ତାଙ୍କୁ ଆଗାମୀ ଦୁଇ ସପ୍ତାହ ପାଇଁ କ୍ରିଜରେ କିଛି ସମୟ ବିତାଇବାକୁ ସୁଯୋଗ ଦେଇପାରେ। ଦୀପକ ହୁଡା ଏସିଆ କପର ସମସ୍ତ ସୁପର ଫୋର ମ୍ୟାଚରେ ଖେଳିଥିଲେ ମଧ୍ୟ ଦଳରେ ତାଙ୍କ ଭୂମିକା ଉପରେ କୌଣସି ସ୍ପଷ୍ଟତା ନାହିଁ।

କଣ ହେବ ଦଳର ବୋଲିଂ କମ୍ବିନେଶନ?:-

ଏସିଆ କପ ସମୟରେ ଜଡେଜା ଆଘାତ ହେତୁ ଦଳର ବୋଲିଂ ସନ୍ତୁଳନ ବ୍ୟାହତ ହୋଇଥିଲା। ଭାରତ ପାଞ୍ଚ ବୋଲରଙ୍କ ସହ ଖେଳିବାକୁ ବାଧ୍ୟ ହୋଇଥିଲା ଏବଂ ବୋଲିଂରେ ଷଷ୍ଠ ବିକଳ୍ପ ନଥିଲା। ଯଦି ଭାରତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜାଡେଜାଙ୍କ ସ୍ଥାନ ନେଇଥିବା ଅକ୍ସର ପଟେଲଙ୍କୁ ଏକାଦଶ ଖେଳିବାରେ ରଖନ୍ତି, ତେବେ ଏଥିରେ ଅତିରିକ୍ତ ବୋଲିଂ ବିକଳ୍ପ ରହିବ। ବୁମରାହ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୃତ ବୋଲିଂ ଆକ୍ରମଣରେ ଅକ୍ସର ଏବଂ ୟୁଜବେନ୍ଦ୍ର ଚହଲଙ୍କ ରୂପରେ ଦୁଇଜଣ ସ୍ପିନର ହୋଇପାରନ୍ତି। ଅଷ୍ଟ୍ରେଲିଆର ସ୍ଥିତିକୁ ଧ୍ୟାନରେ ରଖି ଦଳ ପରିଚାଳନା ଏହି ମ୍ୟାଚ ପାଇଁ ଦଳ ସଂଯୋଜନ ପ୍ରସ୍ତୁତ କରିବ।

ଟିମ ଡେଭିଡ କରିପାରନ୍ତି ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ:-

ଅନ୍ୟପରେ ଅଷ୍ଟ୍ରେଲିଆ ଡେଭିଡ ୱାର୍ନରଙ୍କ ସହିତ କିଛି ପ୍ରମୁଖ ଖେଳାଳୀଙ୍କ ବିନା ଭାରତ ଆସିଛି। ୱାର୍ନରଙ୍କୁ ଆରାମ ଦିଆଯାଇଛି। ଯେତେବେଳେକି ମିଶେଲ ଷ୍ଟାର୍କ୍ମ ମାର୍କସ ଷ୍ଟୋଇନିସ ଓ ମିଶେଲ ମାର୍ଶଙ୍କୁ ଆଘାତ ଲାଗିବା କରନ୍ତୁ ତାଙ୍କୁ ମଧ୍ୟ ସମୟ ଦିଆଯାଇଛି। ସମସ୍ତ ଧ୍ୟାନ ଅଧିନାୟକ ଏରୋନ ଫିଞ୍ଚଙ୍କ ଉପରେ ରହିବ। ତାଙ୍କର ପ୍ରଦର୍ଶନ ଏତେ ଭଲ ନଥିବାରୁ ସେ ଦିନକିଆରୁ ସନ୍ୟାସ ନେଇସାରିଛନ୍ତି। ବିଶ୍ଵକପ ପୂର୍ବରୁ ତାଙ୍କର ଫର୍ମରେ ଆସିବା ନିହାତି ଆବଶ୍ୟକ। ଏକ ଅନ୍ୟ ଖେଳାଳୀ ହେଉଛନ୍ତି ଟିମ ଡେଭିଡଙ୍କ ଉପରେ ସମସ୍ତଙ୍କର ନଜର ରହିବ। ଯିଏକି ସିଙ୍ଗାପୁର ତରଫରୁ ଆନ୍ତର୍ଜାତୀୟ କୃଏକ୍ତ ଖେଳିବା ପରେ ଅଷ୍ଟ୍ରେଲିଆ ତରଫରୁ ଡେବ୍ୟୁ କରିପାରନ୍ତି।

ଅଷ୍ଟ୍ରେଲିଆ:-

ଏରୋନ ଫିଞ୍ଚ୯ଅଧିନାୟକ), ସୀନ ଏବୋଟ, ଏଷ୍ଟନ ଏଗର, ଟିମ ଡେଭିଡ, ନାଥନ ଏଲିସ, କ୍ୟାମରନ ଗ୍ରୀନ, ଜୋଶ ହେଜଲଉଡ଼, ଜୋଶ ଇଂଲିସ, ଗ୍ଲେନ ମ୍ୟାକ୍ସୱେଲ, କେନ ରିଚାର୍ଡସନ, ଡେନିୟଲ ସେମ୍ସ, ଷ୍ଟିଭ ସ୍ମିଥ, ମେଥ୍ଯୁ ୱେଡ ଓ ଏଡମ ଜାମ୍ପା।

ଭାରତୀୟ:-

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ-ଅଧିନାୟକ), ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ(ୱିକେଟକିପର), ଦିନେଶ କାର୍ତ୍ତିକ(ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ଵିନୀ, ଯୁଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଦୀପକ ଚହର, ଜସପ୍ରୀତ ବୁମରାହ, ଉମେଶ ଯାଦବ

Leave A Reply

Your email address will not be published.