ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ପ୍ରସ୍ତୁତି : ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ମାଧ୍ୟମରେ ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ

0

Get real time updates directly on you device, subscribe now.

କୋଭିଡ୍‌ ମହାମାରୀ ସମୟରେ ସ୍କୁଲ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବାରୁ ଏହାକୁ ଭରଣା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲର୍ଣ୍ଣିଂ ରିକଭରି ପ୍ଲାନ ଏଲ୍‌-ଆର୍‌-ପି ଶୁଭାରମ୍ଭ କରା ଯାଇଥିଲା । ନୂଆ ପାଠ୍ୟ ପୁସ୍ତକ ବି ପ୍ରସ୍ତୁତ ହେଲା । ଉକ୍ତ ପାଠ୍ୟପୁସ୍ତକକୁ ଗତ ମେ’ ୨ ତାରିଖରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଢ଼ାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।

ଖରାମାସ ସାରା, ଏହି ବହିରୁ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଥିଲା । ଏଯାଏଁ କିନ୍ତୁ ଏହି ନୂତନଭାବେ ଛପା ଯାଇଥିବା ପାଠ୍ୟ ପୁସ୍ତକ ଜିଲ୍ଲାର ବିଭିନ୍ନ ସ୍କୁଲକୁ ପହଞ୍ଚି ପାରିନି । ବ୍ରିଜ୍ କୋର୍ସ ମାଧ୍ୟମରେ ପୂର୍ବ ବର୍ଷର ପାଠ ପଢାଇବାକୁ ସ୍ଥିର ହୋଇଥିଲା । ତେବେ ଏହି ବ୍ୟବସ୍ଥା କେବଳ ଲୋକ ଦେଖାଣିଆ ନା ଏହା ପଛରେ ବାସ୍ତବିକତା ରହିଛି, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।ଏପରିକି ସ୍କୁଲରେ ପ୍ରକୃତ ଶିକ୍ଷା ହେଉନି, କେବଳ ସମୟ ଅତିବାହିତ କରା ଯାଉଥିବା ଅଭିଯୋଗ କରି ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡ଼ୁନାହାନ୍ତି ।

ତେବେ ପୁଣି ଏବେ ତୋ ପୂଜା ପାର୍ବଣ ଋତୁ ଆରମ୍ଭ ହୋଇଗଲାଣି । ଆଗକୁ ଆସୁଛି ଦୁର୍ଗା ପୂଜା ଛୁଟି । ତେଣୁ ବିଦ୍ୟାଳୟ ଓ କଲେଜ୍ ମାନଙ୍କରେ ଆଗକୁ ଛୁଟି ପଡ଼ିଯିବ । ତେଣୁ ପୂଜା ଛୁଟି ସରିବା ପରେ ପିଲାଏ ବାକିଥିବା ପୁରୁଣା ପାଠ ସବୁକୁ ପଢ଼ି କିଭଳି ଶେଷ କରିବେ ସେନେଇ ପ୍ରସ୍ତୁତ ହୋଇ ଗଲାଣି ତାର ବ୍ଲୁ ପ୍ରିଣ୍ଟ । ବିଦ୍ୟାଳୟ ମାନଙ୍କରେ ପ୍ରତିଦିନ ଦୁଇଟି ଏକଷ୍ଟ୍ରା କ୍ଲାସ ଜରିଆରେ ପିଲା ମାନଙ୍କୁ ପାଠପଢ଼ା ଯାଇ ଭରଣା କରାଯିବ ପୁରୁଣା ପାଠ ।

କୋଭିଡ ସମୟରେ ପିଲାଏ କେତେ ପାଠ ପଢ଼ିଛନ୍ତି ଆଉ କେତେ ନାହିଁ ତାହା ଜାଣିବା ପାଇଁ ସର୍ବ ପ୍ରଥମେ ବେସ୍ ଲାଇନ୍ ଟେଷ୍ଟ ହେବ । ଆଉ ଏଥିରେ ଯେଉଁମାନେ କୃତକାର୍ଯ୍ୟ ହେବେନାହିଁ ସେମାନଙ୍କୁ ଅତିରିକ୍ତ କ୍ଲାସ ଦେଇ ପାଠ ପଢ଼ାଯିବ । ଆଉ ଏସବୁ କରିବ ଦୁଇଟି ଘରୋଇ ସଂସ୍ଥା । ସମାନ ସମାନ ଜିଲ୍ଲାମାନଙ୍କୁ ଭାଗ କରି ନିଆଯାଇ କ୍ଲାସ୍ କରାହେବ । ତେବେ ସୂଚନା ମୁତାବକ ରାଜ୍ୟରେ ମୋଟ ୫୫ ହଜାର ୭୪୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଅଛି ଯେଉଁଠାରେ ଲର୍ଣ୍ଣି ରିକଭରି ପ୍ରୋଗ୍ରାମ ହେବ । ଏବଂ ଏହାସହିତ ତିନି ମାସ ମଧ୍ୟରେ ଏହି ଲର୍ଣ୍ଣିଂ ପ୍ରୋଗ୍ରାମ ସାରିବାକୁ ଲକ୍ଷ ରଖାଯାଇଛି ଆଉ ସେଥିପାଇଁ ଆସନ୍ତା ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯିବା ନେଇ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.