ଏୟାର ଏସିଆ ଦେଉଛି ଦେଶ-ଦୁନିଆ ବୁଲିବାର ସୁଯୋଗ,ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବୁକ କରନ୍ତୁ ମାଗଣାରେ ଟିକେଟ

0

Get real time updates directly on you device, subscribe now.

ଯଦି ଆପଣ ଏୟାରର ଯାତ୍ରା ମଜା ନେବାକୁ ଚାହୁଞ୍ଚନ୍ତି ଓ ପଇସା ପାଇଁ ଆପଣ ଏମିତି କରିପାରୁନାହାନ୍ତି। ତେବେ ଏହି ଖବରଟି ଆପଣଙ୍କ ପାଇଁ ଅଟେ। ଏୟାରଲାଇନ କମ୍ପାନୀ ଏୟାର ଏସିଆ ଆପଣଙ୍କୁ ମାଗଣାରେ ଏୟାର ଯାତ୍ରାର ମଜା ନେବାକୁ ସୁଯୋଗ ଦେଉଛି। ନିଜର ଶାନଦାର ପ୍ରତ୍ୟାବର୍ତ୍ତନ ଖୁସିରେ କମ୍ପାନୀ ଏମିତି ଅଫର ବାହାର କରିଛି। ଯାହାକୁ ଶୁଣି ଆପଣ ବହୁତ ଖୁସି ହୋଇଯିବେ। କମ୍ପାନୀ ଲିମିଟେଡ ପିରିୟଡ ପାଇଁ ୫୦ ଲକ୍ଷ ଟିକେଟ ମାଗଣାରେ ବାଣ୍ଟୁଅଛି।

୧୯ ସେପ୍ଟେମ୍ବରରୁ ଆରମ୍ଭ ହେଉଅଛି ଅଫର:-

ଏୟାରରେ ଯାତ୍ରା ପାଇଁ ଏଭିଏଶନ ଇଣ୍ଡଷ୍ଟ୍ରିରେ ଆଗରେ ଥିବା ଏୟାର ଏସିଆର ଅଫରର ଲାଭ କେହିବି ଉଠାଇପାରିବେ। କମ୍ପାନୀ ମାଗଣାରେ ଟିକେଟ ବାଣ୍ଟିବାର ସୂଚନା ନିଜର ୱେବସାଇଟ ଓ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। କମ୍ପାନୀ ତରଫରୁ କରାଯାଇଥିବା ଟୁଇଟରେ କୁହାଯାଇଛିକି ଏହି ସେଲ ସୋମବାର ଦିନ ୧୯ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହାଇସାରିଛି ଓ ଏହା ସୀମିତ ସମୟ ପାଇଁ ଅଛି।

ଦେଶ ନୁହେଁ ବିଦେଶରେ ମଧ୍ୟ ମାଗଣାରେ ବୁଲିବେ:-

ଲମ୍ବା ସମୟ ପର୍ଯ୍ୟନ୍ତ କରୋନା ମହାମାରୀର ପ୍ରକୋପ ପରେ ବର୍ତ୍ତମାନ ଏଭିଏଶନ ସେକ୍ଟରର ଗତି ବଢିଛି। ଅଧିକାଂଶ ଏୟାରଲାଇନ୍ସ କାରୋବାରର ନିଜର ପ୍ରି-କୋଭିଡ ସ୍ତରରେ ପହଞ୍ଚିଯାଇଛି। ଏଥିପାଇଁ ଏୟାର ଏସିଆ ମଧ୍ୟ ନିଜର ପ୍ରତ୍ୟାବର୍ତ୍ତନ ଖୁସିରେ ଯାତ୍ରାର ସୁଯୋଗ ଦେଇ ମନାଉଛି। ସବୁଠାରୁ ଖାସ କଥା ହେଉଛିକି ଏୟାର ଏସିଆର ୫୦ ଲକ୍ଷ ମାଗଣା ସିଟ କେବଳ ଡୋମେଷ୍ଟିକରେ ନୁହେଁ, ବରଂ ଆନ୍ତର୍ଜାତୀୟ ଡେଷ୍ଟିନେଶନ ପାଇଁ ମଧ୍ୟ ଅଛି। ଅର୍ଥାତ ମାଗଣାରେ ଦେଶ-ବିଦେଶ ବୁଲିବାର ସୁଯୋଗ।

ଏୟାରଲାଇନ୍ସ ଟୁଇଟ କରି ଏହି ବିଷୟରେ ଦେଲେ ସୂଚନା:-

ଏୟାର ଏସିଆର ଟୁଇଟର ହ୍ୟାଣ୍ଡେଲରୁ କରାଯାଇଥିବା ଟୁଇଟ ଓ ୱେବସାଇଟର ସୂଚନା ଅନୁସାରେ, ଏହି ଅଫର ଅଧିକାଂଶ ଏସିଆ ଦେଶ ପାଇଁ ଅଛି ଓ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ନିର୍ଦ୍ଧାରିତ କରାଯାଇଛି। କମ୍ପାନୀ ମାଗଣା ଯାତ୍ରାର ଏହି ସୁଯୋଗ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଉଅଛି। ଏହି ଅଫର ଅନ୍ତର୍ଗତ ଯାତ୍ରୀଙ୍କୁ ୧ ଜାନୁୟାରୀ ୨୦୨୩ ଓ ୨୮ ଅକ୍ଟୋବର ୨୦୨୩ ମଧ୍ୟରେ ଯାତ୍ରା କରିବାକୁ ହେବ। ଏହି ଅଫର ଅନ୍ତର୍ଗତ ଯାତ୍ରା କରୁଥିବା ଯାତ୍ରୀ ଅନେକ ଲୋକପ୍ରିୟ ଡେଷ୍ଟିନେଶନରେ Langkawi, Penang, Johor, Bahru, Krabi, Phu Quoc ଓ Singapore ସାମିଲ ଅଛି।

ୱେବସାଇଟ ଓ ଏପରେ କରନ୍ତୁ ସିଟ ବୁକ:-

ଏୟାରଲାଇନ୍ସ କମ୍ପାନୀର ମାଗଣା ଟିକେଟ ସେଲ ଅନ୍ତର୍ଗତ ନିଜର ସିଟ ୱେବସାଇଟ କିମ୍ବା ଏୟାର ଏସିଆ ଏପ ଦୁଇଟି ଜରିଆରେ ବୁକ କରିପାରିବେ। ଏୟାର ଏସିଆର ୱେବସାଇଟ କିମ୍ବା ଏପରେ ଅଫର ବିଷୟରେ ସୂଚନା ଓ ପ୍ରୋସେସ ‘ଫ୍ଲାଇଟ୍ସ’ ଆଇକନ ଉପରେ କ୍ଲିକ କରି ଜାଣିପାରିବେ। ଓ ଦେଶ-ଦୁନିଆର ମାଗଣା ଯାତ୍ରା କରିପାରିବେ। ଇତି ମଧ୍ୟରେ ଏୟାରଲାଇନ୍ସ କମ୍ପାନୀ ନୂଆ ଅଧିକ ଭେଲ୍ଯୁ ଥିବା ଓ ପସନ୍ଦ ରୋମାଞ୍ଚିକ ଡେଷ୍ଟିନେଶନ ପାଇଁ ମଧ୍ୟ ଫ୍ଲାଇଟ ଆରମ୍ଭ କରିବା ପ୍ରସ୍ତୁତିରେ ଅଛନ୍ତି।

Leave A Reply

Your email address will not be published.