43 ବର୍ଷରେ 53 ବିବାହ କରିଛନ୍ତି ଏହି ବ୍ୟକ୍ତି, ଗୋଟେ ବିବାହ ମାତ୍ର ଗୋଟେ ରାତି ଯାଏଁ ତିଷ୍ଠି ପାରିଲା, କହିଲେ ନିଜ ଉଦ୍ଦେଶ୍ୟ

0

Get real time updates directly on you device, subscribe now.

ବିବାହ ଯେକୌଣସି ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଏହାପରେ ତା ଜୀବନରେ ଅନେକ ପରିବର୍ତ୍ତନ ମଧ୍ୟ ଆସିଥାଏ । ତାକୁ ସାରା ଜୀବନ ସୁଖ ଦୁଃଖ ବାଣ୍ଟିବା ପାଇଁ ଜଣେ ସାଥୀ ମିଳିଯାଏ । ଏହାସହିତ ଏହି ବିବାହ ତାର ବଂଶବୃଦ୍ଧି କରେ । ତେଣୁ ଲୋକମାନେ ବିବାହ କରିଥାନ୍ତି । କିନ୍ତୁ କିଛି ଲୋକଙ୍କୁ ସହଜରେ ବିବାହ କରିବାକୁ ଝିଅ ମିଳନ୍ତି ନାହିଁ । ଏହା ମଧ୍ୟରେ ଏପରି କିଛି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ଅନେକ ବିବାହ କରି ସିଙ୍ଗଲ ଲୋକଙ୍କ ହୃଦୟରେ ଈର୍ଷା ସୃଷ୍ଟି କରାଇଥାନ୍ତି । ବର୍ତ୍ତମାନ୍ ସଉଦିର ଏହି ବ୍ୟକ୍ତିଙ୍କୁ ହିଁ ନିଅନ୍ତୁ ।

43 ବର୍ଷ ମଧ୍ୟରେ କରିଛନ୍ତି 53 ଥର ବିବାହ :-

ଅବୁ ଅବ୍ଦୁଲା ନାମକ ଏହି ବ୍ୟକ୍ତିଙ୍କ ବୟସ 63 ବର୍ଷ ଅଟେ । ସେ 43 ବର୍ଷ ମଧ୍ୟରେ 53 ଥର ବିବାହ କରିଛନ୍ତି । ଏହି କାରଣରୁ ତାଙ୍କୁ ସଦିର ବହୁବିବାହବାଦୀର ଆଖ୍ୟା ମଧ୍ୟ ମିଳିଛି । ଅବ୍ଦୁଲା ପ୍ରଥମ ବିବାହ ସେତେବେଳେ କଲେ, ଯେତେବେଳେ ସେ 20 ବର୍ଷର ଥିଲେ । ସେତେବେଳେ ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ବୟସରେ 6 ବର୍ଷ ବଡ ଥିଲେ । ସେତେବେଳେ ସେ ଆହୁରି ବିବାହ କରିବାର କୌଣସି ପ୍ଲାନ କରିନଥିଲେ । ସେ ନିଜ ସ୍ତ୍ରୀ ପିଲାଙ୍କ ସହ ଖୁସି ଥିଲେ ।

ତେବେ କିଛି ବର୍ଷ ପରେ ଅବ୍ଦୁଲାଙ୍କୁ ପ୍ରଥମ ବିବାହରେ ସମସ୍ୟା ଦେଖାଗଲା । ଏପରି ପରିସ୍ଥିତିରେ ସେ 23 ବର୍ଷୀୟ ବୟସରେ ଦ୍ୱିତୀୟ ବିବାହ କଲେ । ବର୍ତ୍ତମାନ୍ ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ ସ୍ତ୍ରୀ ପରସ୍ପର ମଧ୍ୟରେ ଝଗଡା ଲାଗିଲେ । ଏପରି ପରିସ୍ଥିତିରେ ସେ ତୃତୀୟ ଏବଂ ଚତୁର୍ଥ ବିବାହ ମଧ୍ୟ କଲେ । ସେହିପରି ପ୍ରଥମ ଏବଂ ଦ୍ୱିତୀୟ ସ୍ତ୍ରୀକୁ ଛାଡ଼ପତ୍ର ଦେଇଦେଲେ । ଏହିପରି ଅବ୍ଦୁଲା ଜଣଙ୍କ ପରେ ଜଣଙ୍କୁ ମୋଟ ମିଶାଇ 53 ଥର ବିବାହ କଲେ ।

ଅବ୍ଦୁଲାଙ୍କ ଏହି 53 ଥର ବିବାହ ମଧ୍ୟରୁ ଗୋଟେ ବିବାହ ସବୁଠାରୁ ଛୋଟ ଥିଲା । ତାହା କେବଳ ଗୋଟିଏ ରାତି ତିଷ୍ଠି ରହିପାରିଲା ଏବଂ ଦୁହିଁଙ୍କର ଛାଡ଼ପତ୍ର ହୋଇଗଲା । ସେ ନିଜର ଅଧିକାଂଶ ବିବାହ ସଉଦି ମହିଳାଙ୍କ ସହ କରିଛନ୍ତି । ତେବେ ବିଦେଶୀ ବିଜନେସ ଟ୍ରିପ ସମୟରେ ସେ କିଛି ବିଦେଶୀ ମହିଳାଙ୍କ ସହ ମଧ୍ୟ ବିବାହ କରିଛନ୍ତି । ବର୍ତ୍ତମାନ୍ ସେ ନିଜର 53 ନମ୍ୱର୍ ସ୍ତ୍ରୀ ସହ ରହୁଛନ୍ତି ଏବଂ ଆଗକୁ ବିବାହ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ।

ଏହା ଥିଲା ଏତେ ବିବାହ କରିବାର ଉଦ୍ଦେଶ୍ୟ :-

ବର୍ତ୍ତମାନ୍ ସବୁଠାରୁ ବଡ ପ୍ରଶ୍ନ ଏହା ଯେ ପ୍ରକୃତରେ ଅବୁ ଅବ୍ଦୁଲା ଏତେ ଗୁଡିଏ ବିବାହ କାହିଁକି କଲେ ? ପ୍ରକୃତରେ ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ? ଏହାର ଉତ୍ତର ମଧ୍ୟ ଅବ୍ଦୁଲା ନିଜେ କହିଛନ୍ତି । ସେ କହିଛନ୍ତି ଯେ ଏତେ ବିବାହ କରିବା ପଛରେ ତାଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା – ଜୀବନରେ ଶାନ୍ତି ଏବଂ ସୁଖ ଖୋଜିବା ।

ଅବ୍ଦୁଲା କହିଛନ୍ତି ଯେ ସେ ବ୍ୟକ୍ତିଗତ ସୁଖ ପାଇଁ ଏତେ ବିବାହ କରିନାହାନ୍ତି । ବରଂ ସେ ନିଜ ଜୀବନରେ ସ୍ଥିରତା ଏବଂ ମନର ଶାନ୍ତି ପାଇବାକୁ ଚାହୁଁଥିଲେ । ତେଣୁ ସେ 53 ଥର ବିବାହ କରିଛନ୍ତି । ସେ କହିଛନ୍ତି ଯେ ଜୀବନରେ ଜଣେ ଯୁବ ମହିଳା ନୁହେଁ ବରଂ ବୁଢ଼ୀ ମହିଳା ଆସିବା ପରେ ହିଁ ସ୍ଥିରତା ମିଳିଥାଏ ।

Leave A Reply

Your email address will not be published.