ବିଜନେସ୍ ଆଇଡ଼ିଆ:ଆସିଗଲା କେବେ ନ ଅଟକିଲା ଭଳି ବ୍ୟବସାୟ, ବର୍ଷସାରା ୩୬୫ ଦିନ ହେବ ଟଙ୍କା, ଏଭଳି କରନ୍ତୁ

0

Get real time updates directly on you device, subscribe now.

ଯଦି ଆପଣ ମଧ୍ୟ ୯-୫ ଚାକିରି କରି ଥକି ଗଲେଣି ବା ଚାକିରି କରିବାକୁ ଚାହୁଁନାହାଁନ୍ତି,ବା କୈାଣସି ବ୍ୟବସାୟ ଖୋଜୁଛନ୍ତି ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ|ମୁଁ ଆପଣଙ୍କୁ ଏଭଳି ଖାଦ୍ୟ ଉତ୍ପାଦ ବିଷୟରେ କ‌ହିବି ଯେଉଁଥିରେ ଆପଣ ଲକ୍ଷାଧିକ ଆୟ କରିପାରିବେ|ମୁଁ ଆପଣଙ୍କୁ କହୁଛି ମୁଢି ବ୍ୟବସାୟ କଥା ଯାହାକୁ ହିନ୍ଦୀରେ ମୁରମୁରା କହନ୍ତି|

ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡରେ ଝାଲମୁଢି ଲୋକମାନେ ପସନ୍ଦ କରୁଥିଲା ବେଳେ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାରର ପରିବେଷଣ ହୋଇଥାଏ|

ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ରୋଜଗାର ଯୋଜନାରେ ମୁଢୀ ପ୍ରସ୍ତୁତ ୟୁନିଟ ଲଗାଇବା ପ୍ରୋଜେକ୍ଟ ପ୍ରସ୍ତୁତ କରିଛି|ଏହାକୁ ଆରମ୍ଭ ପାଇଁ ୩.୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ|ଆପଣ ମୁଦ୍ରା ଯୋଜନାରେ ଏଥିପାଇଁ ଲୋନ ଆଣିପାରିବେ|ମୁଢିର ଚାହିଦା ସଦାବେଳେ ରହିଛି ଓ ଏହାକୁ ଲୋକମାନେ ମଧ୍ୟ ରାସ୍ତାରେ ବିକ୍ରି କରିଥାନ୍ତି|

ଏହାକୁ ବନାଇବା ପାଇଁ କଞ୍ଚାମାଲ ଧାନ ବା ଚାଉଳ ଅଟେ|ଏହା ପାଖ ଗାଁ ବା ସହରରେ ସହଜରେ ମିଳିଯିବ|ନିକଟସ୍ଥ ଧାନ ମଣ୍ଡିରୁ ମଧ୍ୟ କିଣି ପାରନ୍ତି|ଧାନର କ୍ୱଲିଟି ଅନୁସାରେ ମୁଢି ଭଲ ହେବ|

ମୁଢି ବା ଲିଆ ଖାଦ୍ୟ ସାମଗ୍ରୀ ଅନ୍ତର୍ଗତ ଆସେ|ଏଥିପାଇଁ ଏଫସିସିଆଇ ଠାରୁ ଫୁଡ ଲାଇସେନ୍ସ ଆଣିବା ଆବଶ୍ୟକ|ଏଥିରେ ବ୍ୟବସାୟ ରେଜିଷ୍ଟ୍ରେସନ କରି ଜିଏସଟି ଦେବାକୁ ହେବ|ଏଥିରେ ନିଜ କମ୍ପାନୀର ଲୋଗୋ ମଧ୍ୟ ଦେଇ ପାରିବେ|

ମୁଢି ବା ଲିଆ ବନାଇବା ପାଇଁ ଖର୍ଚ୍ଚ ୧୦-୨୦ ଟଙ୍କା କିଗ୍ରା ପ୍ରତି ହୋଇଥାଏ|ଏହାକୁ ରିଟେଲ ଦୋକାନରେ ୪୦-୫୦ ଟଙ୍କାରେ ବିକ୍ରି କରେ|ହୋଲସେଲ ଦରରେ ୩୦-୩୫ ଟଙ୍କାରେ ବିକ୍ରୀ କରିପାରିବେ|ଏହି ବ୍ୟବସାୟରେ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ|

Leave A Reply

Your email address will not be published.